ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳଙ୍କ ଉପସ୍ଥିତିରେ ବିଧାୟକଙ୍କ ଦ୍ବାରା ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଲ୍ୟାପଟପ ଓ ଭିନ୍ନକ୍ଷମ ବିବାହିତ ଦମ୍ପତି ଙ୍କୁ ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ

ଜିଲ୍ଲାପାଳଙ୍କ ଉପସ୍ଥିତିରେ ବିଧାୟକଙ୍କ ଦ୍ବାରା ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଲ୍ୟାପଟପ ଓ ଭିନ୍ନକ୍ଷମ ବିବାହିତ ଦମ୍ପତି ଙ୍କୁ ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ

ମୟୂରଭଞ୍ଜ :ତା. ୦୫-୦୮ ( ମସିହା)ଆଜି ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ରାଇରଙ୍ଗପୁର ଗସ୍ତ ରେ ଆସି ବାମନଘାଟୀ ଉପଖଣ୍ଡ ସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରିଥିଲେ ।ଏହାପରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କକ୍ଷ ରେ ଜିଲ୍ଲାପାଳ ଶ୍ରୀ ଶିନ୍ଦେ ଓ ରାଇରଙ୍ଗପୁରର ମାନ୍ୟବର ବିଧାୟକ ଶ୍ରୀ ଜଲେନ ନାଏକ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ର ଯୁକ୍ତ ତିନି (ଦ୍ଵିତୀୟ ବର୍ଷ )ରେ ଅଧ୍ୟୟନରତା ରାଇରଙ୍ଗପୁର ବ୍ଲକ ଅଧିନସ୍ତ ହାତିଆ ଗ୍ରାମ ର ସନ୍ଧ୍ୟା ସୁତିନ ହାଁସଦା ନାମ୍ନୀ ଜୈନିକା ଦୃଷ୍ଟିବାଧିତା ଦିବ୍ୟାଙ୍ଗ ଛାତ୍ରୀ ଙ୍କୁ ଲ୍ୟାପଟପ ପ୍ରଦାନ କରିଥିଲେ ଏବଂ ଜାମଦା ବ୍ଲକ ର ଜୈନେକ ଦୃଷ୍ଟିବାଧିତ ଦିବ୍ୟାଙ୍ଗ ବ୍ୟକ୍ତି, ଶ୍ରୀ ପ୍ରଦୀପ ଚନ୍ଦ୍ର ମହାନ୍ତ ଯିଏକି ରୁକ୍ମିଣୀ ମହାକୁଡ଼ ନାମ୍ନୀ ଜଣେ ସୁସ୍ଥ ମହିଳା ଙ୍କୁ ବିବାହ କରିଥିବାରୁ ଉକ୍ତ ବିବାହିତ ଦମ୍ପତି ଙ୍କୁ ଟ.୨, ୫୦, ୦୦୦/-ଙ୍କା ର ବିବାହ ପ୍ରୋତ୍ସାହନ ରାଶି ବ୍ୟାଙ୍କ ଚେକ ଜରିଆରେ ପ୍ରଦାନ କରିଥିଲେ.।

ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ବାମନଘାଟି ଉପଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦାଶ, ରାଇରଙ୍ଗପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ରଂଜିତ କୁମାର ସୋରେନ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଆଜିର ଦିବସର ଅନୁଚିନ୍ତା : ଜୁଲାଇ ୯ ତାରିଖ:  ମାନବୀୟ ସଂଗ୍ରାମ,ସଫଳତା,ଜ୍ଞାନ,ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳର ଉତ୍ ଥାନ ଦିବସ 

ରାଷ୍ଟ୍ରର ବିକାଶ ଯୁବଶକ୍ତିର ସତ ବିନିଯୋଗ ଦ୍ବାରା ସମ୍ଭବ

Sunil Chandra Nayak

କୌଶିକ ବାବା ଡ଼ିଗ୍ରୀ କଲେଜରେ ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!