ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳ ଙ୍କ ଜନ ଅଭିଯୋଗ ଶୁଣାଣି ଶିବିର

ଥୁଆମୂଳ ରାମପୁର:୨୫/୦୪ – (ମନିସ):- ଥୁଆମୂଳ ରାମପୁର ବ୍ଳକ ସଭାଗୃହ ଠାରେ ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ ଙ୍କ ଅଧ୍ଯକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ୬୪ ଟି ଅଭିଯୋଗ ପତ୍ର ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୩୨ ଗୋଟି ବ୍ଯକ୍ତିଗତ ଓ ୩୨ ଟି ସାମୁହିକ ସମସ୍ୟା ଉପରେ ଅଭିଯୋଗ ଦାଖଲ ହୋଇଥିଲା। ୧୬ ଗୋଟି ଅଭିଯୋଗ ପ୍ରତ୍ଯକ୍ଷ ଭାବରେ ସାମାଧାନ କରାଯାଇଛି।ଉକ୍ତ ଜନ ଅଭିଯୋଗ ଶୁଣାଣି କାର୍ଯ୍ଯକ୍ରମ ରେ ଭବାନୀପାଟଣା ଉପଜିଲ୍ଲାପାଳ ଡ.ବିଶ୍ବଜିତ ଦାସଙ୍କ ସହିତ ଜିଲ୍ଲା ସ୍ତରୀୟ ଅନ୍ଯାନ୍ଯ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତି ରହିଥିଲେ। ବ୍ଳକ ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ସମେତ ବ୍ଳକର କର୍ମକର୍ତ୍ତା ସହଯୋଗ କରିଥିଲେ। ଥୁଆମୂଳ ରାମପୁର ବ୍ଳକର ବିଭିନ୍ନ ସମସ୍ୟା କୁ ନେଇ ସ୍ଥାନୀୟ ଲୋକେ ବହୁ ଦିନରୁ ଅଭିଯୋଗ କରିଆସୁଥିଲେ ତାହାକୁ ନେଇ ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ କେରପାଇ ଗ୍ରାମପାୟତ ପରିଦର୍ଶନ କରିବାକୁ ଯାଇ କାଚେଲେଖା ଗ୍ରାମ ସ୍ଥିତ ବିଦ୍ୟାଳୟ ଦେଖିବା ସହିତ ସ୍ଥାନୀୟ ଲୋକଙ୍କ ବିଭିନ୍ନ ସମସ୍ୟା ଉପରେ ଅନୁଧ୍ୟାନ କରିଥିଲେ। ଏହା ସହିତ ୫ ଟି ବିଦ୍ୟାଳୟ ଗୁଡିକ ବୁଲି ଦେଖିବା ସହିତ ସ୍ଥାନୀୟ ନିର୍ମାଣ ଧିନ ମାଁ ମାଣିକେଶ୍ବରୀ ମନ୍ଦିର ଯାଇ ସେଠାରେ ଉପସ୍ଥିତ ରହି ଯଥାଶୀଘ୍ର କାର୍ଯ୍ଯ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଆଜି ଦିବସର ଅନୁଚିନ୍ତା: ୨୦ ଫେବୃଆରୀ

Sunil Chandra Nayak

ବଣିଜର ଠାରେ ମଣ୍ଡି ର ଶୁଭାରମ୍ଭ

masiha

ଭବାନିପାଟଣାଠାରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!