ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀ ଙ୍କ ଯୁଗ୍ମ ଜନ ଶୁଣାଣି ଅନୁଷ୍ଠିତ

ବାଲିଆପାଳ,ଲଙ୍ଗଳେଶ୍ଵର ୧୬/୧ (ମନିସ ) ବାଲିଆପାଳ ବ୍ଲକ ବିଡ଼ିଓ ବିନୋଦ ଚନ୍ଦ୍ର ପଣ୍ଡାଙ୍କ ତତ୍ବାବଧାନରେ ସୋମବାର ବାଲିଆପାଳ ବ୍ଲକ ସଭାଗୃହ ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀ ଙ୍କ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜନ ଶୁଣାଣି ରେ ୭୦୦ ଟି ଅଭିଯୋଗ ପଞ୍ଜୀକରଣ ହୋଇଥିବା ବେଳେ ୬୦୦ଟି ସରକାରଂକ ବିଚାର ଧୀନ ରହିଥିଲା। ଅନ୍ୟ ୧୦୦ରୁ ରେଶନ ବାବଦରେ ୩୦ଟି ସମାଧାନ ହୋଇଯାଇଛି। ଅନ୍ୟ ୭୦ ଟିର ତୁରନ୍ତ ସମାଧାନ ହୋଇଯିବ ବୋଲି ବିଡିଓ ଶ୍ରୀ ପଣ୍ଡା କହିଛନ୍ତି। ଅଭିଯୋଗ ପଞ୍ଜୀକରଣ ରେ ଆବାସ ଯୋଜନା ରେ ସାମିଲ କରାଯିବାପାଇଁ ଅଧିକ ସଂଖ୍ୟା ରେ ଅଭିଯୋଗ ପଞ୍ଜୀକରଣ ହୋଇଥଲା। ତେବେ ବ୍ଲକ ସଭା ଗୃହ ଉପର ମହଲାରେ ଜନ ଶୁଣାଣି ହୋଉଥିବାରୁ ଦିବ୍ୟାଙ୍ଗ ଓ ବୃଦ୍ଧମାନଙ୍କୁ ଯିବା ଆସିବାରେ ଅସୁବିଧା ହେବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଥିଲା ଜିଲ୍ଲାପାଳ ଦତାତ୍ରୟ ଭାଉ ସାହେବ ସିନ୍ଧେ, ଅତିରିକ୍ତ ଆରକ୍ଷୀ ଅଧିକାରୀ ଅମୂଲ୍ୟ କୁମାର ପାଣିଗ୍ରାହୀ,ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଜିଲ୍ଲା ପ୍ରକଳ୍ପ ଅଧିକାରୀ ରବୀନ୍ଦ୍ର ସାହୁ, ସିଡିଏମଓ ଦୁଲ୍ଳାଲ ସେନ ଜଗଦେବ ଉପସ୍ଥିତ ରିହି ଲୋକମାନଙ୍କ ସମସ୍ୟା ର ସମାଧାନ କରିଥିଲେ। ବହୁ ସମସ୍ୟାର ସମାଧାନ ହୋଇନପରବାରୁ ଜିଲ୍ଲାପାଳ ବିଭାଗୀୟପଦାଧିକାରୀଙ୍କ ପାଖକୁ ଆବେଦନ ପାତ୍ର ପଠାଇଦେଇ ସମସ୍ୟା ଗୁଡ଼ିକର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମଧୁପୁର ପଞ୍ଚାୟତର ଚୌଧୁରୀକୁଦ ଓ ଚରବସ୍ତ କଳାରୁଇ ଗ୍ରାମ ରୁ ବାଲିଆପାଳ ଯିବା ପାଇଁ ଗ୍ରାମ୍ୟଉନ୍ନୟନ ବିଭାଗର ପ୍ରଧାନମନ୍ତ୍ରୀ ରାସ୍ତାର ମାଝିରେ ଥିବା ପୋଲ ବନ୍ୟାରେ ମୂଳଦୁଆ ଦୁର୍ବଳ ହୋଇଯାଇଅଛି। ପୋଲ ତଳୁ ବନ୍ୟାର ପ୍ରଖର ସ୍ରୋତ ର ମୂଳଦୁଆ ତଳୁ ମାଟି ଧୋଇ ହୋଇ ଯାଇଥିବାରୁ ତାହା ଯାତାୟତ ପାଇଁ ନିରାପଦ ନୁହେଁ । ସେଥିପାଇଁ ନୂଆ ପୋଲ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ଠାରେ ଉଭୟ ଗ୍ରାମର ଗ୍ରା ମବସୀ ଗୁହାରୀ କରିଥିଲେ। ସେହିପରି ଶୋଳସା ପାଣ୍ଠରୁ ଜଳ ନିଷ୍କାସନ ପାଇଁ ରହିଥିବା ସୁଇଜ ଗେଟ ଅଗରେ ସୌମ୍ୟଦୀପ ଚକ୍ରବର୍ତ୍ତୀର ନିଜ ଜମିରେ ସେ ମାଟି ପକାଇ ରାସ୍ତା ସମାନ କରିଦେବାରୁ କୋଷ୍ଠ କେନାଲରୁ ଥିବା ଚାଷୀଙ୍କ ଜଳ ସେଚନ ଓ ଜଳ ନିଷ୍କାସନ ଗେଟ ଅବରୋଧ ହୋଇଯାଇଅଛି। ଯାହା ଫଳ ରେ ୫ପଞ୍ଚାୟତ ର ଚାଷୀଙ୍କ ପାଣ୍ଠ ରେ ଥିବା ୧୬୦୦ ଶହ ହେକ୍ଟର ରୁ ଅଧିକ ଜମି ପ୍ରଭାବିତ ହେବ। ବର୍ଷା ଦିନିଆ ଜମିରେ ଅଧିକ ଜଳ ହେଲେ ନିଷ୍କାସନ ହୋଇ ନପାରି ହାଜାର ହେକ୍ଟର ଜମିରେ ଚାଷ ନଷ୍ଟ ହୋଇ ଲୋକଙ୍କ ଜୀବନ ଜୀବିକା ହରାଇବେ। ଏହାକୁ ଦୃଷ୍ଟି ରେ ରଖି ମଧୁପୁରା ପଞ୍ଚାୟତର ସରପଞ୍ଚ ଙ୍କ ପ୍ରତିନିଧି ଲମ୍ବୋଦର ମାହାନା, ସମିତି ସଦସ୍ୟ ଶୁଶାନ୍ତ ସେଠୀ, ଦେଉଳ ସରପଞ୍ଚ ସରୋଜ କୁମାର ପିଲା, ଜାମକୁଣ୍ଡା ସାରପଞ୍ଚଙ୍କ ପ୍ରତିନିଧି ଜଗନ୍ନାଥ ମାହାନା,ରାମବ୍ଲଭ ସିଂ, କାର୍ତ୍ତିକ ଚନ୍ଦ୍ର ଦେ, ଜୟନ୍ତ ଗିରି, ଅଶୋକ ବାଗ ପ୍ରମୁଖ ପୁରୁଷାନୁକ୍ରମେ ଜଳ ନିଷ୍କାସନ ଓ ଜଳ ସେଚନ ପାଇଁ ଥିବା ସୁଇଜ ଗେଟ ଆଗରୁ ଅବାରୋଧ ହଟାଇବାକୁ ବିନମ୍ର ଗୁହାରୀ କରିବାରୁ ଜିଲ୍ଲାପାଳ ଶ୍ରୀ ସିନ୍ଧେ ତହସିଲଦାର ଦୀପକ କୁମାର ଦାସ ଙ୍କୁ ଏହାର ତଦନ୍ତ କରି ଅବରୋଧ ହଟାଇବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ବାଲିଆପାଳ ବସଷ୍ଟାଣ୍ଡ ଓ ସୁବର୍ଣ୍ଣ ରେଖା ଖେଳପଡିଆ କୁ ମାପ କରିବାପାଇଁ ହାଇକୋର୍ଟ ର ନିର୍ଦ୍ଦେଶ ଚଳିତ ମାସ ୯ ତାରିଖ ଥିବାର ବେଳେ ତାହା ମାପ କରାନଯାଇ ତରବରିଆ ହାଇଟେକ ବସ ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ କୋର୍ଟ ନିର୍ଦେଶ କୁ ଅବମନାନା