ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରାଇରଙ୍ଗପୁର ଷ୍ଟାଡିୟମ ପଡ଼ିଆରେ ୪ ଦିବସୀୟ ରାଇରଙ୍ଗପୁର ପ୍ରମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ରାଇରଙ୍ଗପୁର ଷ୍ଟାଡିୟମ ପଡ଼ିଆରେ ୪ ଦିବସୀୟ ରାଇରଙ୍ଗପୁର ପ୍ରମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

 ମୟୂରଭଞ୍ଜ – ୨୫/୧୦ ( ମସିହା)ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ କ୍ରିକେଟ କ୍ରୀଡା ଅନୁଷ୍ଠାନ ରାଇରଙ୍ଗପୁର ପ୍ରିୟର ଲିଗ୍ କ୍ରିକେଟ କ୍ଳବ୍ ଆନୁକୁଲ୍ୟରେ ପ୍ରଥମ ଥର ପାଇଁ ୪ ଦିବସୀୟ ଡ୍ଯୁଜ ବ୍ଲଲରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଛି ।ଏହି ଟୁର୍ଣ୍ଣାମେଣ୍ଟରେ ଵାମନଘାଟୀ ଉପଖଣ୍ଡର ୪ ଟି ବଛା ବଛା ଟିମ୍ ୧- ଗୋରୁମହିଷାଣୀ ରୟାଲ୍ସ କ୍ଲବ,୨- ସୁପରକିଙ୍ଗ୍ସ ,୩- ଶିମିଳିପାଳ ଟାଇଗର ଏବଂ ୪- ଶାନଭି ଷ୍ଟ୍ରାଇକର୍ସ‌ ଟିମ୍ କୁ ନେଇ ଖେଳ ଆଜି ଅକ୍ଟୋବର ୨୫ ରୁ ଅକ୍ଟୋବର ୨୮ ପର୍ଯ୍ୟନ୍ତ ରାଇରଙ୍ଗପୁର ଷ୍ଟାଡିୟମରେ ଆୟୋଜନ କରିଛି ।ଆଜିର ଉଦଘାଟନ ଦିବସରେ ମୁଖ୍ୟ ଅତିଥି ଭାବେ ସେବା ନିବୃତ ବରିଷ୍ଠ ପୋଲିସ ପ୍ରଶାସକ ତଥା ସମାଜସେବୀ ଶ୍ରୀ ରାଇସେନ ମୁର୍ମୁ ଫିତାକାଟି ଖେଳର ଶୁଭାରମ୍ଭ କରିଥିଲେ ।ଖେଳ ପଡ଼ିଆରେ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଶୃଙ୍ଖଳା ଓ ନିଷ୍ଠାର ସହ ଖେଳିଲେ ସଫଳତା ପାଇବ ବୋଲି ଯୁବ ଖେଳାଳି ମାନଙ୍କୁ ପରାମର୍ଶ ଦେଇଥିଲେ ।ବାମନଘାଟୀ ଅଂଚଳରେ ସବୁ ପ୍ରକାର ଖେଳ ଓ ସଂସ୍କୃତିର ଆତ୍ମା ରହିଛି ।ବାମନଘାଟୀ ଅଂଚଳରେ ଖେଳର ବିକାଶ ପାଇଁ ଯାହା କିଛି ଆବଶ୍ଯକ ଗୁଣ୍ଡୁଚିମୂଷା ଭଳି ତାଙ୍କ ସାମର୍ଥ୍ୟ ଅନୁସାରେ ସହଯୋଗ କରିବେ ବୋଲି ମୁଖ୍ୟ ଅତିଥି କହିଥିଲେ ।ଆଜି ପୂର୍ବାହ୍ନରେ ଗୋରୁମହିଷାଣୀ ଟିମ୍ ସହିତ ଶିମିଳିପାଳ ଟିମର ୨୦ ଓଭର ଖେଳ ଅନୁଷ୍ଠିତ ହୋଇଥିଲା । ସେହିଭଳି ଅପରାହ୍ନରେ ସୁପରକିଙ୍ଗ ଟିମ୍ ସହିତ ସାନଭି ଷ୍ଟ୍ରାଇକର ଟିମ ଖେଳ ଅନୁଷ୍ଠିତ ହୋଇଥିଲା ।ଖେଳରେ ଅମ୍ପାୟାର ଦାୟୀତ୍ଵରେ ବାବଲୁ ପୋଦାର ଏବଂ ସତ୍ୟନାରାୟଣ ଜୀଉ ଦାୟିତ୍ଵ ନିଭାଇଥିଲେ ।ସ୍କୋରର ଭାବେ ନିର୍ମାଲ୍ୟ ନାୟକ ଏବଂ ଭାଷ୍ କାର ଭାବେ ସୁଜିତ ନନ୍ଦୀ ଦାୟିତ୍ଵ ନିଭାଇଥିଲେ ।ଖେଳ ପରିଚାଳନାରେ ଅମିତ ସିଂ ମୋଦକ,ସୌମିକ ଦାସଙ କାନୁନଗୋ,ଅମନ ମହାନ୍ତି, ଜୀବନଜୀତ ସାହୁ,ଅଜୁ ମହାନ୍ତ, ଶୁଭମ୍ ସାହୁ, ଦେବାଶିଷ ମହାନ୍ତ, ହରିଶଙ୍କର ବେହେରା,ଜଗା ମହାନ୍ତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ‌। ଖେଳାଳି ମାନଙ୍କୁ ଉତ୍ସାହିତ କରିବା ପାଇଁ ପଡିଆ ଚାରିପଟେ ଦର୍ଶକ ଭରି ରହିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ସାହାଣୀ କପ ଫୁଟବଲ କ୍ରୀଡ଼ା ନିମନ୍ତେ ଖେଳାଳି ଚୟନ କାର୍ଯ୍ୟକ୍ରମ

Sunil Chandra Nayak

୧୫ ବର୍ଷରୁ କମ୍ ଆନ୍ତଃ ଜିଲ୍ଲା ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ୍ ଖେଳାଳୀ ଙ୍କ କୋଚିଂ କେମ୍ପ ଆରମ୍ଭ 

masiha

ଏମବିପିଏଲ ସିଜନ-୩ କ୍ରିକେଟ ଉଦଯାପିତ ,ଧର୍ମଗଡ ଲାୟନ ଚାମ୍ପିଅନ

Sunil Chandra Nayak

Leave a Comment

error: Content is protected !!