ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଜନଗର ବିକାଶ ପାଇଁ ମୈଦାନକୁ ଓହ୍ଲାଇଲେ ଧୃବ ଓ ଅଂଶୁମାନ,ବିଶାଳ ବାଇକ୍ ରାଲିରେ କଲେ ଶକ୍ତି ପ୍ରଦର୍ଶନ

ରାଜନଗର ବିକାଶ ପାଇଁ ମୈଦାନକୁ ଓହ୍ଲାଇଲେ ଧୃବ ଓ ଅଂଶୁମାନ,ବିଶାଳ ବାଇକ୍ ରାଲିରେ କଲେ ଶକ୍ତି ପ୍ରଦର୍ଶନ

ରାଜନଗର-5.4.024 ଆଗକୁ ଅଳ୍ପଦିନ ରହିଛି 2024ସାଧାରଣ ନିର୍ବାଚନ, ଏଥିପାଇଁ ସାଂସଦ ଓ ବିଧାୟକ ପ୍ରାର୍ଥୀ ହେବାକୁ ବିଭିନ୍ନ ଦଳର ଆଶାୟୀଙ୍କ ଲମ୍ବା ତାଲିକା ଝୁଲୁଥିବା ବେଳେ ବିଜେଡି ପକ୍ଷରୁ ଏକପ୍ରକାର ପ୍ରାର୍ଥୀ ତାଲିକା ଶେଷ ପର୍ଯ୍ୟାୟରେ ପହଁଚିଛି। କିନ୍ତୁ ଏଥିପୂର୍ବରୁ ଦୁର୍ବଳ କଙ୍ଗ୍ରେସ ଦଳରୁ କିଛିଦିନ ହେବ ସମସ୍ତଙ୍କର ଆଦରଣୀୟ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଅଂଶୁମାନ ମହାନ୍ତି ଲୋକଙ୍କ ସେଵା କରିବାକୁ କଙ୍ଗ୍ରେସ ଦଳରୁ ଇସ୍ତଫା ଦେଇ ଵିଜେଡିରେ ଯୋଗ ଦେଇଛନ୍ତି।ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ‌ ଅଶୁମାନଙ୍କୁ ଗ୍ରହଣ କରିବା ସହ କେନ୍ଦ୍ରାପଡା ଲୋକସଭା ମଣ୍ଡଳୀରେ ଅଂଶୁମାନଙ୍କର ଲୋକପ୍ରିୟତା ତଥା ଜନସାଧାରଣଙ୍କ ସମର୍ଥନ ଯୋଗୁ ସେଠାରେ ଲୋକସଭା ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି।ହେଲେ ରାଜନଗରର ନିର୍ବାଚନ ମଣ୍ଡଳୀରେ 2019 ରୁ ବିଧାୟକ ହୋଇଥିବା ଶ୍ରୀଯୁକ୍ତ ଧୃବ ସାହୁ ବିଭିନ୍ନ ଜନହିତକର କାର୍ଯ୍ୟ କରି ସମସ୍ତଙ୍କର ପ୍ରିୟ ପାତ୍ର ପାଲଟି ବିକାଶର ସାରଥି ହୋଇପାରି ଛନ୍ତି ।ଯାହାଫଳରେ ଦଳର ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଗୁଡ଼ ଉଇଲିରେ ରହିଥିଲେ।ଏହି ସମୟରେ କଙ୍ଗ୍ରେସର‌‌ ପ୍ରାର୍ଥୀ ଖୋଜା ଚାଲୁଥିବା ବେଳେ ବିଜେପିର ମାନସମନ୍ଥନ ଚାଲିଛି।ଏପରି ସ୍ଥଳେ ନବୀନ ପଟ୍ଟନାୟକ ଅଂଶୁମାନ ମହାନ୍ତିଙ୍କୁ ‌କେନ୍ଦ୍ରାପଡା ଲୋକସଭା ସାଂସଦ ପ୍ରାର୍ଥୀ ଓ ବିଧାୟକ ଶ୍ରୀଯୁକ୍ତ ଧୃବ ସାହୁଙ୍କୁ ଦ୍ଵୀତିୟ ଥର ରାଜନଗର ନିର୍ବାଚନ ମଣ୍ଡଳୀର ‌ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ସାଂସଦ ପ୍ରାର୍ଥୀ ଭାବେ ଅଂଶୁମାନ ମହାନ୍ତି ଓ ରାଜନଗର