ନିଖୂଳ ଭାରତ ସାୟତ୍ତ ଶାସନ ଦିବସ ପାଳିତ
ଆସିକା, ୧/୯/୨୬ (ଶିବ ଶଙ୍କର ମିଶ୍ର )ଆସିକା ପୌର ପରିଷଦ ପକ୍ଷରୁ ନିଖିଳ ଭାରତ ସାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଭାତରେ ସମୟରେ ସାରା ସହରରେ ରାମଧୂନ ପରିବେଷଣ କରାଯାଇଥୁଲା କାର୍ଯ୍ୟାଳୟରରେ ଆସିକା ମୁନ୍ସିପାଲଟି ଅଧକ୍ଷାଙ୍କ ଦ୍ବାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଏହାପରେ ତାଲୁକା ଛକ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେଶ କୁମାର ମହାପାତ୍ର ଙ୍କ ପୌରହିତରେ ଏକ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ଏହି ସଭାରେ ଆସିକା ମୁନ୍ସିପାଲଟି ଅଧକ୍ଷା ବିନେତା ସାଇଁ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଆରମ୍ଭକରିଥିଲା ବେଳେ ଅନ୍ୟ ଉପସ୍ଥିତ ଅତିଥ୍ ମାନଙ୍କ ମଧ୍ୟରେ ଯୁବନେତା ସତ୍ୟ ନାରାୟଣ ସାଇଁ, ଉପଧକ୍ଷା ଜୟନ୍ତୀ ବିଷୋୟୀ,ଏନ ଏ ସି କାଉନସିଲର ଲକ୍ଷ୍ମୀ ବେହେରା, ନୀଳିମା ପାତ୍ର, ମମତା ପାତ୍ର, ମଦନ ମୋହନ ନାୟକ, ବାସନ୍ତୀ ପାତ୍ର, ପ୍ରଦୀପ ଗୌଡ଼, ଭାସ୍କର ବେହେରା, ସୁଜାତା ପରିଡା ସମେତ ଅଫିସ ର ଅଜିତ ପଟନାୟକ, ମାନସୀ ରାଣୀ ସାହୁ, ଦୀପ୍ତି ରାଣୀ ସାହୁ, ପୂର୍ବତନ ଉପକ୍ଷଧକ୍ଷା ରେଣୁବାଳା ରେଡି ପ୍ରମୁଖ ଉପସ୍ଥିତ ଥିଲେ । ସହରକୁ ସରସ ସୁନ୍ଦର ନିମନ୍ତେ ଜନ ସାଧାରଣ ସହଯୋଗ ରହିଲେ ପୁଣି ଆସିକା ମୁନ୍ସିପାଲଟି ଦେଶ ଏବଂ ରାଜ୍ୟରେ ଶ୍ରେଷ୍ଠ ହେବ ବୋଲି ବହୁ ବକ୍ତା ମତ ରଖୁଥିଲେ।

