ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଦବ୍ୟାସ ପୀଠ ବିକାଶ ମଞ୍ଚ ଓ ରିଟାୟାଡ ଏମ୍ଲୋଇଜ୍ ଆସୋସିଏସନ ର ମିଳିତ ଆନୁକୂଲ୍ୟରେ’ ଶ୍ରୀମଦ୍ ଭାଗବତ: ଭକ୍ତି ଲୀଳାମୃତ ‘ ଶୀର୍ଷକ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

 ବ୍ୟୁରୋ ନିୟୁଜ୍ -: ବ୍ଯାସକ୍ଷେତ୍ର ତଥା ମହର୍ଷୀ ବେଦବ୍ୟାସଙ୍କର ମହାନୀୟତାର ବୁଦ୍ଧି ପାଇଁ ସଂକଳ୍ପବଦ୍ଧ ବେଦବ୍ୟାସ ପୀଠ ବିକାଶ ମଞ୍ଚ ତରଫରୁ କଳିଙ୍ଗ ବିହାର ସ୍ଥିତ ରିଟାୟାଡ ଏମ୍ଲୋଇଜ୍ ଆସୋସିଏସନ ସହିତ ମିଳିତ ଆନୁକୂଲ୍ୟରେ ଧାରାବାହିକ ଆଲୋଚନା ଚକ୍ର ‘ ବ୍ଯାସବେଦ ସୃଜନ ଚିନ୍ତନ ‘ ର ତୃତୀୟ ଅର୍ଘ୍ଯ ବ୍ଯାସକୃତ ‘ଶ୍ରୀମଦ୍ ଭାଗବତ: ଭକ୍ତି ଲୀଳାମୃତ ‘ ଶୀର୍ଷକ ଉପରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ସଂଗଠନର ଆବାହକ ବଦ୍ରୀ ନାରାୟଣ ପାଢୀ ଅତିଥିମାନଙ୍କୁ ସ୍ବାଗତ ଜଣାଇବା ସହିତ ବ୍ଯାସକ୍ଷେତ୍ରର ମହନୀୟତା ଉପରେ ଅନେକ ପୌରାଣିକ ଏବଂ ଐତିହାସିକ ତଥ୍ଯ ପ୍ରଦାନ କରିବା ସହିତ ଏହି ପୀଠର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତେ ଚେଷ୍ଟା କରିବାକୁ ନିବେଦନ କରିଥିଲେ। ଉଦଘାଟନ ରିଟାୟାଡ ଏମ୍ଲୋଇଜ ଆସୋସିଏସନ ର ସଭାପତି ମହେନ୍ଦ୍ର କୁମାର ମହାନ୍ତି ହକି ଷ୍ଟାଡିୟମ ନିର୍ମାଣ ମଧ୍ଯମରେ ରାଉରକେଲା ବିଶ୍ବମାନ ଚିତ୍ରରେ ଚିହ୍ନିତ ହୋଇଥିବା ବେଳେ ସର୍ବଦା ଅବହେଳିତ, ବ୍ଯାସକ୍ଷେତ୍ରର ଉନ୍ନତି ସାଧିତ ହେଲେ ରାଉରକେଲା ସହରବାସୀ ବିଶେଷ ଭାବରେ ଉପକୃତ ହେବେ ବୋଲି କହିଥିଲେ। ମୁଖ୍ଯ ଅତିଥି ହାଇଟେକ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଆରମ୍ଭ ହୋଇଥିବା ପ୍ରୟାସର ଭୂୟସୀ ପ୍ରଶଂସା କରିଥିଲେ ଏବଂ ଭାଗବତରେ ଥିବା ଅନେକ କଥାବସ୍ତୁ ନିୟମିତ ଆଲୋଚନା କରାଗଲେ ଅନ୍ଧକାରଛନ୍ନ ମନ, ମସ୍ତିଷ୍କ ଏବଂ ହୃଦୟ ଆଲୋକିତ ହେବ। ବେଦବ୍ୟାସ ପୀଠର ମହନୀୟତା ଉପରେ ଆଲୋକପାତ କରିଥିଲେ। ମୁଖ୍ଯବକ୍ତା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସାହିତ୍ଯିକ ରାଜ କୁମାର ମହାନ୍ତି ମହର୍ଷୀ ବ୍ୟାସଦେବଙ୍କର ସୃଷ୍ଟିରେ ଶ୍ରୀମଦ୍ ଭାଗବତର ମହନୀୟତା ବୃତାନ୍ତ ଉପରେ ଆଲୋକପାତ କରିବା ଅବସରରେ ଏଥିରେ ଥିବା ପରଂବ୍ରହ୍ମ ଶ୍ରୀ ନାରାୟଣ ବନ୍ଦିଶାଳାରେ ଜନ୍ମ ହେବା ଠାରୁ ଜରା ଶବର ଶରରେ ଶ୍ରୀକୃଷ୍ଣ ଦେହତ୍ୟାଗ କରିବା ପର୍ଯ୍ୟନ୍ତ ତାଙ୍କର ରାସଲୀଳା ସହିତ ଅନ୍ଯାନ୍ଯ ଲୀଳା ପ୍ରଦର୍ଶନ ଏବଂ ନବଧା ଭକ୍ତି ଉପାଖ୍ଯାନ ସବୁ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।

