ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଣ୍ଡିଗାଁ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ

ପଣ୍ଡିଗାଁ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ

କଲମପୁର -୧୧/୧୧(ମସିହା) କଲମପୁର ବ୍ଲକ ପଣ୍ଡିଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଆଜି ପୋଷାକ ବିତରଣ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି, ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସନ୍ତୋଷ କୁମାର ଚୌଧୁରୀ ସ୍କୁଲ ପରିସରରେ ପୋଷାକ ବିତରଣ କାର୍ଯ୍ୟକ୍ରମ ଆୟୋଜନ କରିଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀଣୀ ମଧୁସ୍ମିତା ନାଏକ ଏଥିରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ, ସମ୍ମାନିତ ଅତିଥି ଭାବେ ପଣ୍ଡିଗାଁ ସରପଞ୍ଚ କବିତା ଜୈନ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଲକ୍ଷ୍ମୀ ନାରାୟଣ ମାଝି, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମନୋଜ କୁମାର ମେହେର,ନବଘନ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ, ଶିକ୍ଷକ ମନ୍ମଥ ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ପ୍ରଦୀପ କୁମାର ମାଝି,ପଙ୍କଜିନି ମାଝି,ନୀହାରିକା ଗହିର,ମଞ୍ଜୁକଳା ମାଝି ସହଯୋଗ କରିଥିଲେ, ଏଥିରେ ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ଓ ଅଭିଭାବିକା ମାନେ ବିପୁଳ ପରିମାଣରେ ଯୋଗଦେଇ ଥିବା ବେଳେ ବିଦ୍ୟାଳୟ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମର ସୁପରିଚାଳନାକୁ ନେଇ ଭୂୟସୀ ପ୍ରଶଂସିତ ହୋଇଥିଲା ।

କଳାହାଣ୍ଡି ରୁ ପରମାନନ୍ଦ ଠାକୁର ଙ୍କ ରିପୋର୍ଟ୍ 

Related posts

କୋରାପୁଟ ଜିଲାରେ ହସ୍ତଶିଳ୍ପ ଏବଂ ହସ୍ତତନ୍ତ ପଦକ୍ଷେପ ମାଧ୍ୟମରେ ପର୍ଯ୍ୟଟନ ବୃଦ୍ଧି ପାଇବ 

masiha

ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ

masiha

ଦିବ୍ୟାଙ୍ଗଙ୍କ ଆଗ୍ରହ ପଛରେ ହାର ମାନିଛି ପାଠପଢା, ଦଶମ ଶ୍ରେଣୀର ପରୀକ୍ଷାରେ ସାହାଯ୍ୟ କରୁଛନ୍ତି ଅନ୍ୟ ଜଣେ ନବମ ଶ୍ରେଣୀର ଛାତ୍ରୀ

Sunil Chandra Nayak

Leave a Comment

error: Content is protected !!