ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଷଷ୍ଠ ଆନ୍ତଃ ବିଦ୍ୟାଳୟ ଦ୍ବିଦିବସୀୟ କବାଡି ପ୍ରତିଯୋଗିତା ଆରମ୍ଭ 

ଷଷ୍ଠ ଆନ୍ତଃ ବିଦ୍ୟାଳୟ ଦ୍ବିଦିବସୀୟ କବାଡି ପ୍ରତିଯୋଗିତା ଆରମ୍ଭ 

ରାଉରକେଲା: ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ଷଷ୍ଠ ଆନ୍ତଃ ବିଦ୍ୟାଳୟ ଦ୍ବିଦିବସୀୟ କବାଡି ପ୍ରତିଯୋଗିତା ସଂଘ ପରିସରରେ ଆରମ୍ଭ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଓ ବିଶିଷ୍ଟ ଶ୍ରମିକନେତା ବିଷ୍ଣୁ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ପ୍ରତିଯୋଗିତାକୁ ଆରମ୍ଭ କରିଥିଲେ। ଅତିଥି ଦ୍ବୟ ସେମାନଙ୍କ ବକ୍ତବ୍ୟରେ ସଂଘର ଏଭଳି ଉଦ୍ୟମ ପାଇଁ ସାଧୁବାଦ୍ ଦେବାସହ ଏଭଳି ଅଭିନବ ପ୍ରୟାସ ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି ମତ ରଖିଥିଲେ। କ୍ରୀଡା କ୍ଷେତ୍ରରେ ଓଡ଼ିଶାର ଅବଦାନ ଓ ଭବିଷ୍ୟତରେ ଏହି କ୍ଷେତ୍ରରେ ବ୍ୟାପକତା ସମ୍ପର୍କରେ ଆଲୋଚନା କରିବା ସହ ଏହା ମାଧ୍ୟମରେ ଭାଇଚାରା ଓ ସୈ।ହାର୍ଦ୍ଦପୂର୍ଣ୍ଣ ବାତାବରଣ ସୃଷ୍ଟି ହୁଏ ବୋଲି କହିଥିଲେ। ଏହି ପ୍ରତିଯୋଗିତାରେ ଉଭୟ ବାଳକ ଓ ବାଳିକା ବିଭାଗରରେ ରାଜଗାଙ୍ଗପୁର ଅରବିନ୍ଦ ସ୍କୁଲ,ଏସ ଭି ଏମ୍ କଲେଜ, ଡାଲମିଆ କଲେଜ,ମା ସରସ୍ୱତୀ କ୍ଲବ, ରାଉରକେଲା ର ହୃଷିକେଶ ରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ମ୍ୟୁନିସିପାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଇସ୍ପାତ କଲେଜ୍, ଡିଏଭି କଲେଜ, ବାସନ୍ତୀ କଲୋନୀ ଡିଏଭି ପବ୍ଲିକ ସ୍କୁଲ,ଉଦିତ ନଗର ର ଦି ବୁଲ୍ସ,ଛେଣ୍ଡ ର ସ୍କାଏ ଫିଉରୀ, ଗର୍ଜନ ର ସରକାରୀ ଉଚ୍ଚ ବିଦ୍ୟାଳୟ, ବିବେକାନନ୍ଦ ହାଇସ୍କୁଲ, ମହିଳା ଉଚ୍ଚ ବିଦ୍ୟାଳୟ , ବିଶ୍ରା ଉଚ୍ଚ ବିଦ୍ୟାଳୟ ଓ କଲୁଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରତଯୋଗୀ ମାନେ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ରେଫ୍ରି ଭାବେ ଅରବିନ୍ଦ ପାତ୍ର, ଅର୍ଜୁନ ଭୂୟାଁ, ଅଶୋକ ରାଉତ, ଆକାଶ ସିନ୍ଧ୍ରିଆ,ବଜରଙ୍ଗ ବାଗ, ସତ୍ୟ ରଞ୍ଜନ ପଣ୍ଡା,ରାଜେଶ ମଲ୍ଲିକ ପ୍ରମୁଖ ଦାୟିତ୍ଵ ତୁଲାଇଥିଲେ। ଅର୍ଜୁନ ଭୂୟାଁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ରାଧାମୋହନ ନାୟକ ସ୍ବାଗତ ଭାଷଣ ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଉପସଭାପତି ଡ଼ଃ ପ୍ରଭାତ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ଆଜିର ଖେଳ ଶେଷ ସୁଦ୍ଧା ବାଳିକା ବିଭାଗରେ ହୃଷିକେଶ ରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମ୍ୟୁନିସିପାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଧ୍ୟରେ ଫାଇନାଲ ଖେଳ ହେବ। ଠିକ୍ ସେହିଭଳି ବାଳକ ବିଭାଗରେ ହୃଷିକେଶ ରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମ୍ୟୁନିସିପାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ରାଜଗାଙ୍ଗପୁର ର ଅରବିନ୍ଦ ସ୍କୁଲ ଓ ଛେଣ୍ଡ ର ସ୍କାଏ ଫିଉରୀ ମଧ୍ୟରେ ସେମିଫାଇନାଲ ଓ ଉଭୟ ଦଳର ବିଜେତାଙ୍କୁ ନେଇ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଆଜିର ଏହି କାର୍ଯ୍ୟକ୍ରମରେ ସଂଘର ଉପସଭାପତି ରଶ୍ମିରଞ୍ଜନ ବୋଇତାଇ, ଅଶୋକ କୁମାର ପଟ୍ଟନାୟକ, ବିପିନ ବିହାରୀ ପଟ୍ଟନାୟକ, ଅକ୍ଷୟ ସାମଲ, ଇନ୍ଦ୍ରମଣି ମହାପାତ୍ର, ନିରଞ୍ଜନ ପଣ୍ଡା, ସତ୍ୟନାରାୟଣ ଦାଶ, ଧରଣୀଧର ସାମଲ, ପୂର୍ଣ୍ଣଚନ୍ଦ୍ର ଜେନା, ଏମଡି ସମସେର ଅଲ୍ଲୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

୩ ଶିଶୁପୁତ୍ର କୁ ଜନ୍ମ ଦେଲେ ମହିଳା

ଢେଙ୍କାନାଳ ପୋଲିସ ଲାଇନ୍ ସରକାରୀ ଉପ୍ରା ବିଦ୍ୟାଳୟରେ କ୍ଷୁଦ୍ର ବିଜ୍ଞାନ କେନ୍ଦ୍ର ଉଦ୍ ଘାଟିତ ହୋଇ କାର୍ଯ୍ୟକ୍ଷମ

Sunil Chandra Nayak

ରାଉରକେଲା ସାହିତ୍ଯ ସଂସଦର ଶିଶୁ ମହୋତ୍ସବ 

Sunil Chandra Nayak

Leave a Comment

error: Content is protected !!