ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷା ହେଉଛି ଦେଶର ଭବିଷ୍ୟତ ….ଶିଶୁ ହେଉଛନ୍ତି କଞ୍ଚା ମାଟି ,ତାକୁ ଆମେ ଯେମିତି ଗଢ଼ିବା ସେମାନେ ସେମିତି ଗଢ଼ି ଉଠିବେ

ଶିକ୍ଷା ହେଉଛି ଦେଶର ଭବିଷ୍ୟତ ….ଶିଶୁ ହେଉଛନ୍ତି କଞ୍ଚା ମାଟି ,ତାକୁ ଆମେ ଯେମିତି ଗଢ଼ିବା ସେମାନେ ସେମିତି ଗଢ଼ି ଉଠିବେ

 ଅଭ୍ୟାସ ଟେକ୍ନୋ ସ୍କୁଲ୍, ପଦ୍ମପୁର ରେ ଆଜି ସେମିତି କିଛି ଘଟିଛି ।ଯାହାକି ପିଲାଙ୍କୁ ଉତ୍ତମ ଶିକ୍ଷା ର ରାସ୍ତା ଦେଖାଇବା ନିମନ୍ତେ ଏକ ନୂଆ ସୁଯୋଗ ର ଆୟୋଜନ କରାଯାଇ ଥିଲା ।ଛାତ୍ର ଛାତ୍ରୀ ମାନଙ୍କୁ ପ୍ରତ୍ୟେକ ସମୟରେ ଅଭ୍ୟାସ ବିଭିନ୍ନ ପ୍ରକାର ନୂଆ ନୂଆ ପଦ୍ଧତି ଅବଲମ୍ବନ କରି ଶିକ୍ଷା ଦେବାକୁ ପ୍ରୟାସ କରି ଚାଲି ଥାଏ ।କାରଣ ପିଲାଙ୍କୁ କେବଳ ପୁସ୍ତକ ପାଠ୍ୟ ଦ୍ଵାରା ,କି ମାର୍କ ଖାତାରେ ଅଧିକା ମାର୍କ ଆଣି ପଢା କୁହାଯାଏ ।ଏହାର ପୁରା ଖିଲାପ ଅଭ୍ୟାସ ।ତେଣୁ ସେ ଜୀବନରେ କେମିତି ନ ହାରି ଆଗକୁ ବଢ଼ି ପାରିବ ।ତାର ଶିକ୍ଷା ବି ଅଭ୍ୟାସ ଦିଏ । ଏଥି ନିମନ୍ତେ ତାର ପ୍ରୟାସ କୌଣସି ମାତ୍ରା କମ୍ କରେନା ।ଆଜି ସେମିତି ଏକ ସୁଯୋଗ ଭରି ଦେଇ ଥିଲେ ଅଭ୍ୟାସ ର ସେକ୍ରେଟାରୀ ଲାଡି ତୁକାରମ୍ ।ଝାଡ଼ଖଣ୍ଡ ରୁ ବିଶିଷ୍ଟ ପ୍ରେରଣା ବକ୍ତା( Motivation speaker) S . Sanjeev Kumar ଙ୍କୁ ନିମନ୍ତ୍ରଣ କରି ଅଭ୍ୟାସ ଛାତ୍ର ଛାତ୍ରୀ ଙ୍କୁ କିଛି ଶିକ୍ଷା ଗତ ପ୍ରେରଣା ଦେବା ନିମିତ୍ତ ଏକ ସୁବର୍ଣ୍ଣ ସୁଯୋଗ ଭରି ଦେଇ ଥିଲେ ।ଯାହାକି ଏହି ରାୟଗଡ଼ା ଜିଲ୍ଲା ରେ ସେ ପ୍ରଥମ ଥର ଏହି ପାଇ ଥିଲେ ବୋଲି ବକ୍ତା ଜଣକ ବ୍ୟକ୍ତ କରି ଥିଲେ ।ତାଙ୍କୁ ଅଭ୍ୟାସ ପ୍ରିନ୍ସିପାଲ Mr, ଦିବ୍ୟ ଦେବାଶିଷ ଦୁବେ,ମେନେଜର ଗାୟତ୍ରୀ ପଣ୍ଡା,ଭାଇସ ପ୍ରିନ୍ସିପାଲ ମନିଷା ପରିଛା ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଅତି ସୁନ୍ଦର ଭାବେ ପୁଷ୍ପ ,ଚାଉଳ ପକାଇ ବୁକେ ଦେଇ ସ୍ବାଗତ କରି ଥିଲେ ।ସେ ପିଲାଙ୍କୁ ବିଭିନ୍ନ ଉଦାହରଣ ମାଧ୍ୟମରେ ପିଲାଙ୍କୁ ଶିକ୍ଷା ଦେଇଥିଲେ ।ପିଲା ମାନେ ବହୁତ୍ ଉତ୍ସାହିତ ହେଉ ଥିଲେ ।କେବଳ ଶିକ୍ଷା ନୁହେଁ ଭବିଷ୍ୟତ ରେ କିପରି ଆଗକୁ ବଢ଼ିବେ ,ସେଥି ପାଇଁ କଣ ଦରକାର ,ତାହାବି ଅତି ସୁନ୍ଦର୍ ଭାବେ ବୁଝାଇ ଥିଲେ ।ଶେଷରେ ତାଙ୍କୁ ନିଜ ଅଭ୍ୟାସ ର ଡାଏରୀ , କେଲେଣ୍ଡର ସହ ସାଲ୍ ପକାଇ ଧନ୍ୟବାଦ୍ ଅର୍ପଣ କରି ଥିଲେ ।ବିଦାୟ ସମୟ ରେ ଅଭ୍ୟାସ ଟେକ୍ନୋ ସ୍କୁଲ ର ବହୁ ପ୍ରଶଂସା କରି କହି ଥିଲେ ଯେ ,”ଏତେ ଜାଗା ଯାଇଛି କିନ୍ତୁ ଏହି ସ୍କୁଲ ମୋତେ ବହୁତ୍ ଭଲ ଲାଗିଲା ।”

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବାଘିଆ ପଲ୍ଲୀରେ ଛେଳି ଚିକିତ୍ସା ଶିବିର ଅନୁଷ୍ଠିତ 

masiha

ଦୁଇ ବରିଷ୍ଠ ଅଧିକାରୀ ଙ୍କୁ ସାମ୍ବାଦିକ ସଂଘର ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

ମାରୱାଡି ଯୁବ ମଞ୍ଚ ଭବାନୀପାଟଣା ଶାଖା ଏବଂ ଜାଗୃତି ଶାଖାର ନବନିର୍ବାଚିତ ପଦାଧିକାରୀଙ୍କ ୨୦୨୫-୨୬ ଅଧିବେଶନ ପାଇଁ ଶପଥ ଗ୍ରହଣ ସମାରୋହ 

masiha

Leave a Comment

error: Content is protected !!