ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମନେରଗା ରାସ୍ତା କାମରେ ଦୁର୍ନୀତି ନିମ୍ନ ମାନର ରାସ୍ତା ରେ ଧାନ ଲଗେଇ ପ୍ରତିବାଦ କଲେ ଗ୍ରାମବାସୀ

ମନେରଗା ରାସ୍ତା କାମରେ ଦୁର୍ନୀତି ନିମ୍ନ ମାନର ରାସ୍ତା ରେ ଧାନ ଲଗେଇ ପ୍ରତିବାଦ କଲେ ଗ୍ରାମବାସୀ

ନବରଙ୍ଗପୁର:(୨୨|୭)(ରବି ନାରାୟଣ ମହାନ୍ତି)ମନେରଗା ରାସ୍ତା କାମରେ ଦୁର୍ନୀତି ୫ ଲକ୍ଷ ଟଙ୍କାର କାମ ଲକ୍ଷେ ଟଙ୍କା ମଧ୍ୟ ରାସ୍ତା କାମରେ ସରିନି ଏଭଳି ରାସ୍ତା ତିଆରି ହୋଇଛି ୩ ନମ୍ୱର କଚରାପାରା ପଂଚାୟତର ଜୋଡଯଙ୍ଗା ଡି ଏନ କେ ଗ୍ରାମରୁ ପଖନା ପାରା ନୂଆପାରା ଗ୍ରାମକୁ ରାସ୍ତା, ଗ୍ରାମବାସୀ ଙ୍କ କହିବାକଥା ୪ ମାସ ପୂର୍ବେ ଯୋଡ଼ଜଙ୍ଗା ଡି ଏନ କେ ଗ୍ରାମର ତିନିଜଣ ଠିକାଦାର ମିଶି ଏନଆରଜିଏସ ରେ ପାଞ୍ଚ ଲକ୍ଷ ଟଙ୍କାର ରାସ୍ତା କାମକୁ ଠିକା ନେଇ ରାସ୍ତା କାମ ଯେନତେନ ପ୍ରକାରେ ମାଟି ପକେଇ ତିଆରି କରିଦେଇ ଅଧା ବିଲ ଉଠେଇନେଲେ l ବର୍ତ୍ତମାନ ସେହି ରାସ୍ତାରେ ଯାଇ ପାରୁନାହାନ୍ତି ଲୋକେ, କାରଣ ରାସ୍ତା ବହୁତ ଖରାପ ତିଆରି ହୋଇଛି lଏହିବିଷୟରେ ଗ୍ରାମବାସୀ ଠିକାଦାର ଙ୍କୁ ଫୋନ କରି ଜଣେଇବାପରେ ତମେ ମାନେ ଯେତେ ସାମ୍ବାଦିକ ଙ୍କୁ ଡାକିବାର ଅଛି ଡାକ ରାଇଘର ଉମରକୋଟ ର ସବୁ ସାମ୍ବାଦିକ ଙ୍କୁ ମୁଁ ପଇସା ଦେଇ ପୋଶୁଛି ମୋ ଖବର କିଏ ବାହାର କରିବେ ନାହିଁ, ସମସ୍ତଙ୍କୁ ମୁଁ ପଇସା ଦେଇ ମୁହଁ ବନ୍ଦ କରେଇଦେବି ବୋଲି ଠିକାଦାର ମିଥୁନ ବ୍ୟାପାରୀ କହିଛନ୍ତି l ଯାହାର ରେକଡ଼ିଙ୍ଗ ମଧ୍ୟ ରହିଛି, ଆଜି ଏହି ବିଷୟରେ ଯୋଡ଼ଜଙ୍ଗା ଡି ଏନ କେ ଗ୍ରାମ ଏବଂ ନୂଆପାରା ଗ୍ରାମର ରଞ୍ଜନ ଦାସ, ବିଷ୍ଣୁପଦ ମଣ୍ଡଳ, ଦୁର୍ଜନ ଗଣ୍ଡ, ପୁଣିତ ଗଣ୍ଡ, ବଂଶୀ ଗଣ୍ଡ, ଦେବିଲାଲ ଗଣ୍ଡ, ହରିଦାସ ମଣ୍ଡଳ, ମଳୟ ମଣ୍ଡଳ, କିଶୋର ବାଙ୍ଗାଲି, ବାବୁଲୁ ବିଶ୍ୱାସ, ଅନୁ ବିଶ୍ୱାସ, ମଣିଷନ୍ତ ବିଶ୍ୱାସ,କାଳୁ ସରକାର, ସାଗର ହାଲଦାର, ନିତ୍ତ ମଣ୍ଡଳ, ଜଗ ମଣ୍ଡଳ, ସମୀର ପାଲ, ଇନ୍ଦ୍ରଜିତ ମଲ୍ଲିକ, ଅସିତ ଗଣ୍ଡ, ହରିହର ସରକାର, ଟେଙ୍ଗରା ବୈଦ୍ୟ, ବିଭୀଷଣ ମଣ୍ଡଳ, ପେଗଲ ସରକାର, ଠାକୁର ମଣ୍ଡଳ, ଫିଲୁ ମଣ୍ଡଳ, ତୁଳସୀ ଗଣ୍ଡ,ସୁନ୍ଦରଲାଲ ଗଣ୍ଡ, ହେମଲାଲ ଗଣ୍ଡ, ଅନୁପମ ବିଶ୍ୱାସ, ସୁକଦେଓ ଗଣ୍ଡ ଙ୍କ ସମେତ ଶହେଜଣ ଗ୍ରାମବାସୀ ଏହି ନିମ୍ନମାନର ରାସ୍ତା ତିଆରିର ଅଭିଯୋଗ ଆଣିଛନ୍ତି,ଯନ୍ତ୍ରୀ ରାସ୍ତାନ ଦେଖି କେମିତି ଅଧା ବିଲ କରିଦେଲେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯନ୍ତ୍ରୀଙ୍କ ମଧ୍ୟ କିଛି ଭାଗ ରହିଛି ବୋଲି ଗ୍ରାମବାସୀ କହିଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବୀ ରେ ଆସନ୍ତା ଅକ୍ଟୋବର ୪ ତାରିଖ “ଧର୍ମଗଡ ଉପଖଣ୍ଡ ବନ୍ଦ ଡାକରା” ଦେଲା କ୍ରିୟାନୁଷ୍ଠାନ କମିଟି

masiha

World Health Day was observed by the Institution of Engineers India Rourkela centre

Sunil Chandra Nayak

ବୈରାଗି (ବୈଷ୍ଣବ) ସମାଜ ର ଜିଲ୍ଲା ସ୍ତରୀୟ ସମ୍ବିଳନୀ ଓ କର୍ମକର୍ତା ଚୟନ ଅନୁଷ୍ଠିତ

masiha

Leave a Comment

error: Content is protected !!