ବିଧାୟକ ଧୃବ ସାହୁ, କେନ୍ଦ୍ରାପଡ଼ା ଜିଲ୍ଲାର ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ ସମେତ, ଜିଲ୍ଲାର କେତେକ ବିଧାୟକଙ୍କ ସହିତ ‌ଲୋକାରଣ୍ୟ ମଧ୍ୟରେ ପ୍ରଥମେ ଲୋକସଭା ନିର୍ବାଚନ ମଣ୍ଡଳୀ କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଉ ‌ଠାକୁରଙ୍କୁ ଦର୍ଶନ କରି ଆଶୀର୍ବାଦ କାମନା ‌କରିଥିଲେ।ପରେ ରାଜନଗର ନିର୍ବାଚନ ମଣ୍ଡଳୀର‌ ମୁଖଶାଳା ପଟ୍ଟାମୁଣ୍ଡାଇ କୁ ବିକାଶର ସାରଥୀ ‌ଶ୍ରୀଯୁକ୍ତ ଧୃବସାହୁଙ୍କ ସମେତ ଲୋକସଭା ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ‌ପ୍ରଥମ‌ ଥର ‌ମିଳିତ ଭାବେ ବିଶାଳ ରାଲିରେ ‌ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ଅପ୍ରତୀଦ୍ଵଦୀ ଜନ ସମର୍ଥନ ଦେଖା ଦେଇଥିଲା। ଏହି ଜନସମର୍ଥନ ‌ଲାଗି ରହିଥିବା ବେଳେ ଗତକାଲି ବିଧାୟକ ପ୍ରାର୍ଥୀ ଧୃବ ସାହୁ ଓ ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଙ୍କୁ ‌ମିଳିତ ଭାବେ ମଦନ ପୁରୁ ଠାରୁ ‌ସ୍ଵାଗତ ସମ୍ବର୍ଦ୍ଧନା କରି ବିଶାଳ ବାଇକ୍ ‌ଶୋଭାଯାତ୍ରାରେ ବିଭିନ୍ନ ଦେବା ଦେଵୀଙ୍କ ମନ୍ଦିର ଦର୍ଶନ କରି ଆଶୀଷ ଲୋଡିଥିଲେ। ପ୍ରଥମେ ଗର୍ତେଶ୍ଵର ମହାଦେବଙ୍କୁ ଦର୍ଶନ କରି ଗୋପାଳପୁର ‌ପାର୍କ ସ୍ଥିତ ବିଜୁପଟନାୟକଙ୍କ ପ୍ରତିମୂର୍ତ୍ତି ରେ ‌ମାଲ୍ୟାର୍ପଣ କରି ବିଜେଡି ମୁଖ୍ୟ କାର୍ଯ୍ୟାଳୟରେ ଥିବା ସ୍ବର୍ଗତ ନଳୀନ କାନ୍ତ ମହାନ୍ତିଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ନଳିନୀ ମହାନ୍ତି ଏବଂ ବିଜୁପଟନାୟକଙ୍କ ଅମର ରହେ ଶବ୍ଦରେ ‌ଫାଟି ପଡୁଥିଲା‌ ଅଞ୍ଚଳ। ସେଠାରୁ କେରଡ଼ାଗଡ଼ ଜଗନ୍ନାଥ ମନ୍ଦିରକୁ ଯାଇ ଦର୍ଶନ କରିବା ପରେ ନାମାଚାର୍ଯ୍ୟ ବାୟାବାବାଙ୍କ ମଠରେ ଦେହାନ୍ତ ବାୟାଵାବାଙ୍କୁ ଦର୍ଶନ କରିଥିଲେ।