ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ଵ ଶାନ୍ତି ଦିବସରେ ବିଭିନ୍ନ ରାଷ୍ଟ୍ରରେ ଶାନ୍ତି ପ୍ରତିଷ୍ଠା ଓ ଜନ ଗଣଙ୍କୁ ମୋୖଳିକ ସୁବିଧା ଯୋଗାଇ ଦେବା ଦାବିରେ ବାମପନ୍ଥୀ ଶ୍ରମିକ ସଂଗଠନ ପକ୍ଷରୁ ମିଳିତ ଦାବି ଦିବସ ଓ ବିକ୍ଷୋଭ

ବିଶ୍ଵ ଶାନ୍ତି ଦିବସରେ ବିଭିନ୍ନ ରାଷ୍ଟ୍ରରେ ଶାନ୍ତି ପ୍ରତିଷ୍ଠା ଓ ଜନ ଗଣଙ୍କୁ ମୋୖଳିକ ସୁବିଧା ଯୋଗାଇ ଦେବା ଦାବିରେ ବାମପନ୍ଥୀ ଶ୍ରମିକ ସଂଗଠନ ପକ୍ଷରୁ ମିଳିତ ଦାବି ଦିବସ ଓ ବିକ୍ଷୋଭ

ରାଉରକେଲା : ବିଶ୍ଵ ଶାନ୍ତି ଦିବସରେ ଦେଶର ସମସ୍ତ ବାମପନ୍ଥୀ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ମାନଙ୍କ ପକ୍ଷରୁ ଏହି ଦିବସକୁ ଆକ୍ସନ ଡେ ଭାବରେ ଦେଶ ତମାମ ଶୋଭାଯାତ୍ରା, ବିକ୍ଷୋଭ ଓ ପଟୁଆର ମାଧ୍ୟମରେ ପାଳନ କରିବାକୁ ଡାକରା ଦିଆଯାଇଥିବା ବେଳେ ରାଉରକେଲା ସେକ୍ଟର ୨ ବିଜୁ ପଟ୍ଟନାୟକ ଛକ ଠାରେ ଅପରାହ୍ନ ରେ ସି ଆଇ ଟି ୟୁ,ଏ ଆଇ ଟି ୟୁ ସି,ଏ ଆଇ ୟୁ ଟି ୟୁ ସି ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ବିଶ୍ଵ ଶାନ୍ତିକାମୀ ଜନଗଣ ସାମ୍ରାଜ୍ୟବାଦୀ ଶକ୍ତି ଆମେରିକାର ର ଯୁଦ୍ଧ ଖୋର ମନୋଭାବ ବିରୋଧରେ ଏକ ହେବାକୁ ଆହ୍ୱାନ କରାଯାଇଛି।

