ରାସାୟନିକ ସଙ୍କଟ ପରବର୍ତ୍ତୀ ପରିଚାଳନାକୁ ନେଇ ବୈଠକ
ସୁନ୍ଦରଗଡ ୭/୮, କୌଣସି ପ୍ରକାର ଶିଳ୍ପଜନିତ କାର୍ଯ୍ୟକଳାପ ହେତୁ ଉତ୍ପନ୍ନ ହେଉଥିବା ବଡ଼ ଧରଣର ଦୁର୍ଘଟଣାକୁ ପ୍ରତିରୋଧ କରିବା, ଉଭୟ ମଣିଷ ଓ ପରିବେଶ ଉପରେ ଏପରି ଦୁର୍ଘଟଣାର ପ୍ରଭାବକୁ ସୀମାବଦ୍ଧ କରିବା ଏବଂ ବିଭିନ୍ନ ନିୟନ୍ତ୍ରଣ ଉପାୟ ମଧ୍ୟରେ ତାଳମେଳ ରକ୍ଷା କରିବା ପାଇଁ ମଙ୍ଗଳବାର ଦିନ ଏକ ଜିଲ୍ଲାସ୍ତରୀୟ ରାସାୟନିକ ସଙ୍କଟ ପରବର୍ତ୍ତୀ ପରିଚାଳନା (ଡିଷ୍ଟ୍ରିକ୍ଟ କ୍ରାଇସିସ୍ ଗ୍ରୁପ୍ : ଡିସିଜି) ବୈଠକ ସୁନ୍ଦରଗଡରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ନିମିତ୍ତ ବିସ୍ତୃତ ଅଫ୍-ସାଇଟ୍ ଏମରଜେନ୍ସି ପ୍ଲାନ୍ (ଶିଳ୍ପାନୁଷ୍ଠାନ ପରିସର ବାହାର ଆପାତ୍କାଳୀନ ଯୋଜନା) ଏବଂ ଜିଲ୍ଲାର ଡିଜାଷ୍ଟର ମ୍ୟାନେଜ୍ମେଣ୍ଟ୍ କଣ୍ଟ୍ରୋଲ ପ୍ଲାନ୍ସର ପ୍ରସ୍ତୁତି ଓ ତାହାକୁ ପ୍ରବର୍ତ୍ତନ କରିବାରେ ଜୋର୍ ଦେବାକୁ କୁହାଯାଇଥିଲା । ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଭବନ ଠାରେ ରାସାୟନିକ ସଙ୍କଟ, ପରବର୍ତ୍ତୀ ପରିଚାଳନା ବୈଠକ ଅତିରିକ୍ତ ଜିଲ୍ଲାପାଳ ସୂରଜ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତା ଏବଂ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଅଭିମନ୍ୟୁ ମାଝିଙ୍କ ଉପସ୍ଥିତିରେ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ, କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟ, ରାଉରକେଲା ଡିଭିଜନ୍ର ମିଳିତ ଆନୁକୂଲ୍ୟରେ ରାସାୟନିକ ବିପଦ ଉପୁଜିଲେ ତତ୍ପରବର୍ତ୍ତୀ ପରିଚାଳନା ନିମନ୍ତେ ଆଲୋଚନା କରାଯାଇଥିଲା । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବଡ଼ ଧରଣର ଦୁର୍ଘଟଣା ଆଶଙ୍କାଥିବା କାରଖାନା ଏବଂ ବିପଜ୍ଜନକ ପଦାର୍ଥ ପ୍ରସ୍ତୁତ କରୁଥିବା କାରଖାନାଗୁଡ଼ିକରେ ସମସ୍ତ ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିବା ସହିତ ଆପତ୍କାଳ ସମୟରେ ଜିଲ୍ଲା ପ୍ରଶାସନ, ଅଗ୍ନିଶମ ବିଭାଗ, ପୁଲିସ୍, ସ୍ବାସ୍ଥ୍ୟ ବିଭାଗ ଓ କାରଖାନା ଓ ବାଷ୍ପିତ୍ର ବିଭାଗ ମଧ୍ୟରେ ସମନ୍ୱୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଫ୍ୟାକ୍ଟୋରି ଓ ବଏଲର ବିଭାଗ ଉପ-ନିର୍ଦ୍ଦେଶକ ବିଭୁ ପ୍ରସାଦ ଶିଳ୍ପାନୁଷ୍ଠାନ ସହ ଜଡ଼ିତ ସମ୍ଭାବ୍ୟ ବିପଦ ତଥା ସେମାନଙ୍କ ପକ୍ଷରୁ ନିଆଯାଇଥିବା ଉପାୟଗୁଡ଼ିକ ଉପରେ ଆଲୋଚନା କରିଥିଲେ।ସହ ନିର୍ଦ୍ଦେଶକ ଶୁଭେନ୍ଦୁ ଶେଖର ରାଉତ, ସ୍ବରାଜ କୁମାର ତ୍ରିପାଠୀ କାରଖାନାଗୁଡ଼ିକର ବିହଙ୍ଗାବଲୋଚନ ଏବଂ ଡିଷ୍ଟ୍ରିକ୍ଟ କ୍ରାଏସିସ୍ ଗ୍ରୁପ୍ର କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରାଯାଇଥିଲା । ପରେ ରାଉରକେଲା ଇସ୍ପାତ କାରଖାନା ଏବଂ ଡାଲମିଆ ସିମେଣ୍ଟର ପ୍ରତିନିଧିଙ୍କ ପକ୍ଷରୁ ସେମାନେ ଚଳାଉଥିବା ପ୍ରକ୍ରିୟା, ଉପୁଜୁଥିବା ବିପଦ, ତାହାର ପ୍ରତିକାର ଏବଂ ନିରାକରଣ ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପମାନ ଉପସ୍ଥାପନ କରିଥିଲେ । ଆଲୋଚନା ଉପରେ ଆଧାର କରି, ଅଧ୍ୟକ୍ଷଙ୍କ ନିର୍ଦ୍ଦେଶକ୍ରମେ ସୁରକ୍ଷାର ଉନ୍ନତି କଳ୍ପେ ଅଧିକ ବ୍ୟବସ୍ଥା ସ୍ବରୂପ ଏକ ରୋଡମ୍ୟାପ୍ ପ୍ରସ୍ତୁତି ବିଷୟରେ ଆଲୋଚନା କରାଯାଇଥିଲା। ସୁନ୍ଦରଗଡ଼ ଜିଲ୍ଲାରେ ପୂର୍ଣ୍ଣାଙ୍ଗ କାର୍ଯ୍ୟକ୍ଷମ କିନ୍ତୁ ବଡ଼ଧରଣର ଦୁର୍ଘଟଣା ଆଶଙ୍କା କରାଯାଉଥିବା କାରଖାନାର ସୁରକ୍ଷା ସମ୍ବନ୍ଧୀୟ ସୂଚନା ଏବଂ ରାସାୟନିକ ପଦାର୍ଥ ଭଣ୍ଡାରଣ ମାତ୍ରାକୁ ଜିଲ୍ଲା ପ୍ରଶାସନର ସରକାରୀ ୱେବସାଇଟ୍ରେ ଶେୟାର କରିବାକୁ କୁହାଯାଇଥିଲା । ନିୟମିତ ଅନସାଇଟ୍ ଓ ଅଫ୍ ସାଇଟ୍ ମକ୍ ଡ୍ରିଲର ଆୟୋଜନ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ତ୍ରିଲରେ ଡିଷ୍ଟ୍ରିକ୍ଟ କ୍ରାଏସିସ୍ ଗ୍ରୁପ୍, ଜରୁରୀ ସେବା ସଂସ୍ଥା ଓ ସ୍ଥାନୀୟ ପ୍ରଶାସନ ସମେତ ସମସ୍ତ ସମ୍ପୃକ୍ତ ହିତାଧିକାରୀଙ୍କ ସହଭାଗିତ ଅତ୍ୟାବଶ୍ୟକ । ଏପରି ମକ୍ ଡ୍ରିଲ୍ ଦ୍ବାରା ଆପଦକାଳର ସେବା ପଦ୍ଧତି, ଦୁର୍ଘଟଣା ପରବର୍ତ୍ତୀ ପରିଚାଳନା, ଏଜେନ୍ସିମାନଙ୍କ ମଧ୍ୟରେ ସଂଯୋଗ ସୁଦୃଢ କରିବା ଓ ଶିଳ୍ପାନୁଷ୍ଠାନ ଅଞ୍ଚଳର ଦୁର୍ଘଟଣା ପ୍ରସ୍ତୁତିକୁ ଉନ୍ନତ କରିବାରେ ସହାୟକ ହୋଇପାରିବ । କୌଣସି ପରିସ୍ଥିତିରେ ସୁରକ୍ଷା ସହ ଖେଳି ହେବ ନାହିଁ ଏବଂ ଡିସିଜିର ଏକ ଯୁଗ୍ମ କମିଟି ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ବିପଜନକ କାରଖାନା ଏବଂ ବଡଧରଣର ଦୁର୍ଘଟଣା ଆଶଙ୍କା କରାଯାଉଥିବା କାରଖାନା ପରିଦର୍ଶନରେ ଯିବେ ବୋଲି ସ୍ଥିର ହୋଇଥିଲା । ଏହି ବୈଠକରେ ସ୍ବାଗତ ସମ୍ବର୍ଦ୍ଧନା ଗଣେଶ୍ଵର ମାର୍ତି ପ୍ରଦାନ କରିଥିଲେ । ଶ୍ରୀମତୀ ମହେନ୍ଦ୍ର ନାଥ ମୁର୍ମୁ, ଅତିରିକ୍ତ.ଏସ୍.ପି, ଡଃ ଅମର ଦାସ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ରମଣୀ ଭଞ୍ଜନ ଦାସ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଜୟ କୁମାର ବରାଦ, ଅଗ୍ନିଶମ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ପୋଲିସ୍ ବିଭାଗ ଏହି ବୈଠକରେ ଉପସ୍ଥିତ ଥିଲେ । ଜିଲ୍ଲା ଆପାତକାଳୀନ ଅଧିକାରୀ ଶ୍ରୀମତୀ କୋମଲାକ୍ଷୀ ମାରାଣ୍ଡି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଜେଏସ୍ ଡବଲ୍ୟୁ ସିମେଣ୍ଟ, କାଂସବାହାଲ ଲାର୍ସନ ଆଣ୍ଡ ଟ୍ୟୁବ୍ରୋ, ରୁଙ୍ଗଟା ଷ୍ଟିଲ, ଶ୍ରୀ ମହାବୀର ଫେରୋ ଆଣ୍ଡ ଆଲଏଜ, ଆଧୁନିକ ଷ୍ଟିଲ, ଏନ.ଟି.ପି.ସି ଦର୍ଲିପାଲି, ଏନ୍.ଏସ୍.ପି.ସି.ଏଲ୍. ରାଉରକେଲା, ଇଣ୍ଡିଆନ୍ ଡେଟୋନେଟର୍ସ ଲିମିଟେଡ୍, ଲିଣ୍ଡେ ଇଣ୍ଡିଆ ପ୍ରଭୃତି ଶିଳ୍ପାନୁଷ୍ଠାନର ପ୍ରତିନିଧି, ଇଣ୍ଡିଆନ୍ ଅଏଲ, ଗେଲ୍ ଗ୍ୟାସ୍ ପ୍ରଭୃତିର ପ୍ରତିନିଧି ଏହି ବୈଠକରେ ଉପସ୍ଥିତ ଥିଲେ ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

