ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ପ୍ରଶାସନ ତରଫରୁ ବରିଷ୍ଠ ମାନଙ୍କୁ ସମ୍ବର୍ଦ୍ଧିତ 

ବ୍ଲକ ପ୍ରଶାସନ ତରଫରୁ ବରିଷ୍ଠ ମାନଙ୍କୁ ସମ୍ବର୍ଦ୍ଧିତ 

ବାଲେଶ୍ଵର,୦୧/୧୦/୨୩ – ଆଜି ଅକ୍ଟୋବର ୧ ତାରିଖ ୨୦୨୩ ମସିହା ରବିବାର ଶତାୟୁ ବରିଷ୍ଠ ଜନ ଦିବସ । ଏହି ଦିବସ ଉପଲକ୍ଷେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ପ୍ରଶାସନିକ ଅଧିକାରୀ ବି ଡି ଓ ଙ୍କ ତରଫରୁ ନିର୍ବାଚନ ଦାୟିତ୍ବରେ ଥିବା ଭରତ ସାହୁ, ସୁପରଭାଇଜର ନାରାୟଣ ମହାପାତ୍ର, ବି ଏଲ ଓ ରାଜେନ୍ଦ୍ର ପ୍ରସାଦ ସେଣ୍ଡ, ଭରତ ବେହେରା ଓ ଅସିତ କୁମାର ନାୟକ ତୋରାଣିପଦା ଗ୍ରାମର ମଣ୍ଟୁ ଦାସ(୧୦୨) ଓ ଗୋଳିହା ଗ୍ରାମର ସଖୀ ହାତୀ(୧୦୧) ଯାହାଙ୍କ ବୟସ ୧୦୦ ବର୍ଷରୁ ଉର୍ଦ୍ଧ୍ବ ସେମାନଙ୍କ ବାସଭବନରେ ପହଞ୍ଚିଥିଲେ । କିଛି ସମୟ ସେମାନଙ୍କ ସହିତ ବାର୍ତ୍ତାଳାପ ପରେ ସେମାନଙ୍କୁ ପୁଷ୍ପ ଗୁଚ୍ଛ ଫଳ ଓ ମିଷ୍ଟାନ୍ନ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ଠାରୁ ଆଶୀର୍ବାଦ ଲାଭ କରି ବ୍ଲକ କାର୍ଯ୍ୟାଳୟକୁ ଫେରି ଆସିଥିଲେ ।। 

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପରିବେଶ ସଚେତନତା ଶିବିର ଅନୁଷ୍ଠିତ

masiha

ଗଣିତ ଓ ବିଜ୍ଞାନ ଶିକ୍ଷକଙ୍କ ପଦୋନ୍ନତି ବଦଳିରେ ସିନିୟର ଏସ୍ ଇ ଏସ୍ ପ୍ରଧାନଶିକ୍ଷକ ପଦବୀରେ ଯୋଗଦାନ:ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଆନନ୍ଦିତ 

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, ପ୍ରଥମ ସ୍ଥାନରେ ଡକ୍ଟର ଚପଳା କୁମାରୀ

masiha

Leave a Comment

error: Content is protected !!