ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

   ଜଣାଣ

 

ମାନଗୋବିନ୍ଦ ସ୍ବାଇଁ

ତାରିଣୀ ମା ଶକ୍ତି ଦୁଃଖ ମା ହାରିଣୀ
     ଶରଣ ମୁଁ ପାଦ ତଳେ
ବିଶ୍ବ ପରିବାର ଶାନ୍ତିରେ ସଂସାର
    ସୁଖ ଦିଅ ମହୀ ତଳେ।
ଗାଡି ରହି ଯାଆ ନଡ଼ିଆ ନେଇଯା
      ମା ତାରିଣୀ ଦେଇ ଦେବ
ଆଶାରେ ମୁଁଦେଲି ଆଶା ମୋ ପୂରଣ
       ଗାଇବି ମା’ର ଗୈାରବ।
ସିନ୍ଦୂର ସିନ୍ଦୁର ମା ଗୋ ମୋତାରିଣୀ
      ମଥାରେ ସିନ୍ଦୂର ଟୋପା
ନାମକୁ ଜପୁଛି ନାମକୁ ଭଜୁଛି
     ବିଶ୍ବ ଜନ ମା ଦେବତା।
ନଡ଼ିଆ ପ୍ରସାଦ ସିନ୍ଦୂର ଚନ୍ଦନ
    ହୃଦୟ ମୋର ପବିତ୍ର
ଶାଳ ଗ୍ରାମ ବୁଲି ମା ତାରିଣୀ କହି
    ଜଣାଣ ଭକ୍ତି ସର୍ବତ୍ର।
ଜୟ ମା’ ତାରିଣୀ ଭକ୍ତି ନମସ୍କାର
    ଶୁଣ ମା ମୋର ଗୁହାରୀ
ମୁଁ ଜଣେ ଦୁଃଖନି ଆଖିର ଲୁହରେ
     ସୁରକ୍ଷା ମା ଗୋ ସବୁରି।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା // ହୃଦୟର ଜଣାଣ

Sunil Chandra Nayak

ଶୁଭ୍ରାଂଶୁ ଶେଖର ପାଢ଼ୀ ଙ୍କ କବିତା = ଜହ୍ନ ଓ ତାରା

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା // ବସନ୍ତେ ରଙ୍ଗର ହୋଲି 

Sunil Chandra Nayak

Leave a Comment

error: Content is protected !!