ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ମାଣିକେଶ୍ୱରୀ ବିଶ୍ଵବିଦ୍ୟାଳୟରେ ଏନ୍‍ ଏସ୍‍ ଏସ୍‍ ତରଫରୁ ରକ୍ତଦାନ ଶିବିର

ମା ମାଣିକେଶ୍ୱରୀ ବିଶ୍ଵବିଦ୍ୟାଳୟରେ ଏନ୍‍ ଏସ୍‍ ଏସ୍‍ ତରଫରୁ ରକ୍ତଦାନ ଶିବିର

 ଭବାନୀପାଟଣା, 19/11/2024- ସ୍ଥାନୀୟ ମା ମାଣିକେଶ୍ୱରୀ ବିଶ୍ଵବିଦ୍ୟାଳୟର ଏନ୍‍ ଏସ୍‍ ଏସ୍‍ ପୁରୁଷ ବିଭାଗ-1 ତରଫରୁ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ଜୟନ୍ତ କୁମାର ଦନସନାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଡ. ନିବେଦିତା ନାଥ ମୁଖ୍ୟ ଅତିଥିରୂପେ ଏହି ରକ୍ତଦାନ ଶିବିରର ଉଦ୍‍ଘାଟନ କରିବା ସହିତ ନିଜେ ରକ୍ତଦାନ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ରୂପେ ବିଶ୍ୱବିଦ୍ୟାଳୟର କୁଳସଚିବ ଶ୍ରୀ ପିତାମ୍ବର ଭୋଇ ଏବଂ କାର୍ଯ୍ୟକ୍ରମ ସଂଯୋଜକ ଡ. ଚିତ୍ତରଞ୍ଜନ ଖୁଣ୍ଟିଆ ପ୍ରମୁଖ ଏହି ରକ୍ତଦାନ ଶିବିରର ଉଦ୍‌ଘାଟନୀରେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ରକ୍ତଦାନର ମହତ୍ତ୍ୱ ବିଷୟରେ ସୂଚନା ଦେଇଥିଲେ। ଭବାନୀପାଟଣା ବ୍ଲଡ୍‍ ବ୍ୟାଙ୍କ ତରଫରୁ ଡ଼ ବିବେନ୍ଦୁ ବଳ, ଗିରିଶ ନାୟକ, ଅଜିତ କୁମାର ନାୟକ, ସଂଯୋଜକ ଶ୍ରୀ ମହାଖୁଡ ଓ ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀ ପରିଚାଳକ ଭାବେ ରକ୍ତଦାନ ସ॰ଗ୍ରହ କାର୍ଯ୍ୟକ୍ରମ ସ॰ପାଦନ କରିଥିଲେ । ଏହି ରକ୍ତଦାନ ଶିବିରରେ ଅନେକ ଛାତ୍ରଛାତ୍ରୀ ଉତ୍ସାହର ସହ ରକ୍ତଦାନ କରିଥିବା ବେଳେ ସର୍ବ ମୋଟ 60 ୟୁନିଟ୍ ରକ୍ତ ସ॰ଗ୍ରହ ହୋଇଥିବା ବେଳେ ଅଧିକରୁ ଅଧିକ ଛାତ୍ରୀ ମାନେ ରକ୍ତଦାନ କରିଛନ୍ତି । ଏହି ଶିବିରରେ ରକ୍ତଦାତାମାନେ ହେଲେ ଯଥା ଭାରପ୍ରାପ୍ତ କୁଳପତି ଡ. ନିବେଦିତା ନାଥ, ଡ. ଚିତ୍ତରଞ୍ଜନ ଖୁଣ୍ଟିଆ, ଶ୍ରୀ ଜୟନ୍ତ କୁମାର ଦନସନା, ମିସ୍ ରୋଜମେରି ରସ୍ମିତା ଏକ୍କା, ତୃପ୍ତିମୟୀ, ଜିତେନ୍ଦ୍ର, ପ୍ରିୟାଂସି, ସ୍ମୃତି, ଥବିର, ଲୋହିତ, ତୁଷାର, ଦୀପକ ପ୍ରମୁଖ ରକ୍ତ ଦାନ କରିଥିଲେ । ଏହି ଅବସରରେ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଏନ୍‍ ଏସ୍‍ ଏସ୍‍ ବ୍ୟୁରୋ ର ସଂଯୋଜକ ଡ଼ ଚିତ୍ତରଞ୍ଜନ ଖୁଣ୍ଟିଆ ଏହାର ସଫଳତା ପାଇଁ ସମସ୍ତ ରକ୍ତଦାତା, ଅଧ୍ୟାପକ ଓ ସ୍ଵେଚ୍ଛାସେବୀ ମାନଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଦେଇ ଥିଲେ । ( ମ ନି ସ )

Related posts

ଚିଲିଗୁଡ଼ା ହାଇ ସ୍କୁଲରେ ୩୪ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ରେ ୭୮ତମ ସ୍ଵାଧୀନତା ଦିବସ ପାଳିତ

masiha

ଜିଲ୍ଲା ର ଶ୍ରେଷ୍ଠ ଲେମ୍ପ ଏମଡି ଓ କେସିସି ବ୍ୟାଙ୍କ ମ୍ୟନେଜର ଭାବେ ପୁରସ୍କୃତ ହେଲେ 

Leave a Comment

error: Content is protected !!