ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଚାର ଦେଖି ଅନ୍ୟ ଦଳ ମାରୁଅଛି ଆଖି  

କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଚାର ଦେଖି ଅନ୍ୟ ଦଳ ମାରୁଅଛି ଆଖି  

ବାଲେଶ୍ଵର,୦୨/୫/୨୪- ସିମୁଳିଆ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ହିମାଂଶୁ ଶେଖର ବେହେରା ପ୍ରତ୍ୟେକ ଦିନ ନିର୍ବାଚନ ମଣ୍ଡଳୀ ଗସ୍ତ କରୁଛନ୍ତି । ପର୍ଯ୍ଯାୟ କ୍ରମେ ପ୍ରତି ପଞ୍ଚାୟତର ଗାଁକୁ ଯାଇ ଭୋଟର ମାନଙ୍କୁ ଭେଟୁଛନ୍ତି ଏବଂ କଂଗ୍ରେସର ଗ୍ଯାରେଣ୍ଟି କାର୍ଡ ବିଷୟରେ ଭୋଟର ମାନଙ୍କୁ ଅବଗତ କରାଉଛନ୍ତି । ନୂତନ ଭାବେ କଂଗ୍ରେସ ଦଳ ତରଫରୁ ବିଧାୟକ ପ୍ରାର୍ଥୀ ହୋଇ ଥିବାରୁ ଦିନରାତି ବହୁ ପରିଶ୍ରମ କରୁଛନ୍ତି ଏବଂ ପ୍ରତ୍ୟେକ ଗାଁରୁ ତାଙ୍କୁ ବିଜୟଲାଭ ପାଇଁ ଆର୍ଶୀବାଦ ମଧ୍ୟ ମିଳୁଛି । ଖଇରା ବାସିନ୍ଦା ଭାବେ ସେ ଜଣେ ଅତି ସରଳ, ନିରୀହ, ନିଷ୍କପଟ, ସ୍ନେହୀ, ମିଷ୍ଟଭାଷୀ ଓ ଉଦାର ହୃଦୟ ସମ୍ପନ୍ନ ବ୍ଯକ୍ତି । ସମସ୍ତଙ୍କୁ ଭଲ ପାଇବା, ସୁବିଧା ଅସୁବିଧା ସମୟରେ ଲୋକ ମାନଙ୍କ ପାଖରେ ପହଞ୍ଚି ସହାୟତାର ହାତ ବଢାଇବା ତାଙ୍କର ମୂଳ ଲକ୍ଷ୍ୟ । ସମାଜସେବାରେ ନିଜକୁ ନିୟୋଜିତ କରି ଆଗେଇ ଚାଲିଛନ୍ତି । ଯେହେତୁ ପ୍ରାର୍ଥୀ ହୋଇଛନ୍ତି ତେଣୁ ସମାଜସେବାକୁ ଆହୁରି ଅଧିକ ପରିମାଣରେ ବୃଦ୍ଧି କରିଛନ୍ତି । ପ୍ରତ୍ୟେକ ଗାଁର ଭୋଟର ମାନଙ୍କୁ ଭେଟି ନିଜର ବିଜୟ ପାଇଁ ଭୋକ ଶୋଷ ଭୁଲି ଭୋଟରଙ୍କ ଦ୍ବାରସ୍ଥ ହେଉଛନ୍ତି । ନିର୍ବାଚନ ବୈତରଣୀ ପାର ହେବା ପାଇଁ ଭୋଟର ମାନଙ୍କ ଆଗ୍ରହ ବୃଦ୍ଧି ହେବାରେ ଲାଗିଛି । ଅର୍ଥାତ ଖଇରା ମାଟିର ପୁଅ ଭାବେ ଜିତିବାକୁ ପ୍ରତିଶ୍ରୁତି ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ଖଇରା ବ୍ଲକ ଅନ୍ତର୍ଗତ ନୟାଖଣ୍ଡି ଗ୍ରାମପଞ୍ଚାୟତରେ ଥିବା ବାବା ଭୋଳାନାଥଙ୍କ ଆଶୀର୍ବାଦ ନେଇ ପଦଯାତ୍ରା ରେ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ଏବଂ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ ପ୍ରଦାନ କରି ଲୋକମାନଙ୍କୁ ଗ୍ୟାରେଣ୍ଟି କାର୍ଡ ବିଷୟରେ ଅବଗତ କରାଉଛନ୍ତି ପ୍ରାର୍ଥୀ ହିମାଂଶୁ ଶେଖର ବେହେରା । ଦିନକୁ ଦିନ ଶ୍ରୀ ବେହେରାଙ୍କ ସପକ୍ଷରେ ଜନମତ ଅହେତୁକ ପରିମାଣରେ ବୃଦ୍ଧି ହେଉଥିବାର ଦେଖି ଅନ୍ୟ ଦଳର କର୍ମୀ ମାନଙ୍କ ମଧ୍ୟରେ ଚହଳ ସୃଷ୍ଟି ହେଲାଣି । ଯଦି ଏହିଭଳି ସପକ୍ଷବାଦୀ ଜନମତ ଜାରି ରହେ ଏବଂ ହିମାଂଶୁ ପ୍ରତି ଲୋକ ମାନଙ୍କ ଭଲ ପାଇବା ସତରେ ପରିଣତ ହୁଏ ତେଵେ ଶ୍ରୀ ବେହେରା ନିଶ୍ଚିତ ବିଧାୟକ ହେବେ ଏଥିରେ ସନ୍ଦେହ ନାହିଁ । ଦଳୀୟ କର୍ମୀଙ୍କ ଠାରୁ ଖବର ସଂଗ୍ରହ କରି ଲେଖିଲି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬

ଆମ୍ବେଦକରଙ୍କ ୧୩୨ତମ ଜନ୍ମ ଜୟନ୍ତୀ ପାଳନ କଲା ଜାତୀୟ କଂଗ୍ରେସ

Sunil Chandra Nayak

ନିର୍ବାଚନୀ ଶେଷ ଦିନ ରେ ପ୍ରଚାର କୁ ଜୋରଦାର୍ କଲେ କ୍ୟାପଟାନ ଦିବ୍ୟ ଶଙ୍କର ମିଶ୍ର

masiha

Leave a Comment

error: Content is protected !!