ଵାସିଙ୍ଗୀ ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ
ମୟୂରଭଞ୍ଜ- ୬/୦୯ ( ମସିହା) ମୟୂରଭଞ୍ଜ ଜିଲ୍ଲାର ଵହଳଦା ବ୍ଳକ ଅନ୍ତର୍ଗତ ବାସିଙ୍ଗୀ ପଞ୍ଚାୟତର ଵସିଙ୍ଗୀ ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ ଶିକ୍ଷକ ଅମର ମହାନ୍ତଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାଵେ ଶୀତଳ କୁମାର ମହାନ୍ତ ଯୋଗ ଦେଇଥିବା ଵେଳେ ମୁଖ୍ୟବକ୍ତା ଭାବେ ଆନନ୍ଦ ମାର୍ଗସଂଘର ଧର୍ମ ପ୍ରଚାରକ ଶରତ ମହାନ୍ତ” ଗୁରୁ”ଶବ୍ଦର ବ୍ୟାଖ୍ୟା କରିବା ସହ ଛାତ୍ରଛାତ୍ରୀ ମାନଙ୍କରଛ ଭବିଷ୍ୟତ ଗଠନ ଓ ଉତ୍ତମ ମଣିଷ ହେବା ପାଇଁ ଗୁରୁ ମାନଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ ।ସମାଜକୁ ଦିଗଦର୍ଶନ ଦେବା ଗୁରୁ ମାନଙ୍କର ଭୂମିକା ଅତୁଳନୀୟ । ସମ୍ମାନୀତ ଅତିଥି ଭାବେ ଶିକ୍ଷକ ସଚିନ୍ଦ୍ରନାଥ ମହାନ୍ତ, ଯୋଗେନ୍ଦ୍ର ନାଥ ମହାନ୍ତ, ସତ୍ୟଜିତ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।ଏହି ଅବସରରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଗୁରୁ ଦକ୍ଷିଣା ସ୍ୱରୂପ ଆମ୍ବ ଗଛ ରୋପଣ କରିଥିଲେ । କାର୍ଯ୍ୟକ୍ରମକୁ ପ୍ରଭୁ ମହାନ୍ତ,ସତ୍ଯନାଥ ମୁର୍ମୁ, ଅଞ୍ଜନା ମୁଣ୍ଡା,ଲୀଜାରାଣୀ ମହାନ୍ତି,ସୁସେଣ ବେହେରା,ଗେହ୍ଲ ମାର୍ଣ୍ଡୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍


