ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଞ୍ଜୁମନ ବାଲୁବିଶିର ସମାଜସେବୀ ପାଳନ କଲେ 74 ତମ ଗଣତନ୍ତ୍ର ଦିବସ

ତିର୍ତ୍ତୋଲ  // 26/01/23:-  : ଦେଶପ୍ରେମ ବିହ୍ଵଳିତ କରେ ଦେଶବାସୀଙ୍କୁ ! ସ୍ୱାଧୀନ ଭାରତର ନାଗରିକ ହିସାବରେ ଜାତୀୟ ଦିବସ ରୂପେ ପାଳନ କରନ୍ତି ଗଣତନ୍ତ୍ରର ଉତ୍ସବ ! ଭାରତ ସ୍ୱାଧୀନ ହେଲାପରେ 1950 ମସିହା ଜାନୁଆରୀ 26 ତାରିଖରେ ଭାରତରେ ଗଣତନ୍ତ୍ର ଶାସନର ଲିଖିତ ପୁସ୍ତକ ” ସମ୍ବିଧାନ ” କାର୍ଯ୍ୟକାରୀ କରାଯାଇଥିଲା ! ଯାହାକୁ ଲିପିବଦ୍ଧ କରିଥିଲେ ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଦକର ! ସମ୍ବିଧାନରେ ସାଧାରଣ ଜନତାଙ୍କ ପାଇଁ ମୌଳିକ ଅଧିକାର ମାନ ଲେଖାଯାଇଛି ! ସବୁ ବର୍ଗର ବ୍ୟକ୍ତିଙ୍କୁ ସମାନତା ଅଧିକାର ପ୍ରଦାନ କରାଯାଇଛି ! ଆଜିର ଏହି ଦିବସ ପାଳନ ଅବସରରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧୀନ କୃଷ୍ଣାନନ୍ଦପୁର ପଞ୍ଚାୟତର ଅଞ୍ଜୁମନ ବାଲୁବିଶି ସମାଜସେବୀ ମାନେ ମତ ରଖିଥିଲେ ! ଏହି କାର୍ଯ୍ୟକ୍ରମରେ କୃଷ୍ଣାନନ୍ଦପୁର ଥାନାର ଆଇ. ଆଇ. ସି. ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କିଶୋର ବେହେରା ମୁଖ୍ୟଅତିଥି ଭାବେ ପତାକା ଉତ୍ତୋଳନ କରିଥିବାବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଥିଲେ, ସେକେଣ୍ଡ ଅଫିସର ଶ୍ରୀଯୁକ୍ତ କାନୁନଗୋ,! ସଭାପତିତ୍ୱ କରିଥିଲେ ଅଞ୍ଜୁମନ ବାଲୁବିଶିର ସର୍ଦ୍ଦାର ସେକ ୟାକୁବ ଅଲ୍ଲୀ ! ସମ୍ମାନିତ ଅତିଥିଭାବେ ସେକ କଲିମୁଲ୍ଲା, ସେକ ବରକତ ଅଲ୍ଲୀ,ସେକ କରିମ ବକ୍ସ, ଗୋଲାମ ଜିଲାନି,ରମଜାନ ଅଲ୍ଲୀ, ସେକ ଶବର ଅଲ୍ଲୀ,ସେକ ଆଲ୍ଲା ଉଦ୍ଦିନ, ସେକ ଫଲ୍ଲା ଉଦ୍ଦିନ, ସେକ ସଲ୍ଲା ଉଦ୍ଦିନ,ନୟିମ ବେଗ, ବିଚିତ୍ରାନନ୍ଦ ସାହୁ,ନିର୍ମଳ ଜେନା, ଅଜୟ ଖଟୁଆ, ଓ ମିଡ଼ିଆ ସଂଯୋଜକ ଭାବେ ମହମ୍ମଦ ସାକିର ଅଲ୍ଲୀ ଯୋଗଦେଇଥିଲେ ! ମୁଖ୍ୟ ଆକର୍ଷଣ ଥିଲେ ସ୍ଥାନୀୟ ସରପଞ୍ଚ ନମିତା ଖଟୁଆ ଏବଂ ସମିତିସଭ୍ୟ ସୁବାସ ଚନ୍ଦ୍ର ବେହେରା ! ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବଜାର କମିଟି ସମେତ ବହୁ ବଦାନ୍ୟ ବ୍ୟକ୍ତି ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ଜାତୀୟ ସଂଗୀତ ଗାନ କରିଥିଲେ ! ସର୍ବଶେଷରେ ସଭାପତି ଓ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ସଭା ସାଙ୍ଗ କରିବା ସହିତ ମିଷ୍ଟାନ୍ନ ବଣ୍ଟନ କରାଯାଇଥିବାର ଦେଖିବାକୁ ମିଳିଥିଲା !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡ଼ିଆ !

Related posts

ଚାଷୀଙ୍କୁ କୁଇଁଣ୍ଟାଲ ପିଛା ୩୧୦୦ଟଙ୍କା ଦେବାର ପ୍ରତିଶୃତି ରାଜ୍ୟରେ ମୋହନ ସରକାର ପୂରଣ କରିଛନ୍ତି ବୋଲି କହିଲେ ସ୍ବାସ୍ଥ୍ୟ ମନ୍ତ୍ରୀ

masiha

ବାଇକ ଦୁର୍ଘଟଣା ରେ ପ୍ରଧାନ ଶିକ୍ଷକଙ୍କ ମୃତ୍ୟୁ

masiha

ଦୀର୍ଘ ଦଶନ୍ଧି ଦଶନ୍ଧି ପରେ ରଙ୍ଗପାଣି ଗାଁ କୁ ରାସ୍ତା ନିର୍ମାଣ

Sunil Chandra Nayak

Leave a Comment

error: Content is protected !!