ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନମନ୍ତ୍ରୀ ଆବାସ ଗୃହ ତିଆରି ର ଦୂତୀୟ କିସ୍ତି ପାଇବାରେ ବିଳମ୍ବ ହେତୁ ହିତାଧିକାରୀ ହଟହଟା

ପ୍ରଧାନମନ୍ତ୍ରୀ ଆବାସ ଗୃହ ତିଆରି ର ଦୂତୀୟ କିସ୍ତି ପାଇବାରେ ବିଳମ୍ବ ହେତୁ ହିତାଧିକାରୀ ହଟହଟା

 ତେନ୍ତୁଳିଖୁଣ୍ଟି ୦୧/୧୦/୨୩/:ତେନ୍ତୁଳିଖୁଣ୍ଟି ବ୍ଲକ ଅଧୀନ 15 ଟି ପଞ୍ଚାୟତରେ 3000ରୂ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ(ଗ୍ରାମୀଣ)କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ସେମାନଙ୍କ  ଗୃହ ନିର୍ମାଣ ବାବଦକୁ ପ୍ରଥମ କିସ୍ତି ମିଳିଛି। ଅବଶିଷ୍ଟ  ଅଳ୍ପ କେତେଜଣଙ୍କ କାଗଜପତ୍ରରେ ତ୍ରୁଟିଥିବାରୁ ପ୍ରଥମ କିସ୍ତି ବାବଦକୁ ୪୦ହଜାର ଟଙ୍କା ମିଳିପାରିନାହିଁ।

ପ୍ରଥମ କିସ୍ତି ହାତେଇଥିବା ହିତାଧିକାରୀ ଘର ନିର୍ମାଣ ଆରମ୍ଭ କଲେଣି  ଛାତ ଲେବେଲ କରିକି ସେଟରିଂଗ କରିକି ଏକ ମାସରୁ ଉର୍ଦ୍ଧ୍ବ ହେଲାଣି ଦୁତୀୟ କିସ୍ତି ନ ମିଲିବାରୁ ଛାତ ପକେଇ ପାରୁ ନାହାଁନ୍ତି ବୋଲି ଲକଡୀ ପଲ୍ଲା ଗ୍ରାମର ଧନେଇ ମାଝୀ କହିଛନ୍ତି। ହେଲେ ଏବେ ଘର ନିର୍ମାଣରେ ବ୍ୟବହୃତ ସାମଗ୍ରୀର ଦର ଅହେତୁକ ବୃଦ୍ଧି ସତ୍ତ୍ଵେ ହିତାଧିକାରୀ ଋଣ କରିକି ବି ଘର କାମ କରୁଛନ୍ତି ସରକାର ଙ୍କ ଠିକ ସମୟରେ ସରେଇଲେ  ସରକାର ଘୋଷଣା କରିଥିବା ଅତିରିକ୍ତ ବୋନସ ପଇସା ପାଇବୁ ବୋଲି କାମ କରିଛନ୍ତି । ଦ୍ଵିତୀୟ କିସ୍ତି 65 ହଜାର ଦେବାର ବ୍ୟବସ୍ଥା ରହିଛି।ବିଳମ୍ବ ହେଉଥିବା ରୁ ହିତାଧିକାରୀଙ୍କୁ ଚିନ୍ତାରେ ପକାଇଛି।କେତେକ ହିତାଧିକାରୀ ତାଙ୍କ ପୁରୁଣା ଘରକୁ ଭାଙ୍ଗି ଘର ତିଆରି କରୁଛନ୍ତି କିଏ ତ ପଲିଥିନ ଘୋଡେଇ କି ରହୁଥିବା ବେଳେ କିଏ ତ କାହା ବାରଣ୍ଡାରେ ରହିଛନ୍ତି।

ବାସହୀନ, କଚ୍ଚାଘର, ଚାଳିଆ, ଝୁମ୍ପୁଡ଼ି ଆଦି ଘରେ ବସବାସ କରୁଥିବା ପରିବାର ପାଇଁ ଆବାସ ଯୋଜନା କାର୍ଯ୍ୟକାରୀ ହେଉଛି। ରାଜ୍ୟ ସରକାରଙ୍କ ବିଜୁ ପକ୍କାଘର, ମୋ କୁଡିଆ ଆଦି ଯୋଜନା ବନ୍ଦ ହୋଇଯିବା ପରେ କେନ୍ଦ୍ର ସରକାରଙ୍କ ଇନ୍ଦିରା ଆବାସ(ଏବେ ପ୍ରଧାନମନ୍ତ୍ରୀ ଆବାସ ନାମରେ ନାମିତ) ଯୋଜନାକୁ ହିତାଧିକାରୀ ଭରସା କରିଛନ୍ତି। ଆବାସ ଯୋଜନା ଘର ନିର୍ମାଣ ପାଇଁ ହିତାଧିକାରୀଙ୍କ ପିଛା ୧.୩୦ଲକ୍ଷ ଟଙ୍କା, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପକ୍ଷରୁ ମଜୁରି ବାବଦକୁ ୨୨,୯୦୦ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଉଛି। ଏହି ଅର୍ଥରେ ଜଣେ ହିତାଧିକାରୀଙ୍କୁ ୨୭୫ ବର୍ଗଫୁଟର ଘର ନିର୍ମାଣ କରିବାକୁ ପ୍ରଶାସନିକ ନିର୍ଦ୍ଦେଶ ଦିଆଯାଉଛି। ନିର୍ଦ୍ଧାରିତ ନିର୍ଦ୍ଧାରିତ ୪ମାସ ମଧ୍ୟରେ ଘର ନିର୍ମାଣ ଶେଷକଲେ ପ୍ରୋତ୍ସାହନ ରାଶି ବାବଦକୁ ୨୦ ହଜାର, ୬ ମାସ ମଧ୍ୟରେ ଶେଷକଲେ ୧୦ହଜାର ଟଙ୍କା ପ୍ରଦାନ କରାଯିବ ବ୍ୟବସ୍ଥା ରହିଛି ।ବ୍ଳକର ବି ପି ସି ଉମା ମହେଶ୍ବରି କହିଛନ୍ତି ଡଙ୍ଗଲ ର ସମସ୍ୟା ହେତୁ ହିତାଧିକାରୀ ଙ୍କ ଟଙ୍କା ଡିପୋଜିଟ ହୋଇ ପାରୁ ନାହିଁ ବୋଲି କହିଛନ୍ତି ଏ ବିଷୟରେ ଉପରିସ୍ଥ ଅଧିକାରୀ ଙ୍କୁ ଜଣେଇ ସାରିଛୁ ବୋଲି କହିଛନ୍ତି।

 ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

“ସକ୍ଷମ” ତରଫରୁ ଋଷି ଅଷ୍ଟବକ୍ରଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ଗ୍ରୀଷ୍ମ ଲହରୀ: ନୂଆପଡ଼ାରେ ୨୦ ତାରିଖ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ

Sunil Chandra Nayak

ଓ ଜେ ୟୁ ନବରଙ୍ଗପୁର ଜିଲ୍ଲା ଶାଖା ର ଦ୍ଵାଦଶ ବାର୍ଷିକ ଉତ୍ସବ

masiha

Leave a Comment

error: Content is protected !!