ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋଟରସାଇକେଲ ଦୁର୍ଘଟଣା ଜଣେ ଗୁରୁତ୍ତର, ଜଣେ ଆହତ 

ମୋଟରସାଇକେଲ ଦୁର୍ଘଟଣା ଜଣେ ଗୁରୁତ୍ତର, ଜଣେ ଆହତ 

ଡାବୁଗାଁ, ୯/୮ (ମ.ନି.ସ.)- ଶୁକ୍ରବାର ରାତ୍ର ୭ ଘ. ରୁ ୮ ଘ. ମଧ୍ୟରେ ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଝରିଗୁଡା ଜଙ୍ଗଲ ମଧ୍ୟରେ ମୋଟରସାଇକେଲ ଦୁର୍ଘଟଣା ଘଟି ଜଣେ ଗୁରୁତ୍ତର ଓ ଜଣେ ଆହତ ହୋଇଛନ୍ତି | ସୂଚନାଯୋଗ୍ୟ:- ପାପଡାହାଣ୍ଡି ବ୍ଲକ ର ମାନିଗାଁ ପଞ୍ଚାୟତ ଅଧୀନ ନୂଆଗୁଡା ଗ୍ରାମର ପରଶୁରାମ ଭତ୍ରା (୨୫) ଓ ମନଧର ଭତ୍ରା (୪୫) କୌଣସି କାମରେ ଆଜି ଅପରାହ୍ନରେ ଝରିଗାଁ ବ୍ଲକ ଅଧୀନ ବକଡାବେଡା ଗ୍ରାମକୁ ଯାଇଥିଲେ | ସେଠାରେ କାମ ସାରି ରାତିରେ ନିଜ ଘରକୁ ମୋଟରସାଇକେଲ ନଂ ଓଡି ୨୪ ଜି ୩୨୩୬ ଯୋଗେ ଫେରୁଥିବା ବେଳେ ଡାବୁଗାଁ – ଉମରକୋଟ ରାଜ୍ୟରାଜପଥ- ୩୯ ଉପରେ ଡାବୁଗାଁ ଥାନା ଅଧୀନ ଝରିଗୁଡା ଜଙ୍ଗଲ ମଧ୍ୟରେ ମୋଟରସାଇକେଲଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛରେ ପିଟି ହୋଇ ଦୁର୍ଘଟଣା ଘଟିଥିଲା | ସେହି ରାସ୍ତାରେ ଯାଉଥିବା ବାଟୋଇ ମାନେ ଦୁର୍ଘଟଣା ଘଟିଥିବା ଦେଖି ଆମ୍ବୁଲାନ୍ସ ଓ ଡାବୁଗାଁ ଅଗ୍ନିସମ କେନ୍ଦ୍ରକୁ ଖବର ଦେଇଥିଲେ | ଖବର ପାଇ ଆମ୍ବୁଲାନ୍ସ ଓ ଅଗ୍ନିସମ ଗାଡି ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ଆହତ ପରଶୁରାମ ଭତ୍ରା ଡାବୁଗାଁରେ ଚିକିତ୍ସିତ ହେଉଥିବା ବେଳେ ମନଧର ଭତ୍ରା ଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି | ଘଟଣାସ୍ଥଳରେ ଡାବୁଗାଁ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି | 

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାମଚନ୍ଦ୍ରପୁର ଓ ମଧୁପୁର ଝାରବନ୍ଧ ପଡା ସ୍କୁଲରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

ଶତାୟୁ ପୁରୁଷ ମହେନ୍ଦ୍ର ସାମଲଙ୍କୁ ସମ୍ବର୍ଦ୍ଧିତ କଲେ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ

ଖଡିଆଶୋଳ ଗ୍ରାମର ପାନୀୟ ଜଳସଂଙ୍କଟ ନେଇ ଗ୍ରାମବାସୀଙ୍କ ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ

masiha

Leave a Comment

error: Content is protected !!