ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥୁଆମୂଳ ରାମପୁର ବ୍ଲକ ସ୍ତରୀୟ ଆଇ.ସି.ଡ଼ି.ଏସ. ତାଲିମ ଶିବିର

ଥୁଆମୂଳ ରାମପୁର:୨୫/୦୪ – (ମନିସ):- ଥୁଆମୂଳ ରାମପୁର ବ୍ଳକ ଆଇ.ସି.ଡ଼ି.ଏସ.ପକ୍ଷରୁ ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ଅଙ୍ଗନବାଡି କର୍ମୀମାନଙ୍କୁ ନେଇ ଏକ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ତାଲିମ ଶିବିରରେ ବ୍ଲକର ବିଭିନ୍ନ ସେକ୍ଟରରୁ ୧୮୪ ଜଣ ଅଙ୍ଗନ୍ବାଡି କର୍ମୀ ଅଂଶଗ୍ରହଣ କରିଥିଲେ। ଉକ୍ତ ଶିବିରରେ ଜିଲ୍ଲା ସମାଜ କଲ୍ଯାଣ ବିଭାଗର ମୁଖ୍ୟ ପୁଣ୍ୟବତୀ ହେଲେନ ଜିଲ୍ଲା ସଂଯୋଜକ ବିଶ୍ଵନାଥ ଦାଶ କୈବଲ୍ୟ, ଏଜୁକେଶନ ଫାଉନ୍ଡେଶନ ଓ ରୂପାୟନ ର ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମ ରେ ସି.ଡି.ପି.ଓ. ମିନତୀବାଲା ପଟ୍ଟନାୟକ ପ୍ରାରମ୍ଭିକ ସ୍ୱାଗତ ଭାଷଣ ପ୍ରଦାନ ପରେ ଶିବିରଟିକୁ ଆରମ୍ଭ କରାଯାଇଥିଲା | ରୂପାୟନର ପ୍ରଶିକ୍ଷକ ନାରାୟଣ ଜେନା ଏବଂ ଫକୀର ଚରଣ ରାଉତ ଅପପୁଷ୍ଟି ର କାରଣ ଓ ପ୍ରଭାବ ସହିତ ନିରାକରଣ, ପୋଷକ ତତ୍ଵ, ଗର୍ଭବତୀ ମାନଙ୍କର ଟୀକା କରଣ ଓ ଖାଦ୍ୟ ପେୟରେ ସାବଧାନତା,ସନ୍ତୁଳିତ ଆହାର, ସ୍ଥାନୀୟ ଖାଦ୍ୟର ଭୂମିକା, ମାତୃ ଓ ଶିଶୁ ସୁରକ୍ଷା କାର୍ଡ ଆଦି ବିଷୟରେ ବିସ୍ତୃତ ଭାବରେ ପ୍ରଶିକ୍ଷଣ ପ୍ରଦାନ କରି ଗ୍ରାମୀଣ କ୍ଷେତ୍ରରେ ସ୍ୱାସ୍ଥ୍ୟ ଓ ସ୍ବଚ୍ଛତା, ଆଞ୍ଚଳିକ ଖାଦ୍ଯ ରେ ଅପପୁଷ୍ଟି ର ନିରାକରଣ ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ପ୍ରଶିକ୍ଷଣ ପ୍ରଦାନ କରିବା ସହିତ କିଶୋରୀ ବାଳିକା ଙ୍କ ଉଦେଶ୍ୟରେ ହେଉଥିବା ଅଦ୍ବିକା କାର୍ଯ୍ୟକ୍ରମରେ ସେମାନଙ୍କ ଶରୀର ବିକାଶ ଓ ସ୍ୱାସ୍ଥ୍ୟ , ଅପ୍ରାପ୍ତ ବୟସରେ ଗର୍ଭ ଧାରଣ ଜନିତ ସମସ୍ୟା ଗୁଡିକ ରୋକାଯିବା ଉପରେ ଅଧିକ ଗୁରୁତ୍ୱ ଦିଆଯିବା ନେଇ ତାଲିମ ପ୍ରଦାନ କରିଥିଲେ। ସି.ଡି.ପି.ଓ. ମିନତୀବାଲା ପଟ୍ଟନାୟକ କୈବଲ୍ୟ ଏଜୁକେଶନ ଫାଉନ୍ଡେଶନ ଉପଯୁକ୍ତ କର୍ମଶାଳା ଅୟୋଜନ କରିଥିବାରୁ ତାଙ୍କୁ ପ୍ରଶଂସା କରିବା ସହିତ ଏହା ନିହାତି ଭାବରେ ସ୍ବାଗତ ଯୋଗ୍ଯ ପଦକ୍ଷେପ ବୋଲି କହିଥିଲେ | ଏହି ତାଲିମ ଶିବିର ରେ ଜିଲ୍ଲା ପ୍ରତିନିଧି ଶାଶ୍ଵତ ସୌରଭ ପଣ୍ଡା, ମହେଶ୍ଵର ମାଝି, ସଚଳା ବାରିକ, ଦିବ୍ଯାଂଶୁ ଗୁପ୍ତା ଓ ଆଡମିନ ସ୍ଟାଫ୍ ନିଳମାଧବ ପଣ୍ଡା ବ୍ଲକ ପ୍ରତିନିଧି ଓମ ପ୍ରକାଶ ଏବଂ କଳ୍ପତରୁ ସ୍ବାଇଁ ପ୍ରମୁଖ ଯୋଗଦାନ କରି ସଫଳ କରାଇବାରେ ସହଯୋଗ କରିଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ରାଜଧାନୀରେ ଆନ୍ଦୋଳନରେ ଯୋଗଦେଲେ ଏକ୍ସ କେଡର ଶିକ୍ଷକ

Sunil Chandra Nayak

ଅନୁଷ୍ଠିତ ହେଲା ସାମ୍ବତ୍ସରିକ ସାରସ୍ଵତ ସମାରୋହ 

Sunil Chandra Nayak

ଉମରକୋଟ ବ୍ଲକ ସେମେଲା ଗ୍ରାମ ପଞ୍ଚାୟତରେ ଡାହାଣୀ ପ୍ରଥା, ଅନ୍ଧବିଶ୍ୱାସ ଓ ତଦଜନିତ ହିଂସା ନିବାରଣ ନିମନ୍ତେ ସଚେତନତା କର୍ମଶାଳା

Sunil Chandra Nayak

Leave a Comment

error: Content is protected !!