ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ପ୍ରଶାସନ ତରଫରୁ ବରିଷ୍ଠ ମାନଙ୍କୁ ସମ୍ବର୍ଦ୍ଧିତ 

ବ୍ଲକ ପ୍ରଶାସନ ତରଫରୁ ବରିଷ୍ଠ ମାନଙ୍କୁ ସମ୍ବର୍ଦ୍ଧିତ 

ବାଲେଶ୍ଵର,୦୧/୧୦/୨୩ – ଆଜି ଅକ୍ଟୋବର ୧ ତାରିଖ ୨୦୨୩ ମସିହା ରବିବାର ଶତାୟୁ ବରିଷ୍ଠ ଜନ ଦିବସ । ଏହି ଦିବସ ଉପଲକ୍ଷେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ପ୍ରଶାସନିକ ଅଧିକାରୀ ବି ଡି ଓ ଙ୍କ ତରଫରୁ ନିର୍ବାଚନ ଦାୟିତ୍ବରେ ଥିବା ଭରତ ସାହୁ, ସୁପରଭାଇଜର ନାରାୟଣ ମହାପାତ୍ର, ବି ଏଲ ଓ ରାଜେନ୍ଦ୍ର ପ୍ରସାଦ ସେଣ୍ଡ, ଭରତ ବେହେରା ଓ ଅସିତ କୁମାର ନାୟକ ତୋରାଣିପଦା ଗ୍ରାମର ମଣ୍ଟୁ ଦାସ(୧୦୨) ଓ ଗୋଳିହା ଗ୍ରାମର ସଖୀ ହାତୀ(୧୦୧) ଯାହାଙ୍କ ବୟସ ୧୦୦ ବର୍ଷରୁ ଉର୍ଦ୍ଧ୍ବ ସେମାନଙ୍କ ବାସଭବନରେ ପହଞ୍ଚିଥିଲେ । କିଛି ସମୟ ସେମାନଙ୍କ ସହିତ ବାର୍ତ୍ତାଳାପ ପରେ ସେମାନଙ୍କୁ ପୁଷ୍ପ ଗୁଚ୍ଛ ଫଳ ଓ ମିଷ୍ଟାନ୍ନ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ଠାରୁ ଆଶୀର୍ବାଦ ଲାଭ କରି ବ୍ଲକ କାର୍ଯ୍ୟାଳୟକୁ ଫେରି ଆସିଥିଲେ ।। 

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଅଭିଭାବକ ଜଣେ ଅଂଶୀଦାର କାର୍ଯ୍ୟକ୍ରମ

masiha

ଵଢଦୁନ୍ଦୁ ପଞ୍ଚାୟତର ସରପଞ୍ଚ ଅଯୋଗ୍ୟ ଘୋଷିତ 

Sunil Chandra Nayak

ଜୁନାଗଡ଼ କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ୧୭ ଦିନରେ ପହଞ୍ଚିଲା ଧାରଣା

masiha

Leave a Comment

error: Content is protected !!