ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚ୍ୟାମ୍ବର ଅଫ୍ କମର୍ସର ସଂପାଦକଙ୍କ ଭାତୃବିୟୋଗ

ରାଉରକେଲା/ ରାଉରକେଲା ଚ୍ୟାମ୍ବର ଅଫ୍ କମର୍ସର ସଂପାଦକ ସୁନୀଲ କୟାଲଙ୍କ ବଡଭାଇ ରଞ୍ଜନ କୟାଲଙ୍କ ୭୨ବର୍ଷ ବୟସରେ ସିଭିଲଟାଉନସିପ ସ୍ବବାସଭବନରେ ପରଲୋକ ହୋଇଯାଇଛି। ସ୍ବର୍ଗତ କୟାଲ ୭୦ଦଶକରେ ରାଉରକେଲା ଆସିଥଲାବେଳେ ୧୯୭୫ ମସିହାରେ ଷ୍ଟିଲ କାରବାରରେ ଜଡିତ ଥିଲେ । ଏହାସହ ଚ୍ୟାମ୍ବର ଅଫ୍ କମର୍ସର ଆଜୀବନ ସଦସ୍ୟ,ଲାୟନ୍ସ କ୍ଲବ କଲୁଙ୍ଗା, ରାଜସ୍ଥାନ ପରିଷଦର ଆଜୀବନ ସଦସ୍ୟ ସହ ସହରର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ତାଙ୍କର ବିଧବା ପତ୍ନୀ,ଗୋଟିଏ ପୁଅ ଓ ଦୁଇ ଝିଅଙ୍କୁ ଛାଡିଯାଇଛନ୍ତି। ତାଙ୍କ ଭଳି ଜଣେ ବ୍ୟକ୍ତିଙ୍କୁ ହରାଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସ୍ବର୍ଗତ କୟାଲଙ୍କ ପରଲୋକ ଖବର ପାଇ ସହରର ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିବା ସହ ଶୋକଶନ୍ତପ୍ତ ପରିବାରକୁ ଆଶ୍ବାସନା ପ୍ରଦାନ କରିଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବେହେରା ଠାରେ ଦଣ୍ଡପାଟ ବ୍ଲକ ଘୋଷଣା ପାଇଁ ଜିଲ୍ଲାପାଳ ଙ୍କୁ ଭେଟିଲେ ଅଞ୍ଚଳବାସୀ

masiha

ଡ଼ଙ୍ଗାମୁଣ୍ଡି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଭୁତଳ କେନାଲ ଯୋଜନା ଭର୍ଚୁଆଲ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

masiha

ଧାନ କିଣାରେ ଅବ୍ୟବସ୍ଥା ନେଇ ଜ୍ୟୋତିଜଙ୍ଗମ ସେବା ସମବାୟ ସମିତି ପକ୍ଷରୁ ୧୮ରୁ ଧାରଣା

Sunil Chandra Nayak

Leave a Comment

error: Content is protected !!