ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେଡି ପ୍ରାର୍ଥୀ ଲମ୍ବୋଦର ଓ ପୁଷ୍ପେନ୍ଦ୍ର ଙ୍କ ପାଇଁ ପ୍ରଚାର କଲେ ରାଜ୍ୟ ସଭା ସାଂସଦ ମୁନ୍ନା ଖାଁ

ବିଜେଡି ପ୍ରାର୍ଥୀ ଲମ୍ବୋଦର ଓ ପୁଷ୍ପେନ୍ଦ୍ର ଙ୍କ ପାଇଁ ପ୍ରଚାର କଲେ ରାଜ୍ୟ ସଭା ସାଂସଦ ମୁନ୍ନା ଖାଁ

ଧର୍ମଗଡ:ନିର୍ବାଚନ ପାଇଁ ବିଗୁଲ ବାଜି ସାରିଥିବା ହାତ ଗଣତି ସମୟ ରହି ଥିବା ବେଳେ ପ୍ରଚାର ପାଇଁ ଦିନରାତି ଏକ କରି ଦେଇଛନ୍ତି ପ୍ରାର୍ଥୀ ଓ ସମର୍ଥକ । ଗୁରୁବାର ଧର୍ମଗଡ ନିର୍ବାଚନ ମଣ୍ଡଳୀ କୋକସରା ବ୍ଲକ ର ମାଝୀଗୁଡା ଓ ଲଡୁଗାଁ ପଞ୍ଚାୟତ ରେ ବିଜେଡି ପକ୍ଷରୁ ମାରାଥନ ପ୍ରଚାର କରାଯାଇଛି। ଏହି ପ୍ରଚାର ରେ ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ଙ୍କ ସହ ନବରଙ୍ଗପୁର ରାଜ୍ୟସଭା ସାଂସଦ ମୁନ୍ନା ଖାଁ, ଧର୍ମଗଡ ବିଧାୟକ ମୋୖଷଧି ବାଗ,ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ, ବ୍ଲକ ସଭାପତି।ସୁଶାନ୍ତ କୁମାର ବେହେରା,ଧର୍ମଗଡ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ, ରାଜ୍ୟ ଓମଫେଡ଼ ର ରାଜ୍ୟ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ, ବ୍ଲକ ସମ୍ପାଦକ ପଞ୍ଚକ ପୋଢ଼, ଦୁର୍ଗା ନାଏକ,ନାରିନେତ୍ରୀ ଅଶୋକା ନାଏକ ସମେତ ଅନ୍ୟ ମହିଳା ନେତ୍ରୀ ଓ ଦଲୀୟ ଶତାଧିକ କର୍ମକର୍ତ୍ତା ପ୍ରଚାର ରେ ସାମିଲ ହୋଇ ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ଓ ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି। ମାଝୀଗୁଡା ଓ ଲଡୁଗାଁ ରେ ରୋଡ଼ ଶୋ ରେ ହଜାର ହଜାର ଜନ ସାଧାରଣ ଙ୍କ ଜନ ସମର୍ଥନ ରେ।ବିଧାୟକ ପ୍ରାର୍ଥୀ ଭୋଟ ଭିକ୍ଷା କରିବା ସହ ରାଜ୍ୟ ସରକାରଙ୍କ ଧର୍ମଗଡ ନିର୍ବାଚନ ମଣ୍ଡଳୀ ରେ ବିକାଶ ମୂଳକ କାର୍ଯ୍ୟକ୍ରମ ର ଚିଠା ଜନ ସାଧାରଣ ଙ୍କୁ ବୁଝାଇବା ସହ ଆଗାମୀ ଦିନରେ ନବୀନ ପଟ୍ଟନାୟକଙ୍କ ହାତମୁଠା କୁ ଟାଣ କରି ପୁଣିଥରେ ବିଜେଡି ସରକାର ଓ ଦଲୀୟ ପ୍ରାର୍ଥୀ ଙ୍କୁ ନିର୍ବାଚିତ କରିବା ପାଇଁ ଅନୁରୋଧ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଦଶପୁର ମଣ୍ଡଳ ବିଜେପିର ପ୍ରବାସ କାର୍ଯ୍ୟକ୍ରମ ଓ ସାଙ୍ଗଠନି ବୈଠକ

Sunil Chandra Nayak

ସମ୍ବିଧାନ ହତ୍ୟା ଦିବସ ପାଳିତ 

masiha

ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା କୁ ନେଇ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ,୨୮ ରେ ବିଧାନସଭା ଘେରାଉ

Sunil Chandra Nayak

Leave a Comment

error: Content is protected !!