ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଧର୍ମରାଜ ପ୍ରଧାନ ଙ୍କ କବିତା // ଖୁସି ସଭିଙ୍କୁ ବାଣ୍ଟିବା

  ଖୁସି ସଭିଙ୍କୁ ବାଣ୍ଟିବା

ଏ ବଡ଼ଦିନକୁ ମୁହିଁ ରହିଛି ଟାକି 
ସେ ଶୁଭ ସମୟ ଆଉ ଟିକିଏ ବାକି 
      ଦ୍ଵାଦଶ ଦିବସ ରହି ଉପବାସ 
               ମନ ହେଉଛି ଉଚ୍ଛନ୍ନ 
              ପ୍ରାଣ ହେଉଛି ଉଚ୍ଛନ୍ନ 
ପଡ଼େନା ଥକି—ପ୍ରଭୁ—ପ୍ରଭୁ–ଏ ବଡ଼–।
ପ୍ରଭୁଙ୍କ ଜନନୀ ମେରୀ କୁମାରୀ ମାତା 
ସନ୍ଥ ଜୋସେଫ୍ ଯାହାର ପାଳିତ ପିତା 
     ଦେବଦୂତ ଆସି ଗଲେ ଯେବେ ମିଶି 
               ମେଷ ପାଳକେ ଆନନ୍ଦ 
                ଦେଖି ଅନନ୍ଯ ସେ ଚାନ୍ଦ
ଥିଲେ କି ଟାକି-ପ୍ରଭୁ—ପ୍ରଭୁ–ଏ ବଡ଼-।   
    ବଡ଼ଦିନଗଛ ଘର ଆଲୋକେ କରି ସୁନ୍ଦର 
ସଙ୍ଗୀତ ପ୍ରାର୍ଥନା ଗାନ ଉପହାର ଦେଣନେଣ 
         ନୂଆଁ ସାମଗ୍ରୀ କିଣିବା 
        ଖୁସି ସଭିଙ୍କୁ ବାଣ୍ଟିବା 
ନ ରହୁ ବାକି–ପ୍ରଭୁ–ପ୍ରଭୁ–ଏ ବଡ଼ଦିନକୁ–।

       ଧର୍ମରାଜ ପ୍ରଧାନ 

     ସହକାରୀ ଶିକ୍ଷକ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ
   ଝିଲିମିଣ୍ଡା ବ୍ଳକ ଅତାବିରା ଜିଲ୍ଲା-ବରଗଡ।

Related posts

ଜୟ କୁମାର ମିଶ୍ର ଙ୍କ କବିତା = ପୋଡ଼ାଶୀ ଘର, ଗାଉଁଲି ଝିଅ

masiha

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା – ” ଆସ ହୋ ଭକତ ଦେଖିବ ଆସ   କାଳିଆ କରୁଛି ଗୁଣ୍ଡିଚା ଯାତ “

Sunil Chandra Nayak

ପ୍ରଶାନ୍ତ କୁମାର ନାଥ ଙ୍କ କବିତା = ଅକ୍ଷୟ ତୃତୀୟା

Sunil Chandra Nayak

Leave a Comment

error: Content is protected !!