ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି ଦଳର ୪୪ ତମ ପ୍ରତିଷ୍ଠା ଦିବସ ପାଳିତ 

ବିଜେପି ଦଳର ୪୪ ତମ ପ୍ରତିଷ୍ଠା ଦିବସ ପାଳିତ 

କାମାକ୍ଷାନଗର (ମନିସ )6/4/24 // ପରଜଙ୍ଗ ନିର୍ବାଚନ ମଣ୍ଡଳୀ ବିଜେପି ତରଫରୁ ଦଳର ୪୪ ତମ ପ୍ରତିଷ୍ଠା ଦିବସ ଦଳୀୟ କାର୍ଯ୍ୟାଳୟ ଠାରେ ପାଳିତ ହୋଇଥିଲା ।୧୯୮୦ ମସିହା ଏପ୍ରିଲ ୬ ତାରିଖରେ ଦଳ ଗଠନ ହୋଇଥିଲା ।ଦଳ ପାଇଁ ବଳିଦାନ ଦେଇ ଥିବା ଦଳର ପ୍ରତିଷ୍ଠାତା ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ,ଡ଼ଃ ଶ୍ୟାମ ପ୍ରସାଦ ମୁଖାର୍ଜୀ, ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଫଟ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।୮୦ ଦସକରରେ ୨ଟି ଲୋକସଭା ଆସନ ରେ ବିଜୟୀ ହୋଇଥିବା ଭାରତୀୟ ଜନତା ପାର୍ଟି ଏକବିଂଶ ସତାଧିରେ ବିଶ୍ୱର ସର୍ବ ବୃହତ ଓ ଲୋକପ୍ରିୟ ଦଳ ଭାବେ ନିଜକୁ ପ୍ରତିଷ୍ଠିତ କରି ପାରିଛି ।ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ତଥା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାଥି ବିଭୂତି ଭୂଷଣ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ରାସ ବିହାରୀ ବେହେରା,ଜିଲ୍ଲା ଯୁବ ସମ୍ପାଦକ ଦେବାଶିଷ ପଣ୍ଡା,ପରଜଙ୍ଗ ନିର୍ବାଚନ ମଣ୍ଡଳୀ ବିସ୍ତାରକ ବିଷ୍ଣୁଚରଣ ବେହେରା,ବାମ ସରପଞ୍ଚ ଫକୀର ଚରଣ ମହାନ୍ତ, ମହାବିରୋଡ଼ ମଣ୍ଡଳ ସଭାପତି କୃଷ୍ଣଚନ୍ଦ୍ର ସାହୁ,କଙ୍କଡାହାଡ଼ ମଣ୍ଡଳ ସଭାପତି ନାଉରି ସିଂହ, ବିରାଶାଳ ମଣ୍ଡଳ ସଭାପତି ସନାତନ ସାହୁ,ଅଷ୍ଟଶମ୍ଭୁ ମଣ୍ଡଳ ସଭାପତି ଦୟାନିଧି ସାହୁ,ପୂର୍ବତନ ମଣ୍ଡଳ ସଭାପତି ଜଗନ୍ନାଥ ଗଡ଼ନାୟକଙ୍କ ସହିତ ଶତାଧିକ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହି ଦଳର ପ୍ରତିଷ୍ଠା ଦିବସକୁ ପାଳନ କରିଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମୋଦି ସରକାର ଙ୍କ ଜନବିରୋଧୀ ଓ ଶ୍ରମିକ ବିରୋଧୀ ନିତୀ ବିରୁଦ୍ଧରେ ନଭେମ୍ବର ୨୬ ରୁ ୨୮ ରାଜ୍ୟ ସ୍ତରୀୟ ଅହୋରାତ୍ର ମହାଧାରଣା କୁ ସଫଳ କରିବା ପାଇଁ ସି ଆଇ ଟି ୟୁ ଜିଲ୍ଲା କମିଟି ବୈଠକରେ ନିଷ୍ପତ୍ତି

masiha

ବାଲିଗୁଡ଼ାରେ କଂଗ୍ରେସର ବିରାଟ ଜନ ଜାଗରଣ ସଭା: ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ଓ ପିସିସି ସଭାପତି ଯୋଗ ଦେବେ

masiha

ଜିଲ୍ଲାସ୍ତରୀୟ ସଦସ୍ୟତା ଅଭିଯାନ କର୍ମଶାଳା

masiha

Leave a Comment

error: Content is protected !!