ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଗନ୍ନାଥ ମନ୍ଦିରରେ ଗାୟତ୍ରୀ ଯଜ୍ଞ ଓ ଗୀତାପାଠ

ନର୍ଲା (ମନିସ) ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ଅଖିଳ ଭାରତୀୟ ଗାୟତ୍ରୀ ପରିବାର ନର୍ଲା ବ୍ଲକ୍ ତରଫରୁ ନର୍ଲା ଜଗନ୍ନାଥ ମନ୍ଦିର ପରିସରରେ ଗୁରୁ ପୂର୍ଣିମା ପର୍ବ ତଥା ଏକ କୁଣ୍ଡିଅ ଗାୟତ୍ରୀ ମହାଯଜ୍ଞ, ଗୁରୁ ଗୀତା ପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଉକ୍ତ ଯଜ୍ଞ କର୍ମକୁ ଶ୍ରୀଯୁକ୍ତ ଅଶୋକ ପେଣ୍ଠୋଇ, ଶ୍ରୀଯୁକ୍ତ ଗଣେଶ ଚନ୍ଦ୍ର ପୃଷ୍ଟି ଏବଂ ପ୍ରଜ୍ଞାପୁତ୍ରି ସୁଶ୍ରୀ ପୂର୍ଣ୍ଣିମା ଭଉଣୀ ସଞ୍ଚାଳନ କରିଥିଲେ । ଏହି ଶୁଭ ଅବସରରେ ପରମ ପୂଜ୍ୟ ଗୁରୁଦେବ ଶ୍ରୀରାମ ଶର୍ମା ଆଚାର୍ଯ୍ୟଙ୍କ ଦ୍ଵାରା ଶାନ୍ତିକୁଞ୍ଜ ହରିଦ୍ଵାରରୁ ଆରମ୍ଭ କରାଯାଇଥିବା ବୃକ୍ଷଗଙ୍ଗା ଅଭିଯାନକୁ ନର୍ଲା ବ୍ଲକ୍ ଗାୟତ୍ରୀ ପରିବାର ତରଫରୁ ନର୍ଲା ଅଞ୍ଚଳରେ ଶୁଭାରମ୍ଭ କରି ନର୍ଲା ଶିଶୁ ମନ୍ଦିର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରା ଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ବ୍ଲକ୍ ଅନ୍ତର୍ଗତ ୨୦ ଖଣ୍ଡ ଗ୍ରାମର ୧୧୫ ଗାୟତ୍ରୀ ପରିବାରର ସମସ୍ତ ପରିଜନ ଅଂଶ ଗ୍ରହଣ କରି ଥିଲେ । ଯଜ୍ଞ କର୍ମ ସମାପ୍ତ ହେବା ପରେ ଜିଲ୍ଲା ଗାୟତ୍ରୀ ପରିବାର ମୁଖ୍ୟ ସଂଯୋଜକ ଶ୍ରୀଯୁକ୍ତ ତପନ କୁମାର ସାହୁ, ଗାୟତ୍ରୀ ପରିବାର ବରିଷ୍ଠ କାର୍ଯ୍ୟକର୍ତା ଶ୍ରୀଯୁକ୍ତ ମେଦିନୀ ଧର ଜାନି, ଶ୍ରୀଯୁକ୍ତ ଚକ୍ରଧର ସାହୁ,ନର୍ଲା ଗାୟତ୍ରୀ ପ୍ରଜ୍ଞା ମଣ୍ଡଳର ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ଉପସ୍ଥିତ ଥିବା ସମସ୍ତ ଗାୟତ୍ରୀ ପରିବାର ପରିଜନଙ୍କ ସହମତିରେ ପୁରାତନ ବ୍ଲକ କମିଟିକୁ ବଦଳାଇ ବ୍ଲକ ମୁଖ୍ୟ ସଂଯୋଜକ ଭାବରେ ଶ୍ରୀଯୁକ୍ତ ଅନିଲ କୁମାର ଅଗ୍ରୱାଲ (ହଡୋଦିଆ), ସହ ସଂଯୋଜକ ତୀର୍ଥ ବୁଦ୍ଧିଆ, ଅଫିସ ଇନଚାର୍ଜ ଶ୍ରୀଯୁକ୍ତ ବିକ୍ରମ ଗଉଡ, ଯୁବା ପ୍ରକୋଷ୍ଠ ମୁଖ୍ୟ ଶ୍ରୀଯୁକ୍ତ ଗଣେଶ ଚନ୍ଦ୍ର ପୃଷ୍ଟି, ନାରୀ ଜାଗରଣ ମୁଖ୍ୟ ଶ୍ରୀମତୀ ସୁଷମା ପୁଟେଲ, ସଂଗଠନ ମୁଖ୍ୟ ପ୍ରମୋଦ କୁମାର ବେହେରା, କେସିଅର୍ ଜୟନ୍ତ ଦାସ ଭାରତୀୟ ଜ୍ଞାନ ପରୀକ୍ଷା ମୁଖ୍ୟ ପ୍ରହଲ୍ଲାଦ ବିଶ୍ଵାଳ, ମିଡିଆ ପ୍ରଭାରୀ ନିକୁଞ୍ଜ କୁମାର ଦତ୍ତା, ଯୁବା ପ୍ରକୋଷ୍ଠ ସହଯୋଗୀ ଶୁକଦେବ ସାହୁ, ସଂଗଠନ ସହଯୋଗୀ ମହେଶ୍ଵର ମାଝୀ ଙ୍କୁ ଚୟନ କରି ନୂତନ ବ୍ଲକ କମିଟି ଗଠନ କରା ଯାଇଥିଲା ।ସବାଶେଷରେ ଶାନ୍ତି ପାଠ ସହ ଉକ୍ତ କାର୍ଯ୍ୟକ୍ରମ ସମାପନ ହୋଇଥିଲା।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ବିଶୋଇ ରେ କାଳବୈଶାଖୀ ବିତ୍ପାତ; ଜଣେ ମୃତ,୮ ଗୁରୁତର,୪୦ ଉର୍ଦ୍ଧ ଆହତ,ଶତାଧିକ ଗୃହ ନଷ୍ଟ ଓ ଵହୁ ଗୃହପାଳିତ ପଶୁ ମୃତ ଓ ଆହତ , ପ୍ରଶାସନିକ ସହାୟତା ପାଇଁ ଖଡମଵେଡାରେ ୪୯ ନମ୍ବର ଜାତୀୟ ରାଜପଥ ରାସ୍ତାରୋକ

masiha

୨୬ପର୍ଯ୍ୟଟକଙ୍କ ହତ୍ୟା ପ୍ରତିବାଦରେ କ୍ୟାଣ୍ଡେଲ ଶୋଭାଯାତ୍ରା

masiha

ଓଡ଼ିଆ ସାହିତ୍ୟ ସଂସଦ ପକ୍ଷରୁ ଗୁରୁ ଦିବସ ଉପଲକ୍ଷେ କବିତା ପାଠୋତ୍ସବ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!