ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଓକିଲ ସଙ୍ଘ ର ଅସମ୍ପୂର୍ଣ୍ଣ ଅଫିସ କାର୍ଯ୍ୟାଳୟ ଗୃହ ନିର୍ମାଣ କରିବା ନେଇ ଜିଲ୍ଲାପାଳ ଙ୍କୁ ଭେଟିଲେ ପ୍ରତିନିଧି ଦଳ

ନବରଙ୍ଗପୁର—-(ମସିହା) ଆଜି ନବରଙ୍ଗପୁର ଜିଲ୍ଲା ଓକିଲ ସଙ୍ଘ ର ସଭାପତି ଶ୍ରୀ ନରସିଂହ ତ୍ରିପାଠୀ ଙ୍କ ନେତୃତ୍ୱ ରେ ନବରଙ୍ଗପୁର ଜିଲ୍ଲା ଓକିଲ ସଙ୍ଘ ର ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କୁ ଭେଟି ଏକ ପତ୍ର ମାଧ୍ୟମରେ ଜିଲ୍ଲା ଓକିଲ ସଙ୍ଘ ର କାର୍ଯ୍ୟାଳୟ କୁ ସମ୍ପୂର୍ଣ୍ଣ କରିବା ପାଇଁ ଅନୁରୋଧ କରିଛନ୍ତି l ପ୍ରକାଶ ଥାଉକି ଜିଲ୍ଲା ସବ-ରେଜିଷ୍ଟ୍ରାର ଅଫିସ ନିକଟରେ ଥିବା ଜିଲ୍ଲା ଓକିଲ ସଙ୍ଘ ର ଅଫିସ ଦୀର୍ଘ ଦିନରୁ ଅସମ୍ପୂର୍ଣ୍ଣ ଭାବେ ରହିଛି ଓ ପୂର୍ଵ ରୁ ଏହାକୁ ନେଇ ମାନ୍ୟବର ଉଚ୍ଚ ନ୍ୟାୟାଳୟ ରେ ଏକ ରିଟ ପିଟିସନ ନମ୍ବର WPC 1906/2015 ପ୍ରକାରେ ଦାଖଲ କରାଯାଇଥିଲା l ବର୍ତ୍ତମାନ ଆବେଦନକାରୀ ଏହି ମାମଲା କୁ ପ୍ରତ୍ୟାହାର କରିଦେଇଥିବାରୁ ବର୍ତ୍ତମାନ ସଙ୍ଘ କାର୍ଯ୍ୟାଳୟ କରିବା ପାଇଁ ପଥ ସୁଗମ ହୋଇଯାଇଛି l ଜିଲ୍ଲାପାଳ ଶ୍ରୀ ମିଶ୍ର ଏହି ମାମଲା କୁ ଗୁରୁତ୍ୱ ଦେଇ ଯଥାଶୀଘ୍ର ଏହି କାର୍ଯ୍ୟ କୁ ତ୍ୱରାନ୍ୱିତ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି l ଏହି ପ୍ରତିନିଧି ଦଳରେ ଜିଲ୍ଲା ଓକିଲ ସଙ୍ଘ ସମ୍ପାଦକ ତପନ ସିଂ, ଉପସଭାପତି ହରିନାରାୟଣ ବେହେରା, ଶ୍ରୀକାନ୍ତ କୁମାର ପଣ୍ଡା, ଦେବୀ ପ୍ରସାଦ ସିଂ, ବିଧୁଶେଖର ତ୍ରିପାଠୀ, ଶଶୀଗିରି ରାଓ, ବାଙ୍କ ବିହାରୀ ବିଷୋୟୀ,ପ୍ରଦୀପ କୁମାର ଦାସ, ସିମାଞ୍ଚଳ ପାତ୍ର, ପ୍ରଶାନ୍ତ ପଟ୍ଟନାୟକ,ସୁରଜ ନାୟକ, ଦାମୋଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ l

ନବରଙ୍ଗପୁର ଜିଲ୍ଲା ରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଓଡିଆ ପ୍ରିନିୟର ଆନୁକୁଲ୍ୟରେ ବିବିଧ ପରୀକ୍ଷା ଅନୁଷ୍ଠିତ 

Sunil Chandra Nayak

ପ୍ରିୟ କାର୍ଯ୍ୟାଳୟ ଠାରେ ବିଶ୍ଵ ଅଟିଯିମ୍ ଦିବସ ପାଳିତ

Sunil Chandra Nayak

ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ଉତ୍ସବ ପାଇଁ ନିମନ୍ତ୍ରଣ ପତ୍ର ନେଇ ପୁରୀ ସେବାୟତ କଳାହାଣ୍ଡିରେ

masiha

Leave a Comment

error: Content is protected !!