ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ସରକାରୀ କଣ୍ଟ୍ରାକ୍ଟର ଆସୋସିଏସନର ପ୍ରଥମ ସାଧାରଣ ବୈଠକ

ରାଉରକେଲା ସରକାରୀ କଣ୍ଟ୍ରାକ୍ଟର ଆସୋସିଏସନର ପ୍ରଥମ ସାଧାରଣ ବୈଠକ

ରାଉରକେଲା ୭/୮, ନବଗଠିତ ରାଉରକେଲା ସରକାରୀ କଣ୍ଟ୍ରାକ୍ଟର ଆସୋସିଏସନର ପ୍ରଥମ ସାଧାରଣ ବୈଠକ ଆଜି ରାଉରକେଲାର ବ୍ରାହ୍ମଣୀ କ୍ଲବ ଠାରେ ଆୟୋଜିତ ହୋଇଯାଇଛି। ଏହି ନବଗଠିତ ରାଉରକେଲା ସରକାରୀ କଣ୍ଟ୍ରାକ୍ଟର ଆସୋସିଏସନର ପ୍ରଥମ ସାଧାରଣ ବୈଠକରେ ରାଉରକେଲା ସମେତ ବଣେଇ, ରାଜଗାଙ୍ଗପୁର, ବୀରମିତ୍ରପୁର ଏବଂ ସୁନ୍ଦରଗଡ଼ ଅଞ୍ଚଳର ୬୦୦ରୁ ଉର୍ଦ୍ଧ୍ବ ସରକାରୀ ଠିକାଦାର ଏହି ପ୍ରଥମ ସାଧାରଣ ବୈଠକରେ ଯୋଗଦେଇଥିଲେ।

       ଏହି ବୈଠକରେ ଅତିଥି ଭାବରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ବଣେଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ରାଜଗାଙ୍ଗପୁର ବିଧାୟକ ଡ଼ାକ୍ତର ରାଜନ ଏକ୍କା, ବୀରମିତ୍ରପୁର ବିଧାୟକ ରୋହିତ ଯୋଶେଫ ତିର୍କୀଙ୍କ ସମେତ ସିପିଆଇଏମ୍ ଜିଲ୍ଲା ସମ୍ପାଦକ ପ୍ରମୋଦ ସାମଲ ଏବଂ ଉପଦେଷ୍ଟା ପ୍ରମୋଦ ପ୍ରଧାନ ଯୋଗଦେଇ କହିଥିଲେ ଯେ ରାଉରକେଲା ସରକାରୀ କଣ୍ଟ୍ରାକ୍ଟର ଆସୋସିଏସନ୍ ଗଠନ ଦ୍ବାରା ରାଉରକେଲା ତଥା ଜିଲ୍ଲାର ସ୍ବାର୍ଥ ରକ୍ଷା ହେବା ସହିତ ଜିଲ୍ଲା ବାହାରର କଣ୍ଟ୍ରାକ୍ଟରଙ୍କ ଦ୍ବାରା ୧୫ ପ୍ରତିଶତରୁ ଉର୍ଦ୍ଧ୍ବ ପିସି କାରବାରକୁ ରୋକାଯାଇ ପାରିବ। ଜିଲ୍ଲାର ଉନ୍ନତିମୂଳକ କାର୍ଯ୍ୟ ଭଲ ଭାବରେ ହେବା ସହ ଶୂନ୍ଯ ପ୍ରତିଶତରେ ସମସ୍ତ ସରକାରୀ ଉନ୍ନୟନ କାର୍ଯ୍ୟ ହୋଇପାରିବ।

