ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫକୀରମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ଓ ସୁବର୍ଣ୍ଣରେଖା ଆନୁକୁଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ

ଫକୀରମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ଓ ସୁବର୍ଣ୍ଣରେଖା ଆନୁକୁଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ

ରାଉରକେଲା:ନନ୍ଦିନୀ ମହିଳା ସଂଘତି ସଦସ୍ୟାଙ୍କ ପ୍ରତ୍ୟକ୍ଷ ସହଯୋଗୀତାରେ ବ୍ୟାସଭବନ ପରିସରରେ “ସୁବର୍ଣ୍ଣରେଖା ” ଆନୁକୁଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଅତିଥି ମାନଙ୍କ ଉପସ୍ଥିତିରେ ମହିଳା ମଣ୍ଡଳୀଙ୍କ ସହଯୋଗ ରେ ଦୀପ ପ୍ରଜ୍ବୋଳନ ଓ ଫକୀରମୋହନ ସେନାପତିଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।

ଗୁରୁ ଗୈାରାଙ୍ଗ ମଲ୍ଲିକ, ସସ୍ମିତା ମଣ୍ଡଳଙ୍କ ରଚିତ ଏକ କବିତାକୁ ଆବାହ ସଙ୍ଗୀତରେ ରୂପ ଦେଇଥିଲେ ।ସୁଶ୍ରୀ ସୁପ୍ରଭା ସାହୁ ଅତିଥି ମାନଙ୍କୁ ମଞ୍ଚାସୀନ କରାଇବା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।ସଭାପତି ମନୋରଞ୍ଜନ ଦାସ ଅନୁଷ୍ଠାନର ପ୍ରତିଷ୍ଠା ,ଜମି ଅଧିଗ୍ରହଣ,ସଭ୍ୟ ସଂଗ୍ରହ ଅଭିଯାନ ବିଷୟରେ ଏବଂ ନନ୍ଦିନୀ ମହିଳା ସଂଘତିର ନିଜ ସଂରଚନା ବିଷୟରେ ବକ୍ତବ୍ୟରେ କହିଥିଲେ। ନାରୀ ଶକ୍ତିକୁ ପାଥେୟ କରି ଅନୁଷ୍ଠାନ ତରଫରୁ ବିଭିନ୍ନ ଜନହିତକର କାର୍ଯ୍ୟ ଉପରେ ଏକ ସୂଚନା ଦେଇଥିଲେ। ମହିଳା ସମ୍ପାଦିକା କନକଲତା ଜେନା ନିଜର ବକ୍ତବ୍ୟ ରଖି ଅନୁଷ୍ଠାନ ତରଫରୁ ଅନୁଷ୍ଠିତ ହେଉଥିବା ବିଭିନ୍ନ ଜନହିତକର କାର୍ଯ୍ୟ ଓ ସୁସ୍ଥ ସହାବସ୍ଥାନ ପାଇଁ ନନ୍ଦିନୀ ଭଉଣୀମାନଙ୍କ ପରାମର୍ଶ, ସହଯୋଗୀତା ଉପରେ କହିଥିଲେ। ମୁଖ୍ୟ ଅତିଥି ପ୍ରାକ୍ତନ ପ୍ରାଧ୍ୟାପିକା ଡ଼ଃ ମୀନତି ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମର୍ଥକୁ ଚିହ୍ନି ମହିଳାମାନଙ୍କୁ ସାମ୍ନାକୁ ଆଣି ସମାଜର ମୈ।ଳିକ ପରିବର୍ତ୍ତନ ଆଣିବା ଦରକାର ବୋଲି ମତ ରଖିଥିଲେ। ମୁଖ୍ୟବକ୍ତା ଭାବେ ଉଦିତ ନଗର ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଗାୟତ୍ରୀ ସେଠି ଯୋଗଦେଇ ସୁସ୍ଥ, ଶିକ୍ଷିତ ଏବଂ ସୁସ୍ଥ ମାନସିକତା ର ନାରୀ ସମାଜର ପ୍ରଗତିର ସାରଥୀ ବୋଲି ମତ ରଖିଥିଲେ।

