ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିକ ଅପ ଧକ୍କା ରେ ୨ ବାଇକ ଆରୋହି ମୃତ, ଜଣେ ଗୁରୁତର

ପିକ ଅପ ଧକ୍କା ରେ ୨ ବାଇକ ଆରୋହି ମୃତ, ଜଣେ ଗୁରୁତର

କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ବୃନ୍ଦାବାହଲ ଗୋଳାମୁଣ୍ଡା ବିଜୁ ଏକ୍ସପ୍ରେସ ୱେ ରାସ୍ତା ର ରାମପଡା ଛକ ନିକଟରେ ମର୍ମଦୁନ୍ତ ସଡକ ଦୁର୍ଘଟଣା ଘଟିଛି। ଏକ ବାଇକ ODO8 M 7677 ରେ ୩ ଜଣ ଯୁବକ ରାସ୍ତା ପାରି କରୁଥିବା ବେଳେ ପଛପଟୁ ଆସୁଥିବା ଏକ ଛେଳି ବୋଝେଇ ପିକ ଅପ ଗାଡି (OD 10 F 7656) ଧକ୍କା ଦେଇ ଚଢି ଯିବାରୁ ବାଇକ ରେ ଥିବା ୩ ଜଣ ଯୁବକ ଙ୍କ ମଧ୍ୟରୁ ୨ ଜଣ ଯୁବକ ଙ୍କ ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ମାନେ ହେଲେ ଗଣ୍ଡାମେର ଗ୍ରାମ ର ଭୋପାଳ ନାଏକ ଓ ଅନକାପୁର ଗ୍ରାମ ର କିଶୋର ନାଏକ ଓ ଗୁରୁତର ହେଲେ ଶୁକୁନିମୁଣ୍ଡା ଗ୍ରାମ ର ପ୍ରତ୍ୟୁଷ ଟୋଲଟିଆ ବୋଲି ପ୍ରାଥମିକ ସୂଚନା ରୁ ଜଣାପଡିଛି। ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାସ୍ଥଳରେ ଗୋଳାମୁଣ୍ଡା ପୁଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ପିକ ଅପ ଗାଡି କୁ ଜବତ କରିଛି ଓ ଗୁରୁତର କୁ ଧର୍ମଗଡ଼ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି। ତେବେ ଦୁର୍ଘଟଣା ପରେ ପିକ ଅପ ଗାଡି ଡ୍ରାଇଭର ଫେରାର ହୋଇଯାଇଛି।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ନର୍ଲା ର କବୟିତ୍ରୀ କଟକ ଠାରେ ସମ୍ବର୍ଦ୍ଧିତ 

Sunil Chandra Nayak

ଭୋଟର ତାଲିକା ସଂଶୋଧନ ପାଇଁ ସ୍ବତନ୍ତ୍ର ଅଭିଯାନ

Sunil Chandra Nayak

ବସ୍ କୁ ଧକ୍କା ଦେଲା ବସ୍

masiha

Leave a Comment

error: Content is protected !!