ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି 

ବିଜେପି ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି 

ବସ୍ତା,୬/୪ : ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀ ରୁ ଲଗାତାର ୧୯୯୦ ମସିହା ରୁ ୨୦୦୯ ପର୍ଯ୍ୟନ୍ତ ପାଞ୍ଚ ପାଞ୍ଚଥର ନିର୍ବାଚିତ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଆଜି ବିଜେପି ଦଳରୁ ଇସ୍ତଫା ଦେଇଥିବା ଜଣାଯାଇଛି। ତାଙ୍କର ପ୍ରାଥମିକ ସଦସ୍ୟପଦରୁ ଇସ୍ତଫା ଦେଇଥିବା ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଙ୍କୁ ଏକ ପାତ୍ର ମାଧ୍ୟମରେ ଜଣାଇଥିବା ଦେଖିବାକୁ ମିଳିଛି। ପୂର୍ବରୁ ୧୯୮୦ ମସିହା ଠାରୁ ରଘୁନାଥ ବସ୍ତା ନିର୍ବାଚନ ମଣ୍ଡଳୀରୁ ଅଣ କଂଗ୍ରେସ ରାଜନୀତି ଆରମ୍ଭ କରିଥିବା ବେଳେ ପ୍ରଥମେ ବସ୍ତା ବ୍ଲକ୍ ନଟାକଟା ପଞ୍ଚାୟତରେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ପରେ ଜିଲ୍ଲା କୃଷକ ଆନ୍ଦୋଳନ ରୁ ପ୍ରଜା ସୋସିଆଲିଷ୍ଟ ପାର୍ଟି ରୁ ଅସି ଦଶକରେ ବିଧାୟକ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ବେଳେ ପର ମୁହୂର୍ତ୍ତରେ ଜନତା ଦଳ ରୁ ପ୍ରତିପକ୍ଷ ସେତେବେଳର କଂଗ୍ରେସ ସରକାର ର ଜଙ୍ଗଲ ମନ୍ତ୍ରୀ ସ୍ବର୍ଗତ ଭୂପାଳ ଚନ୍ଦ୍ର ମହାପାତ୍ର ଙ୍କ ଠାରୁ ଜିତି ଲବେ ଦଶକରେ ବିଧାୟକ ଭାବେ ନିର୍ବାଚିତ ହୋଇ ବିଧାନସଭାକୁ ଯାଇଥିଲେ। ପରେ ୨୦୦୦ ମସିହା ରେ ବିଜୁ ଜନତା ଦଳ ସହିତ ଲଗାତାର ଭାବେ ପାଞ୍ଚ ପାଞ୍ଚ ଥର ବିଧାୟକ ହୋଇଥିଲେ। ୨୦୦୪ ମସିହା ତତ୍ କାଳୀନ ପଞ୍ଚାୟତି ରାଜ ଓ ସଂସଦ ବ୍ୟାପାର ମନ୍ତ୍ରୀ ସ୍ବର୍ଗତ ଦାମୋଦର ରାଉତଙ୍କ ମନ୍ତ୍ରୀପଦ ଯିବା ପରେ ଶ୍ରୀ ମହାନ୍ତିଙ୍କୁ ଏହି ଦାଇତ୍ୱ ମିଳିଥିଲା। ପରେ ଶ୍ରୀ ମହାନ୍ତି ଆଇନ, ସହର ବିକାଶ,ଶିଳ୍ପ,ମାଇନ୍ସ ଭଳି ବହୁଗୁରୁତ୍ଵ ପୂର୍ଣ୍ଣ ବିଭାଗର ମନ୍ତ୍ରୀପଦ ମିଳିଥିଲା। ପରେ ୨୦୧୨ ମସିହାରେ ପାରିବାରିକ କଳହ କାରଣରୁ ଶ୍ରୀ ମହାନ୍ତିଙ୍କୁ ମନ୍ତ୍ରୀପଦ ହରାଇବାକୁ ପଡ଼ିଥିଲା। ପରେ ୨୦୧୪ ମସିହାରେ ଶ୍ରୀ ମହାନ୍ତି ଙ୍କ ବଦଳରେ ନିତ୍ୟାନନ୍ଦ ସାହୁ ଙ୍କୁ ବିଜେଡି ଟିକେଟ ଦେଇଥିଲା। ୨୦୧୭ ମସିହାରେ ଶାସକ ଦଳ ପକ୍ଷରୁ ଶ୍ରୀ ମହାନ୍ତିଙ୍କୁ କ୍ୟାବିନେଟ୍ ସହିତ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଭାବରେ ଦାଇତ୍ୱ ମିଳିଥିଲା। ପରେ ନିଜର ଦଳୀୟ ଟିକେଟ ମିଳୁନଥିବା ଜାଣି ଶ୍ରୀ ମହାନ୍ତି ବିଜେଡି ଛାଡି ବିଜେପି ଦଳରେ ସାମିଲ ହୋଇଥିବା ବେଳେ ବିଜେପି ତାଙ୍କୁ ବସ୍ତା ରୁ ବିଧାୟକ ପ୍ରାର୍ଥୀ କରିଥିଲା। ବସ୍ତାରୁ ଶ୍ରୀ ମହାନ୍ତି ନିତ୍ୟାନନ୍ଦ ସାହୁ ଙ୍କ ଠାରୁ ପରାସ୍ତ ହୋଇଥିଲେ। ଚଳିତ ନିର୍ବାଚନରେ ଶ୍ରୀ ମହାନ୍ତି ଜଳେଶ୍ଵର ବିଧାନସଭା ଆସନରୁ ପ୍ରାର୍ଥୀ ହେବାକୁ ପ୍ରୟାସ କରିଥିବା ବେଳେ ଦଳ ତାଙ୍କୁ ଏକ ପ୍ରକାର ନିର୍ଭୟ ସୂଚନା ଦେଉଥିବା ବେଳେ ପର ମୁହୂର୍ତ୍ତରେ ବିଜେଡି ଦଳରୁ ନିଲମ୍ବିତ ହୋଇ ବିଜେପିରେ ସାମିଲ ହୋଇଥିବା ଜଳେଶ୍ଵର ବ୍ଲକ୍ ଉପାଧ୍ୟକ୍ଷ ବ୍ରଜ ମୋହନ ପ୍ରଧାନଙ୍କୁ ବିଜେପି ଟିକେଟ ଘୋଷଣା କରିଥିଲା। ଯେଉଁଥିରେ ଶ୍ରୀ ମହାନ୍ତି ଅସନ୍ତୁଷ୍ଟ ହୋଇଥିଲେ ବିଜେପି ଦଳର ଛାମୁଆ ନେତା ଶ୍ରୀ ମହାନ୍ତି ଙ୍କୁ ବୁଝାଇବାକୁ ଉଦ୍ୟମ କରି କିଛି ଘଣ୍ଟା ସମୟ ମାଗିଥିବା ବେଳେ ପର ମୁହୂର୍ତ୍ତରେ ଦଳୀୟ ଅସହାୟତା ପ୍ରକାଶ କରିଥିବା ବିଶେଷ ସୂତ୍ରରୁ ଜଣାଯାଇଥିଲା। ଆଜି ଶ୍ରୀ ମହାନ୍ତି ବିଜେପିରୁ ଇସ୍ତଫା ଦେଇଥିବା ବେଳେ ଆଗାମୀ ଦିନରେ କେଉଁ ଦଳରେ ସାମିଲ ହେବେ ସେନେଇ କୌଣସି ନିଷ୍ପତି ହୋଇନଥିବା ପ୍ରକାଶ କରିଛନ୍ତି ରଘୁନାଥ ମହାନ୍ତି। ତେବେ ଆସନ୍ତା କାଲି ଶ୍ରୀ ମହାନ୍ତି ବିଜେଡି ଦଳରେ ସାମିଲ ହୋଇପାରନ୍ତି ବୋଲି ତାଙ୍କର ସମର୍ଥକ ମହଲରେ ଚର୍ଚ୍ଚା ଜୋର ଧରିଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳଗୁଡ଼ିକ ମୁଣ୍ଡରେ ‘ମହିଳା ବିରୋଧୀ’ କଳଙ୍କର ଷ୍ଟାମ୍ପ ଲାଗିଗଲା: ମୋହନ ଚରଣ ମାଝୀ

Sunil Chandra Nayak

କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ତାଙ୍କ ସମର୍ଥକଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

Sunil Chandra Nayak

ରାଉରକେଲାକୁ ପୂର୍ଣ୍ଣାଙ୍ଗ ଜିଲ୍ଲା କରାଯାଉ : ଜିଲ୍ଲା କଂଗ୍ରେସ

Leave a Comment

error: Content is protected !!