ଏହି ଅବସରରେ ଦୁଇ ଶିକ୍ଷାବିତ୍ ତଥା ଅନନ୍ୟ ପ୍ରତିଭା କ୍ରୀଡା କ୍ଷେତ୍ରରେ ପାରଦର୍ଶିତା ଲଭିଥିବା ପ୍ରତିଭା ଏକ୍କାଏବଂ ଆକାଂକ୍ଷା ପରିଡ଼ାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମନସ୍ବିନୀ ଜେନାଙ୍କ ମଞ୍ଚ ସଂଯୋଜନା,ଦେବଯାନୀ ଘୋଷ ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ ଆଇନଜୀବୀ ଗୀତାଞ୍ଜଳି ପଣ୍ଡା ଧନ୍ୟବାଦ ପ୍ରସ୍ତାବ ରଖିଥିଲେ। ସାଧାରଣ ସମ୍ପାଦକ ନିତ୍ୟାନନ୍ଦ ବେହେରା ସଭାର ଆୟୋଜନ ସହ ସମ୍ବର୍ଦ୍ଧନା ପତ୍ର ପାଠ କରିଥିଲେ।

ଦ୍ବିତୀୟ ପର୍ଯ୍ୟାୟରେ ମହେନ୍ଦ୍ର କୁମାର ମହାଳିକ ରଚିତ, ବିଜୟ ପ୍ରଧାନଙ୍କ ନିର୍ଦ୍ଦେଶିତ ନାଟକ” ଶାରିଆ” ଅନୁଷ୍ଠାନ ର ମହିଳା କଳାକାର ମାନଙ୍କ ଦ୍ବାରା ମଞ୍ଚସ୍ଥ ହୋଇଥିଲା। ଏଥିରେ ପୂଜା ଗିରି, ସାଗରିକା ଜେନା,ଦମୟନ୍ତୀ ବେହେରା, ବନଜା ଦାସ, କନକଲତା ଜେନା,ତପୋଇ ମାଝୀ, ସଙ୍ଗୀତା ବେଜ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ। ଛବିରାଣୀ ପ୍ରଧାନ, କମଳାକାନ୍ତ ପ୍ରଧାନ,ରାଧାକୃଷ୍ଣ ଦଳପତି, ସୁବ୍ରତ କୁମାର ଜେନା,ଶ୍ରୀକାନ୍ତ ଦାସ, ଆନନ୍ଦ ଗିରି,ରାଜୀବ ପାତ୍ର,କମଳ ଲୋଚନ ଗାରୁ, ବିପିନ୍ କାମିଳା, ବିକାଶ ସାହାଣୀ, ପ୍ରଫୁଲ୍ଲ ସାହୁ, ଅରକ୍ଷିତ ଆଦକ, ଭାଗ୍ୟଲକ୍ଷ୍ମୀ ପାତ୍ର, ଶକୁନ୍ତଳା ଆଦକ, ପରମେଶ୍ବର ମହାରଣା, ପର୍ଶୁରାମ ମଲ୍ଲିକ,ବାଲୁକିଶୋର ପାତ୍ର,ଭକ୍ତି ମହାଳିକ, ତପନ ଜେନା, ରଜନୀ ଘୋଷ, ଗଗନ ପ୍ରଧାନ ପ୍ରମୁଖ କାର୍ଯ୍ୟକର୍ତ୍ତା ସହଯୋଗ କରି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଡାବୁଗାଁ ବ୍ଲକର ୩୩ ଜଣ ଗଣଶିକ୍ଷକ ନିୟମିତ ହେଲେ 

masiha

ଡାବୁଗାଁରେ ୭୭ ସାଧାରଣତନ୍ତ୍ର ଦିବସ ପାଳିତ 

Sunil Chandra Nayak

ଶତାୟୁ,ବି.ବି.ହାଇସ୍କୁଲ,ଢେଙ୍କାନାଳକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୩ -୨୪ ପ୍ରଦାନ

masiha

Leave a Comment

error: Content is protected !!