ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ଆଦିବାସୀ ଦିବସ….  ପାରମ୍ପରିକ ଅସ୍ତ୍ରଶସ୍ତ୍ର ରେ ଶୋଭାଯାତ୍ରାରେ ଆଦିବାସୀ ଙ୍କ ଶକ୍ତି ପ୍ରଦର୍ଶନ

ଜିଲ୍ଲା ସ୍ତରୀୟ ଆଦିବାସୀ ଦିବସ…. 

ପାରମ୍ପରିକ ଅସ୍ତ୍ରଶସ୍ତ୍ର ରେ ଶୋଭାଯାତ୍ରାରେ ଆଦିବାସୀ ଙ୍କ ଶକ୍ତି ପ୍ରଦର୍ଶନ

ବିଶ୍ୱ ଆଦିବାସୀ ଦିବସ ଏହି ଅବସର ରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଧାନ ମଣ୍ଡି ରେ ଜିଲ୍ଲା ସ୍ତରୀୟ ଆଦିବାସୀ ଦିବସ ପାଳନ ହୋଇଛି। ଆଦିବାସୀ ସଙ୍ଘ ପକ୍ଷରୁ ଆମପାଣି ବୁଢ଼ାରଜା ମନ୍ଦିର ରୁ ପୂଜାର୍ଚ୍ଚନା କରିବା ପରେ ମଶାଲ ନେଇ କୋକସରା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ଆଦିବାସୀ ଜିଲ୍ଲା ସଙ୍ଘ ପକ୍ଷରୁ ପୂଜାର୍ଚ୍ଚନା କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ହଜାର ହଜାର ଆଦିବାସୀଙ୍କ ଗହଣ ରେ ଆଦିବାସୀ ମାନେ ନିଜର ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହିତ ରାଜରାସ୍ତା ରେ ଆଦିବାସୀ ବାଜା ର ତାଳେ ତାଳେ ନାଚିଗାଇ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି କୋକସରା ଧାନମଣ୍ଡି ରେ ପହଞ୍ଚିଥିଲେ । ଆୟୋଜିତ କାର୍ଯ୍ୟକ୍ରମ ରେ ଆଦିବାସୀ ସଙ୍ଘ ର ଜିଲ୍ଲା ସଭାପତି ପ୍ରକାଶ ଚନ୍ଦ୍ର ମାଝୀ ଙ୍କ ନେତୃତ୍ୱରେ ଆଦିବାସୀ ଙ୍କ ଆରାଧ୍ୟ ଦେବତା ଙ୍କୁ ପୁଜକ ନନ୍ଦ କିଶୋର ଧରୁଆ ଙ୍କ ପୂଜାର୍ଚ୍ଚନା ପରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ମୁଖ୍ୟବକ୍ତା ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ସମ୍ମାନିତ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ,ଆଦିବାସୀ ଉନ୍ନୟନ ସଂସ୍ଥା ଥୁଆମୂଳ ରାମପୁର ଅଧିକାରୀ ରାମକୃଷ୍ଣ ଗଣ୍ଡ, କିଶୋର ଚନ୍ଦ୍ର ଭୋଇ, ପୂର୍ବତନ କମିଶନର ଗଙ୍ଗାଧର ମାଝୀ,ଜିଲ୍ଲା ସମ୍ପାଦକ ୠତୁରାଜ ମାଝୀ,ଉପ ସଭାପତି କଳାହାଣ୍ଡି ଲଳିତ ନାଏକ, ଜୟପାଟଣା ବ୍ଲକ ସଭାପତି ମନୋଜ କୁମାର ପାତ୍ର, ଧର୍ମଗଡ ବ୍ଲକ ସଭାପତି ଭାବେଶ ଗନ୍ତିଆ,ଉପ ସଭାପତି ନୀଳକଣ୍ଠ ମାଝୀ,ଉପ ସଭାନେତ୍ରୀ ଦ୍ରୋପଦି ମାଝୀ, ବ୍ଲକ ସଭାପତି ହେମନ୍ତ କୁମାର ମାଝୀ, ଜିଲ୍ଲା କର୍ମଚାରୀ ସଙ୍ଘ ସଭାପତି ଜୟ କୁମାର ମାଝୀ,ସମ୍ପାଦକ କୁରେଶ୍ୱର ମାଝୀ, ଭତ୍ରା ସମାଜ ର ସଭାପତି କୈଳାସ ଚନ୍ଦ୍ର ମାଝୀ,ପ୍ରଶାସନିକ ଅଧିକାରୀ ସ୍ନେହାପ୍ରଭା ମାଝୀ,ରଶ୍ମିତା ନେତମ, ଭୁବନେଶ୍ୱର ଶବର,ବଂଜରା ସମାଜ ର ଜିଲ୍ଲା ସଭାପତି ଯଶୋବନ୍ତ ନାଏକ,ସମାଜସେବୀ କେତନ ପାତ୍ର, ଶିକ୍ଷା ଅଧିକାରୀ ତୋଫାନ ମାଝୀ,କନ୍ଧ ସମାଜ ର ଜିଲ୍ଲା ସଭାପତି ରାଜେନ୍ଦ୍ର ଭୋଇ, ଗଣ୍ଡ ସମାଜ ର ଜିଲ୍ଲା ସଭାପତି ପଦ୍ମନ ପାତ୍ର, ଭୁଞ୍ଜିଆ ସମାଜ ର ଜିଲ୍ଲା ସଭାପତି ହିମାଞ୍ଚଳ ପୁଝାରି,ହଲବା ସମାଜ ସଭାପତି ସହଦେଵ ନେଗି,ଜିଲ୍ଲା ପରିଷଦ ସଭ୍ୟା ବୈଜୟନ୍ତି ପୁଝାରି, ରେଙ୍ଗାଳପାଲି ସରପଞ୍ଚ ପଦ୍ମିନୀ ପାତ୍ର,ଖୁଣ୍ଟିଆ ସରପଞ୍ଚ ମାଧବୀ ଧରୁଆ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମଗଡ ବଳରାମ ପୁଝାରି,ଉପ ସଭାପତି କଲହାଣ୍ଡି ଲଳିତ ନାଏକ,ଡେପୁଟି ନିର୍ଦେଶକ ଆରଡିସି ସମ୍ବଲପୁର ଚନ୍ଦ୍ରକାନ୍ତ ମାଝୀ,ଜିଲ୍ଲା ସମ୍ପାଦକ ଆଦିବାସୀ ସଙ୍ଘ ସାଗର ମାଝୀ ପ୍ରମୁଖ ମଞ୍ଚ ରେ ଉପସ୍ଥିତ ରହି ଆଦିବାସୀ ଦିବସ ଅବସରରେ ଆଦିବାସୀ ସମାଜର କଲ୍ୟାଣ, ଉନ୍ନତି,ସମାଜରେ ନାରୀ ଶିକ୍ଷା, ସଶକ୍ତିକରଣ ଉପରେ ମତ ପ୍ରକାଶ କରିଥିବା ବେଳେ ଉପସ୍ଥିତ ମହିଳା ପ୍ରଶାସନିକ ଅଧିକାରୀ ମାନେ ଆଦିବାସୀ ମହିଳା ମାନେ ବିଭିନ୍ନ କ୍ଷେତ୍ରରେ ଆଗକୁ ଆସି ବିଭିନ୍ନ ସରକାରୀ, ବେସରକାରୀ ଅନୁଷ୍ଠାନ ରେ ନିଜକୁ ପ୍ରତିଷ୍ଠିତ କରିବାକୁ ମତ ଦେଇଥିଲେ। କାର୍ଯ୍ୟକ୍ରମ କୁ ବ୍ଲକ ଆଦିବାସୀ ସଙ୍ଘ ର ବ୍ଲକ ସମ୍ପାଦକ ତ୍ରିନାଥ ଶବର ଅତିଥି ପରିଚୟ ସହ ମଞ୍ଚ ସଂଯୋଜନା କରିଥିଲେ । ବ୍ଲକ ଆଦିବାସୀ ସଙ୍ଘ ର କର୍ମକର୍ତ୍ତା ମାନେ ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ କୁ ପରିଚାଳନା କରି ସୁଚାରୁ ରୂପେ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଦୁବୁଲାବେଡା( ଵିକାଶନଗର)ରେ ଧୂମଧାମରେ ଗଜଲକ୍ଷ୍ମୀ ପୂଜା

masiha

୫ ଜଣ ଅନାଥ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିଲେ ସମାଜ ସେବୀ ଶଙ୍କର ସାଉନ୍ତା 

masiha

୭୮ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!