କରି କାର୍ଯ୍ୟ କରା ଯାଉଥିବାକୁ ନେଇ ଅଭିଯୋଗ କରିବା ସହିତ ସ୍ଥାନୀୟ ଅଞ୍ଚଳ ରେ ମାଙ୍କଡ ମାନଙ୍କର ଉପଦ୍ରବ ରୁ ଅଂଚଳ ବସୀଙ୍କ ଧନ ଜୀବ ଚାଷ ବାସ କ୍ଷୟକ୍ଷତି ହେଉଛି। ଚଷି ବହୁ ଅର୍ଥ ଖର୍ଚ୍ଚ କରି ଚାଷ କରୁଥିବା ବେଳେ ମାଙ୍କଡ ମାନେ ପନିପରିବା ଖାଇବା ସହିତ ବିଭିନ୍ନ ଚାଷ ଦଳି ଚକଟି ନଷ୍ଟ କରିଦେଉଛନ୍ତି। ସେଥିପାଇଁ ସେମାନଙ୍କୁ ଏ ଅଞ୍ଚଳ ରୁ ଧରି ନେଇ ଜଙ୍ଗଲ ରେ ଚଡ଼ିବା, ବାଲିଆପାଳ ପ୍ରାଥମିକ ଗୋଷ୍ଠୀ ସ୍ୱାସ୍ଥୟକେନ୍ଦ୍ରରେ ଡ଼ାକ୍ତର ନିଯୁକ୍ତ, କୋଲ୍ଡ଼ ଷ୍ଟୋର ଏବଂ ରାଇସ ମିଲ ଆଦିକୁ ଶୀଘ୍ର ନିର୍ମାଣ କରିବା ପାଇଁ ସୂଚନା ଅଧିକାରର ବାଲିଆପାଳ ଶାଖାର ସଭାପତି ଅନୁଜ କୁମାର ମହାପାତ୍ର ଅଭିଯୋଗ କରିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରିଣୀ ବାଲେଶ୍ଵର ପ୍ରାଚିତନୟା ଗିରି ,ସହକାରୀ ଯନ୍ତ୍ରୀ ଗିରିଜା ପ୍ରଧାନ , ଯୋଗାଣ ଅଧିକାରୀ ଅମ୍ବିକା ପ୍ରସାଦ ରଥ, ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ବେଣୁଧର ହୋଇ, ବିଦ୍ୟୁତ ବିଭାଗ ର ଏସଡିଓ ସୁଶାନ୍ତ ବାରିକ, ଇରିଗେଶନ ଜେଇ ପ୍ରଦୀପ ବେହେରା, ଡ୍ରେନେଜ ସହକାରୀ ଯନ୍ତ୍ରୀ ସୁଧୀର ପରିଡ଼ା ଙ୍କ ସହିତ ବ୍ଲକ ର ସମସ୍ତ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ମାନେ ଉପସ୍ଥି ରହି ନିଜ ନିଜ ବିଭଗୀୟ ସମସ୍ୟା ବୁଝିଥିଲେ ।

ବାଲିଆପାଳ ରୁ ଦିଲ୍ଲୀପ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ତୁଲାପଡା ଠାରେ ବ୍ଲକ ସ୍ତରୀୟ କ୍ରୀଡlଙ୍ଗନ୍ ପ୍ରଶିକ୍ଷଣ ଶିବିର ଉଦଯାପିତ

masiha

କର୍ଲାମୁଣ୍ଡା ବ୍ଲକ କୃଷକ ସାଥି ଉତ୍ପାଦକ କମ୍ପାନୀର ୩ୟ ବାର୍ଷିକ ସାଧାରଣ ସଭା 

Sunil Chandra Nayak

ସରକାରୀ ରାଖାସାହି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଇକୋ କ୍ଳବ୍ ର ବାର୍ଷିକୋତ୍ସବ

masiha

Leave a Comment

error: Content is protected !!