ବ୍ଳକ ସ୍ତରୀୟ ବିଦ୍ୟାଳୟ ସମୂହ ଖେଳ ଓ ଦୌଡକୁଦ ପ୍ରତିଯୋଗୀତା ଉଦଘାଟିତ
ଡାବୁଗାଁ, ୧୩/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ସଦରମହକୁମା ସ୍ଥିତ ସରକାରୀ (ନୂତନ) ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ୨ ଦିନିଆ ବ୍ଳକ ସ୍ତରୀୟ ବିଦ୍ୟାଳୟ ସମୂହ ଖେଳ ଓ ଦୌଡକୁଦ ପ୍ରତିଯୋଗୀତା ସୋମବାର ଉଦଘାଟିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ଡାବୁଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଶ୍ମିତା ନେତମ ଙ୍କ ଆବାହକତ୍ଵରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବ୍ଳକ ଅଧ୍ୟକ୍ଷା ବୀଣା ମାଝୀ ଯୋଗ ଦେଇ କ୍ରୀଡା ପତାକା ଉତ୍ତୋଳନ କରି
ପ୍ରତିଯୋଗୀତାକୁ ଉଦଘାଟନ କରିଥିଲେ | ପରେ ଛାତ୍ରମାନଙ୍କ ଦ୍ଵାରା ମଶାଲ ମଞ୍ଚ ଉପରକୁ ଅଣାଯାଇ ଅତିଥି ମାନଙ୍କ ଦ୍ଵାରା ମଞ୍ଚରେ ମଶାଲକୁ ସ୍ଥାପିତ କରାଯାଇଥିଲା | ପରେ କ୍ରୀଡା ଶିକ୍ଷକ ହେମନ୍ତ କୁମାର ସାମଲ, ଉମାକାନ୍ତ ବିଶ୍ଵାଳ,ବାସୁଦେବ ରଥ, ତ୍ରିନାଥ ବାରିକ,ରଞ୍ଜନ ପରିଡା,ଅରୁଣ ହିଆଲ,ନୀଳାମ୍ବର ସିଂ, ପୁରୋହିତ ବାଘ, ବିଜୟଲକ୍ଷ୍ମୀ ମଣ୍ଡଳ ଓ ସୁକାନ୍ତି ସାହୁ ପ୍ରମୂଖ ୧୦୦, ୨୦୦,୩୦୦, ୪୦୦, ୮୦୦, ୧୫୦୦,୩୦୦୦ ମିଟର ଦୌଡ, ଉଚ୍ଚ ଡିଆ,ଲମ୍ବ ଡିଆ,ଜାଭଲିନ ଥ୍ରୋ, ରିଲେ ରେସ, ଟ୍ରିପଲ ଜମ୍ପ, ଡିସ୍ କସ୍ ଥ୍ରୋ ଭଳି ୧୩ ପ୍ରକାର ଖେଳ ଆରମ୍ଭ କରାଯାଇଥିଲା l ଏଥିରେ ସମ୍ମାନୀତ ଅତିଥି ଜିଲା ପରିଷଦ ସଭ୍ୟ ଧନ ସିଂ ଭତ୍ରl ଓ ଗୁପ୍ତ ବିଶୋୟୀ, ବ୍ଳକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ତହସିଲଦାର ଗୀତା ମୁର୍ମୁ, ଡାବୁଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଡା. ବଦ୍ରି ପ୍ରାସାଦ ନାୟକ, ବ୍ଳକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ବିଜେପି ଜିଲା ଯୁବ ମୋର୍ଚ୍ଚା ସଭାପତି ଶୁଭଜିତ ପାଣିଗ୍ରାହୀ ଓ ଡାବୁଗାଁ ମଣ୍ଡଳ ସଭାପତି ମନୋଜ ପାତ୍ର, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝୀ ଓ ସନ୍ତୋଷ କୁମାର ସାହୁ, ସମ୍ପୃକ୍ତ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସନୌଜ କୁମାର ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ l ଉକ୍ତ ମଞ୍ଚକୁ ଶିକ୍ଷକ ବିକାଶ ରଞ୍ଜନ ନିଶଙ୍କ ପରିଚାଳନା କରିଥିବା ବେଳେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରସନ୍ନ କୁମାର ଦଣ୍ଡସେନା, ଧନଞ୍ଜୟ ବଡଜେନା, ହେମେନ୍ଦ୍ର ବେହେରା, ହେମନ୍ତ କୁମାର ପଣ୍ଡା, ଗିରିଶବାଳା ଜେନା ଓ ଗୀତାଞ୍ଜାଳୀ ବସ୍ତିଆ, ଶିକ୍ଷକ ବିଶ୍ୱେଶ କୁମାର ତ୍ରିପାଠୀ, ସୌଭାଗ୍ୟ ବିଶ୍ଵାଳ, ସୁରେଶ ବେହେରା, ଜଗନ୍ନାଥ ରାଓ, ବଲ୍ଳଭ ନାରାୟଣ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ l
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

