ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଗ୍ନାନ ସ୍କୁଲରେ ବିଜ୍ଞାନ ମେଳା ଚିତ୍ରାଙ୍କନ ଓ ଗଣିତ ପ୍ରତିଯୋଗିତା ଅନୁଷ୍ଠିତ

ବିଗ୍ନାନ ସ୍କୁଲରେ ବିଜ୍ଞାନ ମେଳା ଚିତ୍ରାଙ୍କନ ଓ ଗଣିତ ପ୍ରତିଯୋଗିତା ଅନୁଷ୍ଠିତ

ରାୟଗଡା :- ବିଗ୍ନାନ ବିଦ୍ୟାଳୟ ଇଂଲିଶ ମିଡିୟମ ସ୍କୁଲରେ ବିଜ୍ଞାନ ମେଳା, ଗଣିତ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରତେକ ବର୍ଷ ଭଳି ଏ ବର୍ଷ ମଧ୍ୟ ବିଗ୍ନାନ ବିଦ୍ୟାଳୟ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସ୍କୁଲ ର ପ୍ରିନସିପାଲ ଶ୍ରୀ ଏ ଲ ପ୍ରବୀଣ କୁମାର ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରକାର ବିଜ୍ଞାନ ସୋମନ୍ଧୀୟ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ବିଚାରକ ଭାବେ ସ ବିଜ୍ଞାନ ଶିକ୍ଷକ ଜି ମହେଶ, ନିରୁପମା ନାୟକ, ଅଜୟ  ପ୍ରଧାନ ଦାୟିତ୍ୱ ତୁଲାଇଥିଲେ । ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତା ଜେ ଡ଼ି ଆର୍ଟ ଭିଜୁଆଲ ଏକାଡେମୀ ଦ୍ୱାରା ଆୟୋଜନ କରାଯାଇଛି। ଜିଲ୍ଲାର ବିଭିନ୍ନ ସ୍କୁଲ ଗୁଡାକ ଏହି ଚିତ୍ରାଙ୍କନ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ।

ବିଜ୍ଞାନ ମେଳାରେ ପଚାଶ ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇ ଥ‌ିବାବେଳେ କୁନି କୁନି ପିଲାଙ୍କ ଦ୍ୱାରା ବିଭିନ୍ନ ଚିତ୍ରାଙ୍କନ ପ୍ରଦର୍ଶିତ କରାଯାଇଛି । ବିଭିନ୍ନ ସ୍କୁଲ ର ଛାତ୍ର ଛାତ୍ରୀ ଚିତ୍ରାଙ୍କନ କରିଥିବା ଛାତ୍ରଛାତ୍ରୀଙ୍କୁ ଦେଖ୍ ବିଚାରକ ଓ ଅଭିଭାବକ ମାନେ ଖୁସି ହେବ। ସହ ସେମାନଙ୍କ ପାଖରେ ବସି ବିଜ୍ଞାନ ସୋମନ୍ଧୀୟ ଓ ଚିତ୍ରକଳା ସୋମନ୍ଧ ରେ ଆଲୋଚନା କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ତଥା ପ୍ରିନସିପାଲ ପ୍ରବୀଣ କୁମାର ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଲ୍ଲବୀ ପାଣିଗ୍ରାହୀ, ଅଭିନୀତା ପାଣିଗ୍ରାହୀ, ରୀନା ସ୍ଵାର, କବିତା, ଉଷା ରାଣୀ, ଶାରାଧା ପଟନାୟକ, ମମିତା ଦାସ, ନିରୁପମା ନାଇକ,ଅଜୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା 

Sunil Chandra Nayak

ଜୁନାଗଡ଼, ନୂତନ ଲଙ୍କେଶ୍ୱରୀ ପ୍ରେସ କ୍ଲବ ର କର୍ମକର୍ତ୍ତା ଚୟନ 

masiha

ଲାଞ୍ଜିଗଡ଼ ବ୍ଲକର ଘାଟି ଅଞ୍ଚଳରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ଥାପନ ଦାବି : ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ ଲାଞ୍ଜିଗଡ଼ ବିଧାୟକ 

Sunil Chandra Nayak

Leave a Comment

error: Content is protected !!