    ସି ଆଇ ଟି ୟୁ ସୁନ୍ଦରଗଡ଼ ଜିଲ୍ଲା ଉପ ସଭାପତି ଶ୍ରୀମନ୍ତ ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବିକ୍ଷୋଭ ରେ ସି ଆଇ ଟି ୟୁ ରାଜ୍ୟ ଉପସଭାପତି ଜାହାଙ୍ଗୀର ଅଲ୍ଲୀ, ରାଜ୍ୟ ସଂପାଦକ ବସନ୍ତ ନାୟକ, ଜିଲ୍ଲା ସଂପାଦକ ରାଜ କିଶୋର ପ୍ରଧାନ,ଏ ଆଇ ଟି ୟୁ ସି ଜିଲ୍ଲା ସଂପାଦକ ସଦାନନ୍ଦ ସାହୁ,ଏ ଆଇ ୟୁ ଟି ୟୁ ସି ଜିଲ୍ଲା ସଂପାଦକ ଅଜିତ ନାୟକ ପ୍ରମୁଖ ଏହି ବିକ୍ଷୋଭ ରେ ବକ୍ତବ୍ୟ ରଖି ସମଗ୍ର ବିଶ୍ଵରେ ଆମେରିକା ତାର ଅର୍ଥନୀତି କୁ ଦୃଢ଼ କରିବା ପାଇଁ ଅନ୍ୟାନ୍ୟ ବିକଶିତ ରାଷ୍ଟ୍ରର ବଜାର କୁ କବଳିତ କରିବା ପାଇଁ ଓ ନିଜ ଦେଶର ଯୁଦ୍ଧାସ୍ତ୍ର କୁ ବିକ୍ରି କରିବା ପାଇଁ ଦେଶ ଦେଶ ମଧ୍ୟରେ ନାଟୋ ମେଣ୍ଟ ନେତୃତ୍ବରେ ଯୁଦ୍ଧର ବାତାବରଣ ବଜାୟ ରଖିଛି। ୟୁକ୍ରେନ ଉପରେ ଋଷର ଆକ୍ରମଣ ହେଉ କିମ୍ବା ପାଲେଷ୍ଟାଇନ ଉପରେ ଇସ୍ରାଏଲ ର ବାରମ୍ବାର ଆକ୍ରମଣ ଏହା ପଛରେ ଆମେରିକାର ସାମ୍ରାଜ୍ୟବାଦୀ ନୀତି ର ମନ୍ଦ ଉଦ୍ଦେଶ୍ୟ ରହିଛି। ଏହି ଯୁଦ୍ଧର ବାତାବରଣ ବିରୋଧରେ ଆଜି ସମଗ୍ର ବିଶ୍ବବାସୀ ଏକ ହେଉଛନ୍ତି। ପାଲେଷ୍ଟାଇନ ସଂହତି ଦିବସ ଅବସରରେ ଯୁଦ୍ଧ ନୁହେଁ ଶାନ୍ତି ଚାହୁଁ ବୋମା ନୁହେଁ ଖାଦ୍ୟ ଚାହୁଁ ର ଆହ୍ୱାନ ଦିଆଯାଇଛି। ବିଶ୍ଵର ସାଧାରଣ ଜନଗଣ ଙ୍କୁ ଭୟର ବାତାବରଣ ନୁହେଁ ସେମାନଙ୍କୁ ମୈ।ଳିକ ସୁବିଧା ଯୋଗାଇ ଦେବା ଦାବିରେ ଆନ୍ଦୋଳନ ବିଭିନ୍ନ ସ୍ଥାନରେ ସଂଗଠିତ ହେଉଛି। ସେଦିନର ହିରୋସୀମା ନାଗାସାକୀ ର କରୁଣ ଦୃଶ୍ୟ ଏବେବି ଜନ ମାନସରେ ଏକ କଳା ସମୟ ହୋଇ ରହିଛି। ଭାରତ ସରକାର ମଧ୍ୟ ସାମ୍ରାଜ୍ୟବାଦ ନୀତି ବିରୋଧରେ ନିଜର ସ୍ବର ଶାଣିତ କରିବା ସହିତ ଜନ ସାଧାରଣଙ୍କ ମୈ।ଳିକ ସମସ୍ୟା ଉପରେ ଗୁରୁତ୍ଵ ଦେବାକୁ ଦାବି କରାଯିବା ସହିତ ବିଶ୍ଵ ଶାନ୍ତି ପାଇଁ ସମସ୍ତ ଜନଗଣ ଏକ ହେବାକୁ ଆହ୍ୱାନ କରାଯାଇଛି।

   ଏହି ବିକ୍ଷୋଭ ରେ ସି ଆଇ ଟି ୟୁ ରାଜ୍ୟ ସଂପାଦକ ହୃଦୟାନନ୍ଦ ଯାଦବ,ବି ପି ମହାପାତ୍ର,ଅରୁ ଦାସ, ଲକ୍ଷ୍ମୀଧର ନାୟକ, ପ୍ରଭାତ ମହାନ୍ତି, ବିଶ୍ଵଜିତ ମାଝୀ, ଦିବାକର ମହାରଣା, ବିନୟ ବେହୁରିଆ, ବାସୁଦେବ ସାହୁ,ବିଶ୍ଵନାଥ ଲେଙ୍କା, ହିତେଶ ମଲ୍ଲିକ, ଏନ୍ କେ ରାଉତରାୟ, ପ୍ରମୋଦ ପରିଡ଼ା,ତଲତ ମେହମୁଦ,ବୁବୁନ ମାଇତି,ବଛିରାମ ବେହେରା, ଅନାଦି ସାହୁ, ବସନ୍ତ ପାଢ଼ୀ, ଗୋବିନ୍ଦ ବାରିକ୍, ସୁରେନ୍ଦ୍ର ବେହେରା, ପ୍ରଦୀପ ଗୈ।ଡ, ଜନ୍ମେଜୟ ଘୋଷ, ସାଗର ଛୋଟରାୟ,ଏ ଆଇ ୟୁ ଟି ୟୁ ସି ନେତା ସେକ୍ ଇସଲାମ, ଶ୍ରବଣ ସେଠୀ, ଆଲୋକ ବେହେରା, ସୁବାସ ଦଣ୍ଡପାଟ,ଏ ଆଇ ଟି ୟୁ ସି ନେତା ପ୍ରମୋଦ ବେହେରା,ଶିବ କୁମାର ମହାନ୍ତ ସମେତ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସମସ୍ତ ଆଇ.ସି.ଆର.ପି.ମାନଙ୍କୁ ଜୀବିକା ମିଶନରେ ସ୍ଥାୟୀ ନିଯୁକ୍ତି ଦାବୀ 

masiha

ଅମୃତ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ

Sunil Chandra Nayak

ରାଇରଙ୍ଗପୁର ରେ ସେବାସ୍ତମ୍ଭ ପ୍ରତିଷ୍ଠାତା ଦାମୋଦର ସଞ୍ଜିବାୟାଙ୍କୁ ଶ୍ରଦ୍ଧାଞ୍ଜଳି

Leave a Comment

error: Content is protected !!