ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତିରିଂରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଦ୍ବାରା ଭାଷୀ ମାଧ୍ଯମରେ ସରକାରୀ ଡିଗ୍ରୀ ମହାବିଦ୍ୟାଳୟ ଉଦଘାଟନ ସମାରୋହ 

ତିରିଂରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଦ୍ବାରା ଭାଷୀ ମାଧ୍ଯମରେ ସରକାରୀ ଡିଗ୍ରୀ ମହାବିଦ୍ୟାଳୟ ଉଦଘାଟନ ସମାରୋହ 

 ମୟୂରଭଞ୍ଜ -୦୯/୦୮ ( ମସିହା)ଆଜି ଅଗଷ୍ଟ ୯ ଐତିହାସିକ କ୍ରାନ୍ତିକାରୀ ଦିବସ । ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ସିମାନ୍ତ ତିରିଂ ବ୍ଳକ ବାସୀଙ୍କ ପାଇଁ ଏକ ଖୁସି ଓ ଆନନ୍ଦର ଖବର । ଏହି ଐତିହାସିକ ଦିବସରେ ତିରିଂ ବ୍ଳକର ଓସ୍ବାନ ସମ୍ମିଳନୀ କକ୍ଷରେ ଏକମାତ୍ର ନୂତନ ସରକାରୀ ଡିଗ୍ରୀ ମହାବିଦ୍ୟାଳୟ ଶୁଭ ଉଦ୍ଘାଟନ ସମାରୋହ ମୁଖ୍ୟ ଅତିଥି ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଦ୍ବାରା ଭାଷୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି ।ଉଚ୍ଚ ଶିକ୍ଷା ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ ପ୍ରାରମ୍ଭିକ ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦାସ, ତିରିଂ ବ୍ଳକ ଅଧ୍ୟକ୍ଷ ଶ୍ରୀ ପରମେଶ୍ବର ସାମାଡ, ତିରିଂ ତହସିଲଦାର ଶ୍ରୀ ସୁଶାନ୍ତ ବେହେରା ତିରିଂ ବ୍ଳକ ବିଡ଼ିଓ ଶ୍ରୀମତୀ ବାସନ୍ତୀ ଲାକ୍ରା,ତିରି କଲେଜ ଅଧ୍ୟକ୍ଷ ଶ୍ରୀ ରବୀନ୍ଦ୍ର ବେହେରା ଅଧ୍ୟାପକ,ଅଧ୍ୟାପିକା,ନୂତନ ଭାବେ ପଂଜିକୃତ ହୋଇଥିବା ୨୪ ଜଣ ଛାତ୍ରଛାତ୍ରୀ ,ତିରିଂ ବ୍ଳକର ଜନପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ରବିନ୍ଦ୍ର କୁମାର ବେହେରା ଚଳିତ ବର୍ଷ ରାଜ୍ୟ ସରକାରଙ୍କ ଦ୍ଵାରା ୧୪ ଟି ନୂତନ ସରକାରୀ ଡିଗ୍ରୀ ମହାବିଦ୍ୟାଳୟର ସମସ୍ତ ଅଧ୍ୟକ୍ଷଙ୍କ ତରଫରୁ ଉଚ୍ଚଶିକ୍ଷାର ବିକାଶ ଓ ଗୁଣାତ୍ମକ ମୂଲ୍ୟବୋଧ ଉପରେ ଆଲୋକପାତ କରିଥିଲେ । ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ କହିଥିଲେ ଶିକ୍ଷା ସମାଜର ପ୍ରଗତିର ଚାବିକାଠି ।ଉପାନ୍ତ ଅଂଚଳରେ ରାଜ୍ୟ ସରକାର ଶିକ୍ଷା, ସ୍ଵାସ୍ଥ୍ୟ ,ଗମନାଗମନ, ବିଜୁଳି, ପାନୀୟ,ଓ ସମୃଦ୍ଧି କୁ ବିଶେଷ ଗୁରୁତ୍ବ ଦେଉଛନ୍ତି ।ସିମାନ୍ତ ତିରିଂ ବ୍ଲକରେ ଦିର୍ଘବର୍ଷ ଧରି ଡିଗ୍ରୀ କଲେଜ ପାଇଁ ଦାବି ଥିଲା ।ଯାହାକି ଆଜି ସାକାର ହୋଇଛି ।ଉପାନ୍ତ ଅଂଚଳର ଛାତ୍ରଛାତ୍ରୀ ମାନେ ନିଶ୍ଚିତ ଭାବରେ ଲାଭ ପାଇପାରିବେ ।ତିରିଂ ଅଂଚଳବାସୀଙ୍କ ତରଫରୁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରାଯାଇଛି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ନର୍ଲା: ୧୨ ଗୋଟି ରୂପାନ୍ତରିଣ ହାଇସ୍କୁଲ ଲୋକାର୍ପିତ

ରାୟଗଡ ଜିଲ୍ଲା ସାଂସ୍କୃତିକ ଲୋକ ମହୋତ୍ସବ “ଚଇତି- ୨୦୨୨” ମିନଝୋଲା ଶୈବ ପୀଠରୁ ଶୁଭାରମ୍ଭ

Sunil Chandra Nayak

ବାଦାମପାହାଡ଼ ଥାନାରେ ଆମ ପୋଲିସ ସମିତି ବୈଠକ

Sunil Chandra Nayak

Leave a Comment

error: Content is protected !!