କେରଡାଗଡରୁ ଫେରି ରାଜନଗର ବଜାର ଦେଇ ଗଳିଦାଣ୍ଡର ଆରାଧ୍ୟ ଠାକୁରାଣୀ ବୁଢୀମଙ୍ଗଳାଙ୍କୁ ଦର୍ଶନ କରିବା ପରେ ଦଧିବାମନ ଜୀଉ ଙ୍କୁ ଆଳତୀ ଦର୍ଶନ କରି ଆଶୀର୍ବାଦ ନେବା ସହ ଦୁର୍ଗା ମନ୍ଦିରେ ମାଙ୍କୁ ଦର୍ଶନକରି ଆଶୀର୍ବାଦ କାମନା ‌କରିଥିଲେ। ମଞ୍ଚ ଉପରକୁ ଯାଇ ଉଭୟେ ହାତମିଳାଇ ଭାଇ ଭାଇ ହୋଇ ରାଜନଗରର ବିକାଶ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ବିଧାୟକ ଶ୍ରୀ ସାହୂଙ୍କ ପାଞ୍ଚବର୍ଷର ବିକାଶ ଆଜି ଲୋକମାନଙ୍କ ଆଶା ଭରଷା ରଖି ପୁନର୍ବାର ସେମାନଙ୍କ ନିକଟକୁ ସୁପ୍ରିମୋ ବିଧାୟକ ପ୍ରାର୍ଥୀ ଭାବେ ପଠାଇଛନ୍ତି।ସେହିପରି ‌ନଵାଗତ ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ତାଙ୍କ ଭାଷଣରେ କହିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ଵ ଦେଇଛନ୍ତି, ତାହାକୁ ମୁଁ ଆପଣମାନଙ୍କ ସହଯୋଗରେ ନିଶ୍ଚିତ ପାଳନ କରି ଆପଣଙ୍କର ଜଣେ ସେବକ ହୋଇ ପାରିବି ଵୋଲି ମତରଖିଥିଲେ। ରାଜନଗରର ହେଉଛି ବିଜୁବାବୁଙ୍କ କର୍ମଭୂମୀ ‌ତାଙ୍କରୀ ଆଶୀର୍ବାଦ ଓ ପ୍ରେରଣାରେ ମୋର ପିତା ସ୍ବର୍ଗତ ନଳୀନ କାନ୍ତ ମହାନ୍ତିଙ୍କ ‌କର୍ମଭୁମୀ ମଧ୍ୟ ଥିଲା ‌ଦୀର୍ଘଦିନ ସେ ଆପଣଙ୍କର ସେବା କରି ଆର ପାରିକୁ ଚାଲିଯାଇଛନ୍ତି ସତ, କିନ୍ତୁ ବିଜୁବାବୁ ଓ ମୋର ସ୍ବର୍ଗତ ପିତାଙ୍କ ଅଧୁରା ସ୍ଵପ୍ନକୁ ଆମେ ଦୁଇଭାଇ ବିଧାୟକ ଓ ସାଂସଦ ହୋଇ ତାହା ପୁରଣ କରିବାକୁ ଆମର ବିକାଶର ଯୁଗ ସୃଷ୍ଟି କରିଥିବା ନବୀନ ପଟ୍ଟନାୟକ ଆମକୁ ଦାୟିତ୍ଵ ଦେଇଥିବା ଶ୍ରୀ ମହାନ୍ତି କହିଥିଲେ।ପରେ ଉଭୟେ ନେତା ଓ କର୍ମୀମାନେ ରାଜନଗରର ବାଇପାସ୍ ଓ ଗୋପାଳପୁରସ୍ଥିତ ବିଜେଡି କାର୍ଯ୍ୟାଳୟରେ ‌ଥଣ୍ଡା ଓ ତା ପିଆପିଇ ହୋଇ ଭାଇଚାରା ବଜାଇ ରଖି ସମସ୍ତେ ମିଳିମିଶୀ ଏହି ନେତା ଦ୍ଵୟଙ୍କୁ ବିଜୟ ମୁକୁଟ ପିନ୍ଧାଇ ବା ପ୍ରୟାସ ଜାରି ରଖିବା ଉଚିତ।

କେନ୍ଦ୍ରାପଡା ରୁ ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ୍ 

Related posts

ଓଲମା ଠାରେ ବିଜେପିର ସାଙ୍ଗଠାନିକ ବୈଠକ ଅନୁଷ୍ଠିତ

Sunil Chandra Nayak

ଲାଞ୍ଜିଗଡ଼ ବିଜେଡି ପକ୍ଷରୁ ବିଶ୍ଵନାଥପୁର ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୬ତମ ତିରୋଧାନ ଦିବସ ପାଳନ

Sunil Chandra Nayak

କେନ୍ଦ୍ର ସରକାରଙ୍କ ଗରିବ ମାରଣ ନୀତି ବିରୋଧରେ ଝରିଗାଁ ବିଜେଡ଼ିର ବିକ୍ଷୋଭ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort