ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ବ୍ଲକରେ ସର୍ବାଧିକ ମାର୍କ ରଖି ଡାବୁଗାଁ ପାଇଁ ଗୌରବ ଆଣିଲେ ମୋନାଲିସା

ଡାବୁଗାଁ, ୧୯/୫ (ମ.ନି.ସ.)-୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ବ୍ଲକରେ ସର୍ବାଧିକ ମାର୍କ ରଖି ଡାବୁଗାଁ ପାଇଁ ଗୌରବ ଆଣିଲେ ମୋନାଲିସା | ମୋନାଲିସା ମାଝି ଶିକ୍ଷକ ଜିତେନ୍ଦ୍ର କୁମାର ମାଝୀ ଝିଅ । ଚଳିତ ବର୍ଷ ଦଶମ ବାର୍ଷିକ ବୋର୍ଡ ପରୀକ୍ଷାରେ ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରି ସର୍ବାଧିକ ୫୪୦/୬୦୦ ନମ୍ବର ମାର୍କ ରଖିଛନ୍ତି । ଏଥି ସହିତ ମୋନାଲିସା ମଧ୍ୟ ଦଶମ ବୋର୍ଡ ପରୀକ୍ଷାରେ ଡାବୁଗାଁ ବ୍ଲକ ରେ ସର୍ବାଧିକ ମାର୍କ ରଖିଛନ୍ତି । ଏଣୁ ବିଭିନ୍ନ ଆଡୁ ଶୁଭେଚ୍ଛା ମିଳିଛି | ଏଥିରେ ମୋନାଲିସ ଭବିଷ୍ୟତରେ ଜଣେ ଆଦର୍ଶ ଶିକ୍ଷୟତ୍ରୀ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି | ଏଥିରେ ସେ ନିଜର ମାତା ପିତା, ବିଦ୍ୟାଳୟର ଶିକ୍ଷୟତ୍ରୀ ଶିକ୍ଷକ ମାନଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବିଧାୟକଙ୍କ ଦ୍ଵାରା ଶ୍ରେଣୀଗୃହ ନବୀକରଣ ପାଇଁ ୧୦ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ

Sunil Chandra Nayak

ରାଜ୍ୟରେ ବାତ୍ୟା ‘ରେମାଲ’ର ପ୍ରଭାବ । ଉପକୂଳରେ ୨୫,୨୬ ତାରିଖରେ ବର୍ଷା ସହ ଘଣ୍ଟାକୁ ୮୦ କିମି ପବନ ବହିବ । ୪ ବନ୍ଦରକୁ ୧ ନମ୍ବର ବିପଦ ସଙ୍କେତ 

masiha

ଏକ୍ସଆରଏଫ ପ୍ରଶିକ୍ଷଣରୁ ଦ୍ୱତୀୟବାରରେ ବାଦ ଡ଼ିଡ଼ିସିଏ ସୋରେନ-ଜଣିଏ ଯୋଗ୍ୟ ଡ଼ିଡ଼ିସିଏ ରାଉଳ

masiha

Leave a Comment

error: Content is protected !!