ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜେଡିସିଏ  କେବେ ଆକ୍କସନ ନେବେ,ସରକାରୀ ପ୍ରୟୋଗଶାଳାକୁ ଅଚଳ କରିଥିବା ଦୋଷୀ ପ୍ରତି ?

ଜେଡିସିଏ  କେବେ ଆକ୍କସନ ନେବେ,ସରକାରୀ ପ୍ରୟୋଗଶାଳାକୁ ଅଚଳ କରିଥିବା ଦୋଷୀ ପ୍ରତି ?

ଯୋଡ଼ା:-ରାଜଧାନୀ ଭୁବନେଶ୍ୱରରେ ଥିବା ଖଣି ଓ ଭୁତତ୍ତ୍ୱ ନିର୍ଦ୍ଧେଶାଳାୟ ଅଧୀନରେ ଯୋଡ଼ା ଖଣିବିଭାଗର ପ୍ରୟୋଗଶାଳା ଅଚଳ କରିଥିବା ଡ଼ିଡ଼ିସିଏ ଦାସମାତ ସୋରେନ ପ୍ରତି କାର୍ଯ୍ୟାନୁଷ୍ଠାନ କେବେ ସୁଦ୍ଧା ଗ୍ରହଣ କରିବେ ଜେଡିସିଏ ସୁକାନ୍ତ ମିଶ୍ର? ଯୋଡ଼ାସ୍ଥିତ ପ୍ରୟୋଗଶାଳା ଅଚଳ ହୋଇବା ଦ୍ୱାରା ରାଜ୍ୟର ପ୍ରଗତି ଦିଗରେ ବାଧାପ୍ରାପ୍ତ ହୋଇବା ସୁଦ୍ଧା ଯୋଡ଼ା ପ୍ରୟୋଗଶାଳାର ଦାୟତ୍ୱରେ ରହିଥିବା ଜେଡିସିଏ ସୁକାନ୍ତ ଏବେବି ଚୁପ ବସିବେ ନା’ ଦୃଢରୁ ଦୃଢ କାର୍ଯାନୁଷ୍ଠାନ କେବେ ଗ୍ରହଣ କରିବେ?ତେବେ ଘଟଣା ଯାହା ଆଶ୍ଚର୍ଯ୍ୟ କରିଲା ଭଳି ଘଟଣା ଦେଖିବାକୁ ମିଳିଛି, ରାଜ୍ୟ ଯୋଡ଼ା ଏବଂ କୋଇଡା ଖଣି ମଣ୍ଡଳର ଲୁହାପଥର ନମୁନା ପରୀକ୍ଷା କରୁଥିବା ଡ଼ିଡ଼ିସିଏ ବିଭାଗ ଖୋଲା ରହିଥିବା ସ୍ୱତ୍ୱେ,ଡ଼ିଡ଼ିସିଏ ଦାସମାତ ସୋରେନର ଦୁର୍ନୀତିର ପାଦୁର୍ଭାବ ମାତ୍ରଧିକ ବଢିବା ହେତୁ ସରକାରୀ ପ୍ରୟୋଗଶାଳା ଅଚଳ ହେଲା।ତେବେ ପ୍ରକାଶ ଯୋଗ୍ୟ ଯୋଡ଼ାସ୍ଥିତ ପ୍ରୟୋଗଶାଳା(ଡ଼ିଡ଼ିସିଏ)ବିଭାଗରେ ଦୀର୍ଘବର୍ଷ କାର୍ଯ୍ୟରତ ଦଶଜଣ ଶ୍ରମିକଙ୍କୁ ଲଗାତାର ଭାବରେ ଦୀର୍ଘ ଛଅମାସ ଧରି, ସମସ୍ତ ଶ୍ରମିକଙ୍କ ଶ୍ରମଦାନ କରିଥିବା ସ୍ୱତ୍ୱେ ଡ଼ିଡ଼ିସିଏ ସୋରେନ ଉକ୍ତ ଶ୍ରମିକଙ୍କର ବେତନକୁ ରୋକ ଲଗାଇବା ଭଳି ଅଭାବନୀୟ ଘଟଣା ପୁଣି ଲୋକଲୋଚନକୁ ଆସିବା ହୋଇଛି ବୋଲି ଜଣାପଡେ।