     ରାଉରକେଲା ବିଧାୟକ ସାରଦା ପ୍ରସାଦ ରାଉରକେଲା ସରକାରୀ ଠିକାଦାର ସଂଘକୁ ପ୍ରଶଂସା କରିବା ସହିତ ଜିଲ୍ଲାର ଉନ୍ନୟନମୂଳକ କାର୍ଯ୍ୟରେ ବାହାର ଠିକାଦାରଙ୍କ ପ୍ରବେଶ ଓ ଖରାପ କାର୍ଯ୍ୟକୁ ଘୋର ବିରୋଧ କରିଥିଲେ। ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ରାଉରକେଲା ସରକାରୀ କଣ୍ଟ୍ରାକ୍ଟର ସଂଘରେ ଜିଲ୍ଲାର ସମସ୍ତ ଠିକାଦାର ଥିବାରୁ ଏହାକୁ ପ୍ରଶଂସା କରିବା ସହିତ ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ଯେପରି ରକ୍ଷା କରାଯାଇପାରିବ, ସେଥିପ୍ରତି ଧ୍ୟାନ ରଖିବାକୁ ଆହ୍ଵାନ ଦେଇଥିଲେ। ରାଜଗାଙ୍ଗପୁର ବିଧାୟକ ଡ଼ାକ୍ତର ରାଜନ ଏକ୍କା ତାଙ୍କ ବକ୍ତବ୍ୟରେ ସୁନ୍ଦରଗଡ଼ରେ ଏକ ଠିକାଦାର ସଂଘ ରହିଥିବାରୁ ସେମାନଙ୍କ ସହ ମିଳିତ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ବୀରମିତ୍ରପୁର ବିଧାୟକ ରୋହିତ ଯୋଶେଫ ତିର୍କୀ ରାଉରକେଲା ସରକାରୀ କଣ୍ଟ୍ରାକ୍ଟର ଆସୋସିଏସନକୁ ପ୍ରଶଂସା କରିବା ସହିତ ଏଥିରେ ବିଭୀଷଣ ସାଜି କୌଣସି ଠିକାଦାର ଯେପରି କାର୍ଯ୍ୟ ନକରେ ସେଥିପ୍ରତି ସତର୍କ ରହିବା ପାଇଁ ଆହ୍ବାନ ଦେଇଥିଲେ। ସିପିଆଇଏମ୍ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୋଦ ସାମଲ ତାଙ୍କ ବକ୍ତବ୍ୟରେ ଶ୍ରମିକଙ୍କ ସ୍ବାର୍ଥକୁ ଆଗରେ ରଖି କାର୍ଯ୍ୟ କରିବା ସହିତ ଜିଲ୍ଲା ବାହାରର ଠିକାଦାରଙ୍କୁ କିପରି ବିରୋଧ କରାଯାଇପାରିବ ଏବଂ ସେମାନେ ପିସି ଦେଇ କିପରି କାମ କରିପାରିବେ ନାହିଁ, ତାହା ଆସୋସିଏସନର ଆହ୍ବାନ ରହିବ ବୋଲି କହିଥିଲେ। ଉପଦେଷ୍ଟା ଶ୍ରୀ ପ୍ରଧାନ କଣ୍ଟ୍ରାକ୍ଟର ଙ୍କ ମଧ୍ୟରେ ଐକ୍ୟବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ।

      ରାଉରକେଲା ସରକାରୀ କଣ୍ଟ୍ରାକ୍ଟର ଆସୋସିଏସନର ପ୍ରଥମ ସାଧାରଣ ବୈଠକରେ ଆଜି ପ୍ରଥମେ ଅତିଥି ତଥା ପୃଷ୍ଠପୋଷକମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ବଳନ କରାଯାଇ କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା। ବୈଠକରେ ମଞ୍ଚ ସଞ୍ଚାଳନ କରିଥିଲେ ଆବାହକ ବିଜୟ କୁମାର ପ୍ରଧାନ। ସଭାପତି ଭାବେ ତାପସ କୁମାର ଆଚାର୍ଯ୍ୟଙ୍କୁ ମନୋନୀତ କରାଯାଇଥିଲା ବେଳେ ଉପସଭାପତି ଭାବରେ ରମେଶ ଜେନା ଏବଂ ୟଜ୍ଞ ନାରାୟଣ ପୃଷ୍ଟି, ସାଧାରଣ ସମ୍ପାଦକ ଭାବେ ପ୍ରତାପ ସାହୁ, ସହସମ୍ପାଦକ ଭାବେ ଅକ୍ଷୟ ମହାପାତ୍ର ଏବଂ ସିଦ୍ଧେଶ୍ଵର ମଲ୍ଲିକ, କୋଷାଧ୍ୟକ୍ଷ ଭାବରେ ବିଭୁ ଭୂଷଣ ବେହୁରିଆ ଏବଂ ସହ କୋଷାଧ୍ୟକ୍ଷ ଭାବେ ସୂର୍ଯ୍ୟକାନ୍ତ ମିଶ୍ରଙ୍କୁ ମନୋନୀତ ନେ କରାଯାଇଛି। କାର୍ଯ୍ୟକ୍ରମ ପରିଚାଳନା ରେ ନରୋତ୍ତମ ସାମଲ,ମାଧବ ସାହୁ,ବୁଲୁ ନାୟକ,ପ୍ରତୀକ ଭୂୟାଁ, ରଞ୍ଜନ ସିଂ, ରଞ୍ଜିତ ବିଶ୍ବାଳ,ମାନସ ଦାସ, ଉତ୍କଳ ବିଶ୍ବାଳ, ଅବିନାଶ ପଣ୍ଡା, ଭବାନୀ ଶଙ୍କର ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ନୀଳକଣ୍ଠ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ହସ୍ତକ୍ଷେପରୁ ବୃଦ୍ଧାଙ୍କୁ ମିଳିଲା ପଡ଼ି କାର୍ଡ ଓ ବାର୍ଦ୍ଧକ୍ୟଭତ୍ତା

masiha

ଉତ୍କଳ ଆଲୁମିନା ପକ୍ଷରୁ ରୋଷ୍ଟେଡ ମାଣ୍ଡିଆ ୟୁନିଟ୍ ଉଦଘାଟିତ . ମାଣ୍ଡିଆ ପ୍ରକ୍ରିାକରଣ ଜରିଆରେ ମହିଳା ହେବେ ସ୍ବାବଲମ୍ବୀ 

Sunil Chandra Nayak

ଉର୍ବଶୀ ସାହୁ ଙ୍କ ଅକାଳ ବିୟୋଗ 

masiha

Leave a Comment

error: Content is protected !!