ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ଶ୍ରୀ ହନୁମାନ ଜୟନ୍ତୀ ପାଳିତ

ଡାବୁଗାଁରେ ଶ୍ରୀ ହନୁମାନ ଜୟନ୍ତୀ ପାଳିତ

ଡାବୁଗାଁ, ୧୪/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ଜୟନ୍ତୀନଗର ସ୍ଥିତ ହନୁମାନ ମନ୍ଦିର ଠାରେ ଶ୍ରୀ ହନୁମାନ ଜୟନ୍ତୀ ରବିବାର ପାଳିତ ହୋଇଯାଇଛି | ଏଥିରେ ସକାଳୁ ଭକ୍ତ ମାନଙ୍କ ଦ୍ଵାରା ଏକ କଳସୀ ଶୋଭାଯାତ୍ରାରେ ମା ଠାକୁରାଣୀ ମନ୍ଦିରରୁ ପାଣି ଅଣାଯାଇଥିଲା | ଏହା ପରେ ଠାକୁରଙ୍କ ରୀତିନୀତି ଅନୁସାରେ ଶ୍ରୀ ହନୁମାନଙ୍କୁ ପୂଜା ଅର୍ଚ୍ଚନା କରାଯାଇଥିଲା | ଏଥିରେ କର୍ତ୍ତା ଭାବେ ଅଭୟ କୁମାର ଜେନା, ଗୀତାଞ୍ଜଳି ଜେନା, ଦେବରାଜ ପାତ୍ର ପ୍ରମୁଖ ଦାୟିତ୍ଵ ତୁଲାଇଥିଲେ | ମୁଖ୍ୟ ପୂଜକ ଭାବେ ଚୈତନ୍ୟ ଦାଶ ଙ୍କ ସମେତ ମହେଶ ଚନ୍ଦ୍ର ପଣ୍ଡା ଓ ଗୋବିନ୍ଦ ଚନ୍ଦ୍ର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ | ମନ୍ଦିର କମିଟି ତରଫରୁ ପ୍ରାୟ ୧ ହଜାର ଭକ୍ତ ଙ୍କ ପାଇଁ ଅନ୍ନ ପ୍ରସାଦ ବଣ୍ଟନ କରଯାଇଥିଲା | ଏଥିରେ ଗ୍ରାମ ଓ ବିଭିନ୍ନ ଗ୍ରାମରୁ ବହୁ ଭକ୍ତଙ୍କ ସମାଗମ ହୋଇଥିଲା |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାୟଗଡ଼ା ବ୍ଲକ ସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ନିମନ୍ତେ ଟେବୁଲ୍ ଟପ୍ ଅଭ୍ୟାସ ଅନୁଷ୍ଠିତ

Sunil Chandra Nayak

କଣ୍ଟାବାଞ୍ଜି ରେ ଏସ.ୟୁ.ଜେ ପକ୍ଷରୁ    ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳିତ

masiha

କୋଏଲନଗର ରେ ସ୍ବରେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ କୁ ନେଇ ସି ପି ଆଇ ଏମ୍ ର ଉଦବେଗ,ଜନ ଆନ୍ଦୋଳନ ପାଇଁ ନିଷ୍ପତ୍ତି

masiha

Leave a Comment

error: Content is protected !!