ତେବେ ଯୋଡ଼ା ପ୍ରୟୋଗଶାଳାର ଡ଼ିଡ଼ିସିଏ ସୋରେନର ଅମାନୁଷିକ କାର୍ଯ୍ୟକଳାପ ଏହା କୌଣସି ନୂତନ ଘଟଣା ହୋଇନଥିବା ବେଳେ ପୂର୍ବରୁ ଅନେକବାର ଉକ୍ତ ଶ୍ରମିକଙ୍କୁ ନାନାଦି ସମସ୍ୟା ଦେଉଥିବାରୁ ଶ୍ରମିକଗଣ ମାନ୍ୟବର ଅଦାଲତଙ୍କ ଆଶ୍ରୟ ବାଧ୍ୟ୍ୟ ହୋଇ ନେଇଥିବା ସୁଦ୍ଧା ଏଯାଏ ଚାନ୍ଦାଖିଆ ଡ଼ିଡ଼ିସିଏ ସୋରେନ, ଶ୍ରମିକଙ୍କୁ ଆଶାନୁମୂଳକ ସଫଳରେ ବାଧକ ସାଜିଥିବାରୁ ଗତ ବୁଧବାର ଯୋଡ଼ା ପ୍ରୟୋଗଶାଳା ଅଚଳ ଅବସ୍ଥାରେ ହୋଇଥିବାର ଦେଖିବାକୁ ମିଳେ।ହେଲେ ଶ୍ରମିକଙ୍କୁ ବାରମ୍ବାର ବହୁବାର କଲବଲ କରୁଥିବା ସମ୍ପୃକ୍ତ ଅଫିସର ମାଲେମାଲ ବନୁଥିବା ବେଳେ ଶ୍ରମିକଙ୍କ ପ୍ରତି ଏହି ପ୍ରଯୋଗଶାଳାରେ ଦେଉଥିବା ଅତ୍ୟାଚାର ଘଟଣାରେ ସମଗ୍ର ଖଣିବାସୀ ନିନ୍ଦା କରୁଥିବାର ଜଣାପଡେ।ତେବେ ଖବର ଲେଖା ଯିବା ମଧ୍ୟରେ ଡ଼ିଡ଼ିସିଏ ଦାସମାତ ସୋରେନର କୌଣସି ପତିକ୍ରିୟା ମିଳିପାରିନଥିବା ବେଳେ ଶ୍ରମିକଙ୍କୁ କେବଳ ଆଶ୍ୱାସନା ଦେଇ,ପରବର୍ତ୍ତୀ ସମୟରେ ପ୍ରୟୋଗଶାଳାର ଲୁହାପଥର ଗୁଣ୍ଡ କାର୍ଯ୍ୟ ଶ୍ରମିକଙ୍କ ଦ୍ୱାରା ଆରମ୍ଭ ହୋଇଥିଲେ ମଧ୍ୟ ସରକାରୀ ବିଭାଗକୁ ଅଚଳ ପଡିବାରେ ରାଜ୍ୟର କ୍ଷତି କରିଥିବା ଯୋଡ଼ା ଡ଼ିଡ଼ିସିଏ ସୋରେନ ପ୍ରତି ଜେଡିସିଏ ସୁକାନ୍ତ କେବେ ସୁଦ୍ଧା ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରିବା ହେଉଛି,ଯାହା ଡିପାର୍ଟମେଣ୍ଟ ପ୍ରତି ସୁକାନ୍ତଙ୍କ କର୍ତଵ୍ୟବ୍ୟ ନିଷ୍ଠାର ପ୍ରମାଣ ।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ସଂସ୍କାର ଶିଶୁ ମହୋତ୍ସବ ମୟୂରୀ ସିଜିନ ୧୧ ପାଇଁ ପଞ୍ଜିକରଣ ଆରମ୍ଭ  , ଅଭିଭାବକ ଓ ପ୍ରତିଯୋଗୀ ଙ୍କ ମଧ୍ୟରେ ଉତ୍ସାହ

Sunil Chandra Nayak

ସି ଆଇ ଟି ୟୁ ର ୫୪ତମ ପ୍ରତିଷ୍ଠା ଦିବସ ପାଳିତ ,- କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ଐକ୍ୟବଦ୍ଧ ସଂଗ୍ରାମ ପାଇଁ ଶ୍ରମିକ ଶ୍ରେଣୀ ଆଗେଇ ଆସିବାକୁ ଆହ୍ବାନ

ବିଜାତଳାରେ ସାଇବର ସୁରକ୍ଷା ସଚେତନତା ରଥ ଓ ସଚେତନତା ଶିବିର 

masiha

Leave a Comment

error: Content is protected !!