ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକ ହଜାର ରୁ ଉର୍ଦ୍ଧ୍ଵ ଶବ ସତ୍କାର ନିଃସ୍ୱାର୍ଥ ଭାବେ କରି ସାଉଣ୍ଟିଥିବା ସମାଜସେବୀ ବାଦଲ: ଜୀବନର ଶେଷ ପର୍ଯ୍ୟନ୍ତ ଶବ ସତ୍କାର କରିବାକୁ ନେଇଛନ୍ତି ସଂକଳ୍ପ 

ନବରଙ୍ଗପୁର— ନବରଙ୍ଗପୁର ଜିଲ୍ଲା ର ଜଣ ଚର୍ଚ୍ଚିତ ଚେହେରା ଇଶ୍ଵର ନାୟକ ଓରଫ ବାଦଲ l ଆର୍ଥିକ ଅନାଟନ ମଧ୍ୟରେ ଗତି କରୁଥିବା ଯୋଗୁଁ ପଢ଼ା ପଢି ନବମ ଶ୍ରେଣୀରୁ ପଢାରେ ଡୋରି ବାନ୍ଧିବାକୁ ପଡିଥିଲା ବାଦଲ ଙ୍କୁ l ନବରଙ୍ଗପୁର ସହରର ୱାର୍ଡ ୨ ଭଗବତୀ ସାହି ବାସିନ୍ଦା ଅଟନ୍ତି l ନର ସେବା ନାରାୟଣ ସେବା ମନ୍ତ୍ରରେ ନିଃସ୍ୱାର୍ଥ ସେବା କରି ଆସୁଛନ୍ତି ସମାଜସେବୀ ବାଦଲ l ୪୪ ବର୍ଷୀୟ ବାଦଲ ବର୍ତ୍ତମାନ ସୁଦ୍ଧା ପ୍ରାୟ ଏକ ହଜାରରୁ ଊର୍ଦ୍ଧ୍ଵ ଶବ ସତ୍କାର କରି ସହର ତଥା ଜିଲ୍ଲାର କୋଣ ଅନୁକୋଣ ରେ ସୁପରିଚିତ ହୋଇପାରିଛନ୍ତି l ଶବ ସତ୍କାର ପାଇଁ କିଛି ପାଇବାର ଆଶା ନ ରଖି ସହରର ଯେ କୌଣସି ବ୍ୟକ୍ତିର ମୃତ୍ୟୁ ଖବର ଶୁଣିଲେ ପହଞ୍ଚି ଯାଆନ୍ତି ଶ୍ମଶାନକୁ l ଶ୍ମଶାନ ରେ କାଠ ସଜାଡ଼ିବା ଠାରୁ ଆରମ୍ଭ କରି ସମ୍ପୂର୍ଣ୍ଣ ଶବ ଅଗ୍ନିରେ ଭଷ୍ମ ହେବା ପର୍ଯ୍ୟନ୍ତ ନିଜେ ଓ କିଛି ସହଯୋଗୀ ଙ୍କ ସହ ଶେଷ ପର୍ଯ୍ୟନ୍ତ ରୁହନ୍ତି ଶ୍ମଶାନରେ l ଚାକ ଚକ୍ୟ ସମାଜରେ କେହି କିଛି ସେବା ମୂଳକ କାର୍ଯ୍ୟ କରି ନିଜ ମୋବାଇଲ ରେ ଫଟୋ କଏଦ କରି ପ୍ରସଂଶା ସାଉଣ୍ଟିବାକୁ ସାମାଜିକ ଗଣମାଧ୍ୟମ ରେ ପୋଷ୍ଟ କରି ସମାଜସେବୀ ପ୍ରମାଣ ପତ୍ର ନେବାକୁ ଚେଷ୍ଟା ଚଳାଇଥିବା ବେଳେ ବାଦଲ କିନ୍ତୁ ତାହା ଓଲଟା lଜାତି, ବର୍ଣ୍ଣ,ଧର୍ମ, ଛୁଆଁ, ଅଛୁଆଁ ନିର୍ବିଶେଷରେ ଦୁଃଖ ସମୟରେ ଖୋଜା ପଡ଼ନ୍ତି ବାଦଲ l ତାଙ୍କ ନଜରରେ ମଣିଷ ସବୁ ସମାନ lଏହି ସତ୍କାର କରିବା ପାଇଁ କିଛି ପାରିଶ୍ରମିକ ନେଉ ନ ଥିଲେ ମଧ୍ଯ ଶୋକ ସନ୍ତପ୍ତ ପରିବାର ଲୋକେ ହାତ ଖର୍ଚ୍ଚ ବଢାଇ ଦିଅନ୍ତି ବୋଲି କୁହନ୍ତି ବାଦଲ l ଯୁବାବସ୍ଥାରେ ଏହି କାର୍ଯ୍ୟ ଆରମ୍ଭ କରି ଥିବା ବାଦଲ ଶବ ସତ୍କାର ପାଇଁ ଘୃଣା ଭାବ ପୋଷଣ ନ କରି ମନ ଆନନ୍ଦରେ ସ୍ୱାଭାବିକ ଭାବେ କରୁଥିବା ଯୋଗୁଁ ମନରେ ଗର୍ବ, ଅହଙ୍କାର,ଦ୍ଵେଷ ଭାବ ନ ରଖି ଉକ୍ତ କାର୍ଯ୍ୟକୁ ଆଜୀବନ ପାଳନ କରିବା ପାଇଁ ସଂକଳ୍ପ କରି ନେଇଥିବା କୁହନ୍ତି ବାଦଲ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ଯୁନାଇଟେଡ଼ ଚୋରଚେସ୍ ଅଫ ନବରଙ୍ଗପୁର ଡିଷ୍ଟିକ ତରଫରୁ ବିଶାଳ ରାଲି

Sunil Chandra Nayak

ଶିକ୍ଷାବିତ୍ ଗଦାଧର ମିଶ୍ର ସ୍ମୃତି ସଂସଦ,ଢେଙ୍କାନାଳ ପକ୍ଷରୁ ସ୍ଵର୍ଗତଃ ମିଶ୍ରଙ୍କ ନିରାଡାମ୍ବର ଶ୍ରାଦ୍ଧ ଉତ୍ସବ-୨୦୨୫ ପାଳିତ 

Sunil Chandra Nayak

ଝରିଆଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ରୀଡା ଉତ୍ସଵ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!