ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପାଣ୍ଡିଆନଙ୍କ ନର୍ଲା ଗ୍ରସ୍ତ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ: ନର୍ଲା କଂଗ୍ରେସ

ନର୍ଲା ( ମନିସ) ରାଜ୍ୟ ସରକାରଙ୍କ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ନର୍ଲା ଗ୍ରସ୍ତ ପୂର୍ବରୁ ନର୍ଲା କଂଗ୍ରେସ ପ୍ରେସ ମିଟ ମାଧ୍ୟମରେ ଏହି ଗ୍ରସ୍ତ କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇଛି। ଆଗକୁ ନିର୍ବାଚନ ଥିବାରୁ ୫ଟି ସଚିବ ରାଜନୈତିକ ଉଦ୍ଦେଶ୍ୟ ନେଇ ନର୍ଲା ଠାରେ ଏକ ସଭା ଆୟୋଜନ କରି ବିଜେଡିର ପ୍ରସ୍ତୁତି ଉଦ୍ୟମ ଆରମ୍ଭ କରିଛନ୍ତି ବୋଲି ନର୍ଲା କଂଗ୍ରେସ କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ପୂର୍ବରୁ ୫ଟି ସଚିବ ନର୍ଲା ମାଟିରେ ପାଦ ଥାପି ନ ଥିବା ବେଳେ ନର୍ଲା ଅଂଚଳର ବିକାଶ ଦିଗରେ ବିଜେଡି ବିଧାୟକଙ୍କ ଆଖି ଦୃର୍ଷିଆ କୈାଣସି କାର୍ଯ୍ୟ ହୋଇ ନ ଥିବାର ଅଭିଯୋଗ କଂଗ୍ରେସ ଉଠାଇଛି। ଶିକ୍ଷା, ସ୍ଵାସ୍ଥ୍ୟ, ବିଭିନ୍ନ ପ୍ରକଳ୍ପ ସମସ୍ୟା ଉପରେ ବହୁ ଦୂରରେ ରହି ଆସିଥିବା ନର୍ଲା ଅଞ୍ଚଳର ବିକାଶ ଦିଗରେ ୫ଟି ସଚିବ ସମାଧାନ କଲେ ନର୍ଲା ନିର୍ବାଚନ ମଣ୍ଡଳୀ ଜନସାଧାରଣ ଉପକୃତ ହେବେ ବୋଲି କଂଗ୍ରେସ ମତପୋଷଣ କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ନର୍ଲା ବ୍ଳକ ସଭାପତି ସମୀର ଚାନ୍ଦ, ରଜନୀକାନ୍ତ କୁମାର,ଦୀପୁ ପାତ୍ର,ସୁଦାମ ପଧାନ ପ୍ରମୁଖ ଉପସ୍ଥିତ ଥିଲେ।

ଦୀପକ କୁମାର ଠାକୁର/ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ବାଲିଗୁଡ଼ାରେ କଂଗ୍ରେସର ବିରାଟ ଜନ ଜାଗରଣ ସଭା: ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ଓ ପିସିସି ସଭାପତି ଯୋଗ ଦେବେ

masiha

ସମ୍ବିଧାନକୁ ସର୍ବୋଚ୍ଚ ସମ୍ମାନ ଦେଇଛି ବିଜେପି ସରକାର – କୈଳାଶ ବିଜୟବର୍ଗୀୟ 

masiha

ବିଜୁ ଜୟନ୍ତି ଉପଲକ୍ଷେ କାମାକ୍ଷାନଗରରେ ସାଇକେଲ ଶୋଭାଯାତ୍ରା

Sunil Chandra Nayak

Leave a Comment

error: Content is protected !!