ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଧାୟକଙ୍କ ଉପସ୍ଥିତିରେ ବିଜେଡ଼ିର ଜରୁରୀ କାଳୀନ ବ୍ଲକସ୍ତରୀୟ ବୈଠକ 

ବିଧାୟକଙ୍କ ଉପସ୍ଥିତିରେ ବିଜେଡ଼ିର ଜରୁରୀ କାଳୀନ ବ୍ଲକସ୍ତରୀୟ ବୈଠକ 

ବନ୍ଧୁଗାଁ ତା ୨୧/୪/୨୩ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଆଲମଣ୍ଡା ପଞ୍ଚାୟତ ଏଡଗୁମବାଲାସା ଗ୍ରାମରେ ବିଧାୟକ ପ୍ରାର୍ଥି ପ୍ରଭୁ ଜାନିଙ୍କ ଉପସ୍ଥିତିରେ ବିଜେଡ଼ି କର୍ମୀ ମାନଙ୍କୁ ନେଇ ବ୍ଲକ୍ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ସଭାପତି ବାଲା ନାଗଙ୍କ ସଭାପତିତ୍ବ ରେ ପ୍ରଥମେ ସଭାପତି ସମସ୍ତଙ୍କୁ ସ୍ୱାଗତ କରିଥିଲେ। ଆଲମଣ୍ଡା ଗ୍ରାମର ବି ଶରତ,ଜି ଲକ୍ଷଣ, ଏମ ସନ୍ଥୁ, ବି ଆପାରାଓ, ବି ସାଙ୍କରି ଓ ଟି ନରେଶ କଂଗ୍ରେସ ଦଳର କର୍ମୀ ଆଜି ଆନୁଷ୍ଠାନିକ ଭାବେ ବିଧାୟକ ଙ୍କ ଉପସ୍ଥିତିରେ ବିଜେଡ଼ି ଦଳରେ ସାମିଲ ହୋଇଛନ୍ତି। ବିଜେଡ଼ି ଦଳର ବରିଷ୍ଠ କର୍ମୀ ଦୁର୍ଯ୍ୟ ନାଗ ବୈଠକକୁ ପରିଚାଳନା କରିବା ସହିତ ଭୁଲ ବସତ ମୁଁ ଅଳ୍ପ ଦିନ ତଳେ ବିଜେପି ଦଳକୁ ଚାଲି ଯାଇଥିଲି ପୁନର୍ବାର ଫେରି ଆସିଥିବା ଯୋଗୁଁ କର୍ମୀ ମାନଙ୍କୁ କ୍ଷମା ମାଗି ଥିଲେ। ସମସ୍ତ କର୍ମୀ ନିଜ ଅଭିଭାଷଣରେ ଆମ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପ୍ରଭୁ ଜାନି ଓ ସାଂସଦ ପ୍ରାର୍ଥୀନୀ ଶ୍ରୀମତୀ କୌଶଲ୍ୟା ହିକକା ଙ୍କୁ ଶଙ୍ଖ ଚିହ୍ନ ରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଏକତ୍ରିତ ହୋଇ ଲୋକଙ୍କ ନିକଟକୁ ଯିବା ପାଇଁ ଅନୁରୋଧ କରିଥିଲେ। ବିଧାୟକ ପ୍ରଭୁ ଜାନି ନିଜ ଆଖିରୁ ଲୁହ ବୁହାଇ ଦୁଃଖରେ ୫ ବର୍ଷ ମଧ୍ୟରେ ଯଦି କିଛି ଭୁଲ କରିଥିଲେ ଉପସ୍ଥିତ କର୍ମୀ ମାନଙ୍କୁ କ୍ଷମା କରିବାକୁ ଗୁହାରି କରିଥିଲେ। ଗତ ତା ୨୩/୪/୨୪ ରିଖ ଦିନ କୋରାପୁଟ ଠାରେ ଆମ ବିଜେଡ଼ି ଦଳର ସାଂସଦ ପ୍ରାର୍ଥୀନୀ ଓ ବିଧାୟକ ମିଳିତ ଭାବେ ନମିନେସନ ଫାଇଲ କରାଯିବ ଏଥିପାଇଁ ପ୍ରତି ପଞ୍ଚାୟତ ରୁ ଆମ କର୍ମୀ ମାନେ ଆସିବାକୁ ଜଣାଇଥିଲେ। ଆଗାମୀ ଦିନରେ ପ୍ରତି ଗାଁ ଗୁଡିକରେ ଆପଣ ମାନଙ୍କ ସହିତ ମିଶି ଅନେକ ବିକାଶ ମୁଳକ କାମ କରିବା ସହିତ ଯୁବକ ଯୁବତୀ ମାନଙ୍କ ନିମନ୍ତେ ଅନେକ କାର୍ଯ୍ୟକ୍ରମ ଗୁଡ଼ିକ କରିବା ପାଇଁ ପ୍ରତିଶ୍ରୁତି ଦେଇ ଥିଲେ। ଏହି ବୈଠକ ଠାରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ସୁନିଲ ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା, ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣିଆକା, ଉପାଧ୍ୟକ୍ଷା ଗୀତାଞ୍ଜଳି ପିଡିକା, ଜିଲ୍ଲା ପରିଷଦ ସଦସ୍ୟ ମାଝି ହିମିରିକା, ବ୍ଲକ ସଭାନେତ୍ରୀ ମନିଷା ମାଝି, ସରପଞ୍ଚ ଲକ୍ଷ୍ମୀ କାଡ୍ରାକା, ଗୌରୀ ମେଲେକା, ସମିତି ମେମ୍ବର ନିଦ୍ରାବତି ପିଡିକା, ବରିଷ୍ଟ କର୍ମୀ ଅଭିମନ୍ୟୁ ଭାଣ୍ଡୀ, ସିତେୟା ହିମିରିକା, ଜୋନ ୧ ଓ ୨ କୋଡ଼ି ନେଟର ଉତ୍ତମ ନାୟକ ଓ ଦଶମତି ପ୍ରାସ୍କା, ଜୋନ ୧ ମହିଳା ସଭାନେତ୍ରୀ ପୁଷ୍ପାଞ୍ଜଳି କାଡ୍ରାକା, ସମସ୍ତ ପଞ୍ଚାୟତ ର ପଞ୍ଚାୟତ ସଭାପତି, ପଞ୍ଚାୟତ କୋଡ଼ିନେଟର ଅନେକ ବରିଷ୍ଟ କର୍ମୀ ଉପସ୍ଥିତ ରହି ଥିଲେ ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ୍ 

Related posts

ବିଜେପି ଜୋନ କମିଟି ଗଠିତ, ତିରୁପତି ବର୍ଗେ, 26 ନମ୍ବର ଜୋନ ସଭାପତି 

masiha

ନର୍ଲା ସ୍ଥିତ ଡାକ ବଙ୍ଗଳା ଠାରେ ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ସାଂଗଠାନିକ ବୈଠକ

Sunil Chandra Nayak

ନାରୀ ଶକ୍ତି ବନ୍ଦନ ଆଇନ କୁ ବିରୋଧ କରିଥିବା ଇଣ୍ଡି ମେଣ୍ଟ ବିରୋଧ ରେ ଜନ ଆକ୍ରୋଶ ମହିଳା ସମାବେଶ

Sunil Chandra Nayak

Leave a Comment

error: Content is protected !!