ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ଭାବ୍ୟ ବାତ୍ୟା “ମୋନ୍ଥା” ର ସଫଳ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ର ପ୍ରସ୍ତୁତି 

ସମ୍ଭାବ୍ୟ ବାତ୍ୟା “ମୋନ୍ଥା” ର ସଫଳ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ର ପ୍ରସ୍ତୁତି 

ନବରଙ୍ଗପୁର:( ତା ୨୭.୧୦.୨୦୨୫)(ରବି ନାରାୟଣ ମହାନ୍ତି) ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ ସମ୍ଭାବ୍ୟ ବାତ୍ୟା ” ମୋନ୍ଥା” ର ସଫଳ ମୁକାବିଲା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବିଶ୍ଵଜିତ ବର୍ମନ୍ , ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ) ତପନ କୁମାର ଖୁଣ୍ଟିଆ, ସି ଡି ଓ,ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର,ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ, ବି ଡି ଓ, ତହସିଲଦାର,ସି ଡି ପି ଓ, ନିର୍ବାହୀ ଅଧିକାରୀ,ପୌରପାଳିକା ନବରଙ୍ଗପୁର/ ଉମରକୋଟ ଉପସ୍ଥିତ ଥିଲେ।ଜରୁରୀ କାଳୀନ ଅଧିକାରୀ ଗୀତାଞ୍ଜଳି ବେହେରା ଏଯେଣ୍ଡା ଅନୁଯାୟୀ ବିଭିନ୍ନ ବିଭାଗୀୟ ପଦକ୍ଷେପ ଉପରେ ପାଠ କରିଥିଲେ। ଜିଲ୍ଲାପାଳ ବୈଠକରେ ସମ୍ଭାବ୍ୟ ବାତ୍ୟା,ବନ୍ୟା ପାଇଁ ନିଆ ଯାଉଥିବା ସତର୍କତା ମୂଳକ ପଦକ୍ଷେପ, ଖାଦ୍ୟ ସାମଗ୍ରୀ ମହଜୁଦ ରଖିବା,ବନ୍ୟା ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା,ନୋଡାଲ ଅଧିକାରୀଙ୍କୁ ବନ୍ୟା ଅଞ୍ଚଳର ଦାୟିତ୍ଵ, ନିୟନ୍ତ୍ରଣ କକ୍ଷ ସ୍ଥାପନ,ବନ୍ୟା କିମ୍ବା ବାତ୍ୟାରେ ରାସ୍ତା ନଷ୍ଟ,ଗଛ ପଡ଼ି ରାସ୍ତା ଅବରୋଧ ହଟାଇବା ପାଇଁ ସୁବ୍ୟବସ୍ଥା କରିବା,ପାଣିପାଗ ରିପୋର୍ଟ, ଚେତାବନୀ,ବନ୍ୟା ବୁଲେଟିନ କୁ ପ୍ରଚାର ପ୍ରସାର କରିବା,ଟେଲିଫୋନ ଓ ବିଦ୍ୟୁତ୍ ସରାବରାହ ପାଇଁ ପଦକ୍ଷେପ, ନିରା ପଦ ପାନୀୟ ଜଳ ଯୋଗାଣ,ସ୍ଵାସ୍ଥ୍ୟ ଓ ପରିମଳ,ପ୍ରାଣୀ ଚିକିତ୍ସା,କୃଷି ଜନିତ ସମସ୍ୟା,ଆଶ୍ରୟ ସ୍ଥଳୀରେ ସମସ୍ତ ସୁବ୍ୟବସ୍ଥା,ଜଳମଗ୍ନ ସମ୍ଭାବନା ଥିବା ତଳିଆ ଅଞ୍ଚଳ ଚିହ୍ନଟ,ଆଗୁଆ ସ୍ଥାନାନ୍ତର ଯୋଜନା, ସ୍ଵାସ୍ଥ୍ୟ କେନ୍ଦ୍ର ରେ ସମସ୍ତ ସୁବ୍ୟବସ୍ଥା,ଓଡରାଫ ଟିମ୍,ଅଗ୍ନିଶ୍ରମ ବାହିନୀ ମୃତୟନ, ବିପର୍ଯ୍ୟୟ ପରେ ବିଦ୍ୟୁତ୍,ଟେଲିଫୋନ ସଂଯୋଗିକରଣ, ରାସ୍ତାର ପୁନରୁଦ୍ଧାର,ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ସରକାରୀ, ବେସରକାରୀ ଅନୁଷ୍ଠାନ ସହ ସମସ୍ତଙ୍କ ସଂପୃକ୍ତି, ବିପର୍ଯ୍ୟୟ ଦ୍ଵାରା ପ୍ରଭାବିତ ବ୍ୟକ୍ତିଙ୍କୁ ଆଶ୍ରୟ,ଖାଦ୍ୟ,ପାଣି,ପରିମଳ, ଚିକିତ୍ସା ର ବ୍ୟବସ୍ତା,ଆବଶ୍ୟକ ସ୍ଥଳେ ରନ୍ଧା ଖାଦ୍ୟ ର ବ୍ୟବସ୍ଥା କୁ ସୁନିଶ୍ଚିତ କରାଇବାକୁ ଓ ସଫଳ ମୁକାବିଲା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ପ୍ରତ୍ୟେକ ବ୍ଲକ ରେ ବିଦ୍ୟାଳୟ ମାନଙ୍କରେ ଆଶ୍ରୟ ସ୍ଥଳୀ ସହ ଯଥେଷ୍ଟ ପରିମାଣ ର ଜେସିବି, ଟ୍ରାକ୍ଟର, ବାଲି ବସ୍ତା ଓ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀ ମହଜୁଦ କରାଯାଇଛି। ଗତ ୨୬ ଅକ୍ଟୋବର ରୁ ୩୦ ଅକ୍ଟୋବର ପର୍ଯ୍ୟନ୍ତ ସରକାରୀ କର୍ମଚାରୀ ଙ୍କ ଛୁଟି ବାତିଲ କରାଯାଇଛି।ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଆସନ୍ତା ୨୮ ତାରିଖ ରୁ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବିବେକାନନ୍ଦ ହାଇସ୍କୁଲରେ ଇଣ୍ଟରାକ୍ଟ କ୍ଲବ୍ ର ସ୍ଥାପନା ସହ ଗୁରୁଦିବସ ପାଳନ

Sunil Chandra Nayak

ଦେଶୀବେହେରା ସାହିସ୍ଥ ବିଜେ ଲକ୍ଷ୍ମୀ ନାରାୟଣ ମନ୍ଦିରରେ ଗିରି ଗୋବର୍ଦ୍ଧନ ମହୋତ୍ସବ

masiha

ଅବସରପ୍ରାପ୍ତ କର୍ମଚାରୀ ସଂଘର କାର୍ଯ୍ୟକାରୀ ବୈଠକ 

Leave a Comment

error: Content is protected !!