ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ା ଶ୍ରୀ ସତ୍ୟ ସାଇ ସେବା ସମିତି ପକ୍ଷରୁ ବାବାଙ୍କ ୯୯ ତମ ଜୟନ୍ତୀ ପାଳନ 

ରାୟଗଡ଼ା ଶ୍ରୀ ସତ୍ୟ ସାଇ ସେବା ସମିତି ପକ୍ଷରୁ ବାବାଙ୍କ ୯୯ ତମ ଜୟନ୍ତୀ ପାଳନ 

ରାୟଗଡ଼ା : ତା ୨୩/୧୧/୨୪ //  ଭଗବାନ ଶ୍ରୀ ସତ୍ୟ ସାଇ ବାବାଙ୍କ ୯୯ ତମ ପବିତ୍ର ଜନ୍ମ ଦିନ ଉପଲକ୍ଷେ ରାୟଗଡ଼ା ନ୍ୟୁ କଲୋନୀ ସ୍ଥିତ ଶ୍ରୀ ସତ୍ୟ ସାଇ ସେବା ସମିତି ପକ୍ଷରୁ ବହୁ ଆଡ଼ମ୍ବରରେ ପାଳନ କରାଯାଇଛି। ଏହି ଅବସରରେ ପ୍ରାତଃ ୫ ଘଣ୍ଟା ସମୟରେ ପ୍ରଭାତ ଫେରି ହୋଇଥିଲା। ସକାଳ ୯ ଘଣ୍ଟା ସମୟରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଭଗବାନ ଙ୍କ ସୋଡଶ ଉପଚାର ପୂଜା, ଶ୍ରୀ ସତ୍ୟ ସାଇ ବ୍ରତ କଳ୍ପ, ଶ୍ରୀ ସତ୍ୟ ନାରାୟଣ ପୂଜା ଏଵଂ ମଧୁର ସାଇ ଭଜନ ଗାନ କରାଯାଇଥିଲା। ମଧ୍ୟାହ୍ନରେ ପ୍ରାୟ ୪ ହଜାରରୁ ଉର୍ଦ୍ଧ୍ବ ଭକ୍ତଗଣଙ୍କୁ ସ୍ଵାଦିଷ୍ଟ ଅର୍ଣ୍ଣ ପ୍ରସାଦ ବଣ୍ଟନ କରାଯାଇଥିଲା । 

ସେହିପରି ସନ୍ଧ୍ୟା କାର୍ଯ୍ୟକ୍ରମରେ ଓଁକାର, ଲିନଗସ୍ତକମ୍, ଦେଶ ବନ୍ଦନା, ବେଦ ପଠନ ସହ ମଧୁର ସାଇ ଭଜନ କାର୍ଯ୍ୟକ୍ରମ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରାୟଗଡ଼ା DSP ଶ୍ରୀ L ଶ୍ରୀନିବାସ ଆଚାରି ଓ ଶ୍ରୀ ଏସ୍ ଭି ରମନ୍ ମୂର୍ତ୍ତୀ ସାଇ ସଂଗଠନ ଜିଲ୍ଲା ସଭାପତି ଅଥିତି ରୂପେ ଯୋଗ ଦେଇ ରାୟଗଡା ର ୦୩ ବରିଷ୍ଠ ପୋଲିସ ଅଧିକାରୀ , ଓକିଲ ସଂଘ ସଭାପତି, ସମ୍ପାଦକ ଓ ବରିଷ୍ଟ ଓକିଲ ଏବଂ ୧୫ ଜଣ ଡକ୍ଟର ଯେଉଁ ମାନେ ଶ୍ରୀ ସତ୍ୟ ସାଇ ଭମ୍ୟମାଣ ଚିକିତ୍ସାଳୟ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଆସୁଛନ୍ତି ସମସ୍ତ ଙ୍କୁ ପ୍ରଶଂସିତ କରାଯାଇଥିଲା। ଶ୍ରୀ ଶିବ କୁମାର ଅଗ୍ରୱାଲ, ସଂଗଠନ ଆବାହକ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ। ସର୍ବ ଶେଷରେ ଭଗବାନ ଶ୍ରୀ ସତ୍ୟ ସାଇ ବାବା ଙ୍କୁ ଜନ୍ମ ଦିନ ଶୁଭେଛା ସହ ଜନ୍ମ ଦିନ କେକ କଟାଯିବା ସହ ମଙ୍ଗଳ ଆରତୀ ପ୍ରଦାନ କରାଯାଇଥିଲା।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଲଡୁଗାଁ ଠାରେ ଆମ୍ବେଦକରଙ୍କ ୧୩୨ ତମ ଜୟନ୍ତୀ

ଶିକ୍ଷକ ମାଡ଼ରେ ଲହୁଲୁହାଣ ସ୍କୁଲ ଛାତ୍ର ,.ଡାକ୍ତରଖାନରେ ଭର୍ତ୍ତି

masiha

ସାବିତ୍ରୀ ଯୋଗାଡ଼ -୨୦୨୬” ମହାସମାରୋହ କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢ଼ୀଙ୍କ ଯୋଗଦାନ

Leave a Comment

error: Content is protected !!