ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୫ ଜଣ ଅନାଥ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିଲେ ସମାଜ ସେବୀ ଶଙ୍କର ସାଉନ୍ତା 

୫ ଜଣ ଅନାଥ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିଲେ ସମାଜ ସେବୀ ଶଙ୍କର ସାଉନ୍ତା 

 ବନ୍ଧୁଗାଁ ତା ୧୫/୯/୨୩ // କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟ ରେ ପହଞ୍ଚି ୫ ଜଣ ଅନାଥ ଛାତ୍ରଛାତ୍ରୀ ଙ୍କୁ ସାକ୍ଷାତ କରି ପାଠ ପଢିବା ପାଇଁ ଆର୍ଥିକ ସହାୟତାର ହାତ ବଡ଼ାଇ ଛନ୍ତି। ଅଳ୍ପ କିଛି ଦିନ ତଳେ ପୁର୍ବତନ ବିଧାୟକ ଲକ୍ଷ୍ମୀପୁର ବନ୍ଧୁଗାଁ ବ୍ଲକର ଯେଉଁ ଅନାଥ ଛାତ୍ରୀଙ୍କୁ ମାସିକ ଆର୍ଥିକ ଅନୁଦାନ ପ୍ରଦାନ କରିଥିଲେ ସେମାନଙ୍କ ସହିତ ଗାରିଡି ପଞ୍ଚାୟତ ଆମ୍ବିଲିପୁଟ ଗ୍ରାମର ଗଣେଶ ବିଡ଼ିକା କଲେଜ ପାଠ ପଢା ଛାତ୍ର ପାଇଁ ୩ ହଜାର ଟଙ୍କା, ବଡସରପଲ୍ଲୀ ପଞ୍ଚାୟତ ମେକଡ଼ା ଗ୍ରାମର ସନ୍ଧ୍ୟା ମିଣ୍ୟାକା ଛାତ୍ରୀଙ୍କୁ ୫ ଶହ ଟଙ୍କା ପ୍ରଦାନ କରିଥିଲେ। ଏହା ସହିତ ପେଦାଲୋଡା ପଞ୍ଚାୟତ ପୁତୁକିବାଲାସା ଗ୍ରାମର ଦୀପ୍ତି ସିଦାରାପୁ ଛାତ୍ରୀ, କାବ୍ରିବାଡି ପଞ୍ଚାୟତ ଅଣକାଡିଟି ଗ୍ରାମର ଗୌରୀ ମାଣ୍ଡିଙ୍ଗି ଛାତ୍ରୀ ଓ ବନ୍ଧୁଗାଁ ପଞ୍ଚାୟତ ସିଙ୍ଗିପୁଟ ଗାଁର ନନ୍ଦିନୀ କରା ଛାତ୍ରୀ ମାନଙ୍କୁ ଜଣ ପିଛା ୫୦୦ ଟଙ୍କା ସହାୟତା ପ୍ରଦାନ କରିଥିଲେ। ଏହି ସମସ୍ତ ଛାତ୍ରୀଙ୍କୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଡ଼ିବା ପାଇଁ ବାର୍ଷିକ ଖାତା, କଲମ ଓ ଏକ ହଳ ପୋଷାକ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି। ଏହି ପ୍ରକାର ସହାୟତା ବାପା ମାଆ ଛେଉଣ୍ଡ ପିଲାଙ୍କୁ ପାଠ ପଢିବା ପାଇଁ ଯୋଗାଇ ଦେଇ ଥିବାରୁ ସମାଜ ସେବୀ ଶଙ୍କର ସାଉନ୍ତାଙ୍କୁ  ବନ୍ଧୁଗାଁ ବ୍ଲକର ଅନେକ ବୁଦ୍ଧିଜୀବୀ , ଛାତ୍ରଛାତ୍ରୀ ଓ ଅନେକ ଜନସାଧାରଣ ଶୁଭେଚ୍ଛା ଜଣାଇଛନ୍ତି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ 

Related posts

ଉତ୍କଳମଣି ଗୋପବନ୍ଧୁ ୱେଲେଫେୟାର ଟ୍ରଷ୍ଟ ଆନୁକୂ ସ୍ୱାଧୀନତା ଦିବସ ପାଳିତଲ୍ୟରେ

masiha

ଚନ୍ଦାହାଣ୍ଡି ଧନୁଯାତ୍ରା ମହୋତ୍ସବ , ମଥୁରା ନଗରୀ କୁ ସାମ୍ବାଦିକ ଙ୍କୁ କଂସ ଙ୍କ ଡାକରା, ଦେବକୀ ବାସୁଦେବ ବିବାହ ଅନୁଷ୍ଠିତ

Sunil Chandra Nayak

ଗୋଲାମୁଣ୍ଡା ବ୍ଲକ ରେ ତେଜିଲା ଧର୍ମଗଡ ଜିଲ୍ଲା ଦାବୀ ,  ଧର୍ମଗଡ଼କୁ ଜିଲ୍ଲା ମାନ୍ୟତା ଦାବି ନେଇ ଗୋଲାମୁଣ୍ଡା ଠାରେ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ର ବୈଠକ

masiha

Leave a Comment

error: Content is protected !!