      ପ୍ରାରମ୍ଭରେ ବେଦଭ୍ଯାସ ପୀଠ ବିକାଶ ମଞ୍ଚର ଯୁଗ୍ମ ଆବାହକ ବିଭୂତି ଭୂଷଣ ଦାସ ଭିଡିଓ ଉପସ୍ଥାପନ ମାଧ୍ୟମରେ ଭାରତବର୍ଷର ପର୍ଯ୍ୟଟନ ମାନଚିତ୍ରରେ ଏହି ପୀଠ ରାଷ୍ଟ୍ରୀୟ ସ୍ତରରେ ମାନ୍ଯତା ପାଇବାକୁ ହେଲେ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇବା ଉଚିତ ବୋଲି କହିଥିଲେ। ଏହି ସନ୍ଦର୍ଭରେ ଏକ ଝୁଲା ପୋଲର ଆବଶ୍ୟକତା କେତେ ଗୁରୁତ୍ୱ ବହନ କରୁଛି ତାହା ପ୍ରତିପାଦିତ କରିଥିଲେ। ଏହା ବ୍ଯତିତ ତଥା ଶଙ୍ଖ କୋଇଲି ଓ ବ୍ରାହ୍ମଣୀ ନଦୀର ଉଭୟ ପାର୍ଶ୍ଵରେ ନଦୀବନ୍ଧ, ନଦୀବନ୍ଧ ଉପରେ ରାସ୍ତା, ପାହାଚ ଏବଂ ପଥର ବନ୍ଧ ନିର୍ମାଣ କରାଯାଇ ଏକ ଜଳଭଣ୍ଡାର ସୃଷ୍ଟି କରାଯିବା ଉପରେ ମତବ୍ଯକ୍ତ କରିଥିଲେ। ରିଟାୟାଡ ଏମ୍ଲୋଇଜ୍, ଆସୋସିଏସନର ସାଧାରଣ ସମ୍ପାଦକ ଗରିଜା ଗୋସ୍ଵାମୀ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ। ଅନ୍ଯ ମାନଙ୍କ ମଧ୍ୟରେ କିଶୋର ମୋହନ କର, ଲକ୍ଷ୍ମଣ ନାଥ ଦାସ, ଡ, ଶକ୍ତି ପ୍ରସାଦ ସାମନ୍ତରାୟ, କ୍ଷୀରୋଦ କୁମାର ମିଶ୍ର, ଶଙ୍କର ପ୍ରସାଦ ତ୍ରୀପାଠୀ, ହରିହର ଶତପଥୀ, ୟୁ ଭାସ୍କର ରାଓ ଦୋରା, ବଂଶୀଧର ସ୍ବାଇଁ, ହରିହର ନାଏକ, ମଧୂସୁଦନ ବଳ, ନୃସିଂହ ଚରଣ ମଲ୍ଲିକ, ହିମାନ୍ଦ୍ରୀ କୁମାର ବରୁଆ,ବିଜୟ କୁମାର ପରିଡା, ସୁଧାଂଶୁ ଶେଖର ପଣ୍ତା, ହୃଷିକେଶ ନାଏକ, ନକୁଳ ଚନ୍ଦ୍ର ଜେନା, ବିଜୟାନନ୍ଦ ଅଗ୍ରୱାଲ, ଉପେନ୍ଦ୍ର ପଢ଼ିଆରି, ବୈକୁଣ୍ଠ ନାଥ ସାହୁ, ଦେବରାଜ ଗୌଡ, ରମାକାନ୍ତ ପାଣ୍ତେ, କେଦାର ନାଥ ପାଢ଼ୀ, ଏଚ,ଏଲ, ଶାହା, ଧନେଶ୍ୱର ପଣ୍ଡା, ଅଭୟ କୁମାର ବେହୁରା, ସଂଗ୍ରାମ ସାମଲ, ଶ୍ଯାମ ସୁନ୍ଦର ବେହେରା, ଅନ୍ତର୍ଯ୍ଯାମୀ ଓଝା, ବିଦ୍ଯାଧର ବିଶ୍ବାଳ, ଦିବାକର ନନ୍ଦ, ଜଗନ୍ନାଥ ରାଉତ, ଅୱଶେଧ ପ୍ରସାଦ, ମଧୁସୂଦନ ସାହୁ, ହୃଷିକେଶ ବଳିଆର ସିଂହ, କ୍ଷେତ୍ରବାସୀ ଧଳ, ଧନଞ୍ଜୟ ପଣ୍ଡା, ଦିବାକର ପାଣିଗ୍ରାହୀ, ରାଜୀନ ପାଣି, ଝୁଲଣ ଜେନା, ବାଞ୍ଛାନିଧି ପାଢ଼ୀ, ରାଜେନ୍ଦ୍ର କୁମାର ପାଢ଼ୀ, ଗଜେନ୍ଦ୍ର ସାହାଣୀ, ବିଭୂଦ ବେହେରା ପ୍ରମୁଖ ବ୍ଯକ୍ତିମାନେ ଉପସ୍ଥିତ ରହିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ପେହଲଗାଓ  ଗଣ ହତ୍ୟା ବିରୁଦ୍ଧ ରେ ହିନ୍ଦୁ ଏକତା ମଞ୍ଚ ପାଟଣାଗଡ଼ ତରଫରୁ ଏକ ବିଶାଲ ରେଲି ଶୋଭାଯାତ୍ରା

masiha

୭୬ ତମ ଏନସିସି ଦିବସ ପାଳିତ 

masiha

ପୟୋନିର କମ୍ପାନୀ କୁ କୋଡୀଙ୍ଗା ମାଳି ର ବକ୍ସାଇଟ ପ୍ରଦାନ କୁ ବିରୋଧ

masiha

Leave a Comment

error: Content is protected !!