ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାପଘରା ର ରାଖାଡିହ ସାହି ରାସ୍ତା ବେହାଲ; କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଦାବି

ସାପଘରା ର ରାଖାଡିହ ସାହି ରାସ୍ତା ବେହାଲ; କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଦାବି

 ମୟୂରଭଂଜ -୨୨/୦୭ – ମୟୁରଭଞ୍ଜ ଜିଲ୍ଲା ର ବହଳଦା ବ୍ଲକ ଅନ୍ତର୍ଗତ ସୁରୁଦା -ଯଶିପୁର ପଞ୍ଚାୟତର ସାପଘରା ର ରାଖାଡିହ ସାହି ରାସ୍ତା ବିପର୍ଯ୍ଯସ୍ତ l ଏହି ପଞ୍ଚାୟତ ରୁ ଵହଳଦା ବ୍ଳକ ଅଧ୍ୟକ୍ଷା ଭାବେ ପ୍ରତିନିଧିତ୍ବ କରୁଛନ୍ତି ବ୍ଳକ ଅଧ୍ୟକ୍ଷା ଦୀପାଞ୍ଜଳି ସିଂ । ବର୍ଷାରେ କାଦୁଅ ପଚ ପଚ ରାସ୍ତାରେ ମଣିଷ ,ଗୋରୁ ଗାଈ,ଛେଳି,ମେଣ୍ଢା ଯିବା ଆସିବା ଭାରି କଷ୍ଟକର । ବର୍ତ୍ତମାନର ବର୍ଷା ଦିନରେ ଗାଁ ଲୋକମାନେ ଯିବା ଆସିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଫଳରେ ଲୋକମାନଙ୍କୁ ଯିବା ଆସିବାରେ ଅନେକ ଅସୁବିଧା ହେଉଛି ବିଶେଷ କରି ସ୍କୁଲ, କଲେଜର ଵିଦ୍ଯାର୍ଥୀମାନେ ଦୈନିକ ଯିବାଆସିବା ପାଇଁ ହଇରାଣ ହରକତ ହେଉଛନ୍ତି। ବର୍ଷା ଯୋଗୁଁ  ରାସ୍ତା ସଂପୂର୍ଣ୍ଣ ଖରାପ୍ ହୋଇଯାଇଛି। ରୋଗୀ ଏବଂ ଗର୍ଭବତୀ ମହିଳାମାନେ ଡ଼ାକ୍ତର ଖାନା ଯିବା ପାଇଁ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି। ଏହି ରାସ୍ତାରେ ସ୍ଥାନୀୟ ଲୋକମାନେ ଯେପରି ସୁରୁଖୁରୁରେ ଯିବା ଆସିବା କରି ପାରିବେ, ସେଥିପାଇଁ ବ୍ଳକ ଓ ପଂଚାୟତ ପ୍ରଶାସନ ତରଫରୁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି l

 ମୟୂରଭଂଜରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଜାତୀୟ କୃଷି ବଜାର କୁ ନେଇ ପ୍ରଶିକ୍ଷଣ ଶିବିର

masiha

ବିଜାତଳା ରେ ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୬ତମ ବାର୍ଷିକ ଉତ୍ସବ

masiha

ମାନ୍ୟବର ଗ୍ରାମ୍ୟ ଉନ୍ନୟନ,ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ 

Leave a Comment

error: Content is protected !!