ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଦ ବନ୍ଦ ଦାବିରେ ଅଣ୍ଟା ଭିଡ଼ିଲେ ଶତାଧିକ ମହିଳା ରାସ୍ତାରେ ଲକ୍ଷାଧିକ ଟଙ୍କାର ମଦ ବୋତଲ ଭାଙ୍ଗିଲେ, ଥାନାରେ ଅଭିଯୋଗ

ମଦ ବନ୍ଦ ଦାବିରେ ଅଣ୍ଟା ଭିଡ଼ିଲେ ଶତାଧିକ ମହିଳା

ରାସ୍ତାରେ ଲକ୍ଷାଧିକ ଟଙ୍କାର ମଦ ବୋତଲ ଭାଙ୍ଗିଲେ, ଥାନାରେ ଅଭିଯୋଗ

ଝରିଗାଁ, ୧୪/୮: ଗ୍ରାମରେ ଦେଶୀ ଓ ବିଦେଶୀ ମଦ ବିକ୍ରି ଏବଂ ପାନ ବନ୍ଦ ଦାବିରେ ଅଣ୍ଟା ଭିଡ଼ିଛନ୍ତି ଶତାଧିକ ମହିଳା। ମଦ ଯୋଗୁଁ ପରିବାରରେ ଅଶାନ୍ତି, ହିଂସା, ଅର୍ଥହାନୀ ସହ ଯୁବପିଢ଼ି ଉପରେ ପଡୁଥିବା କୁପ୍ରଭାବକୁ ନେଇ ଚକଲାପଦର ପଞ୍ଚାୟତ ଅଞ୍ଚଳର ମହିଳାମାନେ ଏଭଳି ଦୃଢ଼ ପଦକ୍ଷେପ ନେଇଛନ୍ତି।

ଚକଲାପଦର ପଞ୍ଚାୟତ ସଦର ସମେତ ହଳଦୀଗୁଣ୍ଡି, କଙ୍ଗରା ଓ ହରଡ଼ାପଡ଼ା ଗ୍ରାମର ଶତାଧିକ ମହିଳା ଏକାଠି ହୋଇ ରାସ୍ତା ଉପରେ ମଦ ବୋତଲ ଓ ପାଉଚ୍‌ ଏକତ୍ର କରି ଭାଙ୍ଗିଥିଲେ। ଏଥିସହ ଗ୍ରାମକୁ ନିଶାମୁକ୍ତ କରିବା ପାଇଁ ସାମୂହିକ ଭାବେ ନିଷ୍ପତ୍ତି ନେଇଛନ୍ତି।

ମହିଳାମାନଙ୍କ ଅଭିଯୋଗ ଅନୁଯାୟୀ, ନିଶା ସେବନ ଯୋଗୁଁ ବିଶେଷକରି ଯୁବଗୋଷ୍ଠୀ ନିଜର ବହୁମୂଲ୍ୟ ସମୟ ଓ ଅର୍ଥ ନଷ୍ଟ କରି ପଥଭ୍ରଷ୍ଟ ହେଉଛନ୍ତି। ମଦ ପାଇଁ ଅନେକ ପରିବାରରେ ଅଶାନ୍ତି ଓ ହିଂସାତ୍ମକ ଘଟଣା ଘଟୁଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି।

ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ଝରିଗାଁ ଥାନାରେ ମଦ ବିକ୍ରି ବନ୍ଦ କରିବା ପାଇଁ ଲିଖିତ ଅଭିଯୋଗ ମଧ୍ୟ କରାଯାଇଛି। ଦୀର୍ଘଦିନ ଧରି ମଦ ବିରୋଧରେ ଅଭିଯୋଗ ଓ ପ୍ରତିବାଦ ହୋଇଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଆଶାନୁରୂପ ପଦକ୍ଷେପ ନିଆଯାଇନଥିବା ମହିଳାମାନେ କହିଛନ୍ତି।

ସେମାନଙ୍କ ଅଭିଯୋଗ ଅନୁସାରେ, ଚକଲାପଦର ପଞ୍ଚାୟତ ସଦରଠାରୁ ପ୍ରାୟ ୮ କିମି ଦୂର ଚଚା ଗ୍ରାମରେ ଦେଶୀ ମଦ ଭାଟି ରହିଛି। ଏହାଛଡ଼ା ପ୍ରାୟ ୧୯ କିମି ଦୂର ଝରିଗାଁ ବ୍ଲକ ସଦରରେ ବିଦେଶୀ ମଦ ଦୋକାନ ଓ ବାର ରହିଛି। ଏସବୁ ସ୍ଥାନରୁ ପିକ୍‌ଅପ୍‌ ଓ ବାଇକ୍‌ ଯୋଗେ ବ୍ଲକର ସୀମାନ୍ତ ତଥା ଆଭ୍ୟନ୍ତରୀଣ ଗ୍ରାମଗୁଡ଼ିକୁ ଦେଶୀ ଓ ବିଦେଶୀ ମଦ ପହଞ୍ଚୁଥିବା ଅଭିଯୋଗ ହୋଇଛି।

ଗ୍ରାମରେ ମଦ ବିକ୍ରି ବନ୍ଦ ପାଇଁ ପ୍ରଥମେ ପରିବାର ଓ ପରେ ଗ୍ରାମବାସୀଙ୍କ ସାମୂହିକ ବୈଠକ କରାଯାଇଥିଲା। ସୁସ୍ଥ ଓ ନିଶାମୁକ୍ତ ସମାଜ ଗଠନ ପାଇଁ ମହିଳାଙ୍କ ଭୂମିକା ଅଧିକ ବୋଲି ୱାର୍ଡମେମ୍ବର ପ୍ରମିଳା ପୂଜାରୀଙ୍କ ସମେତ ଉର୍ବଶୀ ପୂଜାରୀ, ଜନେକ ଦଳପତି, ଶ୍ରୀମତୀ ପୂଜାରୀ, ବୈଦି ପୂଜାରୀ, ଅଳୟ ନାୟକ, ଡାଳିମ୍ବ ପୂଜାରୀ, କମଳା ପୂଜାରୀ ଓ ଯମୁନା ପୂଜାରୀ ପ୍ରମୁଖ କହିଛନ୍ତି।

ଝରିଗାଁ ରୁ ଗଣେଶ ଛତ୍ରିଆ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଅବସରପ୍ରାପ୍ତ ଶିକ୍ଷକ ଙ୍କୁ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା 

masiha

ରାଜସ୍ବ ଆଦାୟରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ଜିଲ୍ଲାପାଙ୍କ ଦ୍ୱାରା ପୁରସ୍କୃତ

Sunil Chandra Nayak

ଷୋଳଘର କ୍ଲଷ୍ଟର ରେ ସରକାରୀ ବିଦ୍ୟାଳୟ ମୁହାଁ ହେବେ ୫ ରୁ ୧୮ ବୟସର ପିଲା

Sunil Chandra Nayak

Leave a Comment

error: Content is protected !!