ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କଂଗ୍ରେସରେ ମିଶିଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ଦୁଇ ସପ୍ତାହ ତଳେ ବିଜେଡିରୁ ଦେଇଥିଲେ ଇସ୍ତଫା

କଂଗ୍ରେସରେ ମିଶିଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ଦୁଇ ସପ୍ତାହ ତଳେ ବିଜେଡିରୁ ଦେଇଥିଲେ ଇସ୍ତଫା

   କଳାହାଣ୍ଡି : ଶେଷରେ ହାତ ଧରିଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ । ସବୁ ବାଦ ବିବାଦରେ ପୂର୍ଣ୍ଣଛେଦ ପକାଇ ସେ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲେ ହୋଇଛନ୍ତି । ଦୁଇ ସପ୍ତାହ ତଳେ ବିଜେଡି ଛାଡ଼ିଥିଲେ ବଳବଦ୍ର । ଭବାନୀପାଟଣାରେ କଂଗ୍ରେସ ପକ୍ଷରୁ ଆୟୋଜିତ ଭାରତ ନ୍ୟାୟ ଯାତ୍ରା ସମାବେଶରେ ସାମିଲ ହୋଇ ସେ କଂଗ୍ରେସର ମିଶିଛନ୍ତି ।

କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣାରେ ଆଜି ଆୟୋଜିତ କଂଗ୍ରେସର ମିଶ୍ରଣ ପର୍ବରେ ସମର୍ଥକଙ୍କ ସହ ବଳଭଦ୍ର ମାଝୀ ହାତ ଧରିଛନ୍ତି। ଏଥିଲାଗି ଆୟୋଜିତ ମିଶ୍ରଣ ପର୍ବରେ ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ପ୍ରଭାରୀ ଅଜୟ କୁମାର, ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ, ବିଧାୟକ ସନ୍ତେ‌ାଷ ସିଂ ସାଲୁଜା, ଅଧିରାଜ ପାଣିଗ୍ରାହୀ ଓ ତାରା ପ୍ରସାଦ ବାହିନୀପତି ପ୍ରମୁଖ ଉପସ୍ଥିତ ଥିଲେ। ନିଜ ଅଞ୍ଚଳର ଲୋକଙ୍କ ସ୍ୱାର୍ଥକୁ ଆଖିରେ ରଖି ସେ କଂଗ୍ରେସରେ ସାମିଲ ହୋଇଥିବା କହିଛନ୍ତି ବଳଭଦ୍ର ମାଝୀ।

ସୂଚନାଯୋଗ୍ୟ, ଗତ ଜାନୁଆରି ୮ ତାରିଖରେ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ବିଜେଡିର ପୂର୍ବତନ ବିଧାୟକ ବଳଭଦ୍ର ମାଝୀ। ସେ ତାଙ୍କର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଥିଲେ।

ଉଲ୍ଲେଖଯୋଗ୍ୟ, ଲଗାତାର ଭାବରେ ୧୯୯୦ ମସିହାରୁ ବଳଭଦ୍ର ମାଝୀ ଲାଞ୍ଜିଗଡ଼ ବିଧାନସଭାରୁ ୫ଥର ନିର୍ବାଚିତ ହୋଇଥିଲେ। ହେଲେ ୨୦୧୯ରେ ଦଳ ତାଙ୍କୁ ଟିକେଟ ଦେଇନଥିଲା। ଟିକେଟ କଟିବା ପରେ କର୍ମୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ତାପରେ ବି ସେ ବିଜେଡିରେ ସକ୍ରିୟ ଥିଲେ। ହେଲେ ଦଳରେ ଅବହେଳାର ଶିକାର ହୋଇଥିବା କାରଣରୁ ବଳଭଦ୍ର ମାଝୀ ବିଜେଡିରୁ ଇସ୍ତଫା ଦେଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

“ଆଦିବାସୀ ଗୌରବ ପର୍ବ ” ପାଳନ ନିମନ୍ତେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଙ୍କ ଦୁଇଦିନୀୟା ଗସ୍ତ

Sunil Chandra Nayak

ରଘୁନାଥପଲ୍ଲୀ ବିଧାନସଭା କ୍ଷେତ୍ର ଜନତାଙ୍କ ସେବାରେ ନିଜକୁ ସମର୍ପିତ କରିବା ସହିତ ବିକାଶ କରିବା ପାଇଁ ଗ୍ୟାରେଣ୍ଟି

masiha

ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରବାଦ ପୁରୁଷ ବିଜୁପଟନାୟକଙ୍କ ୧୦୭ ତମ ଜୟନ୍ତୀ

Sunil Chandra Nayak

Leave a Comment

error: Content is protected !!