ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଗଷ୍ଟ କ୍ରାନ୍ତି ଦିବସରେ ମିଳିତ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ମାନଙ୍କ ର ଶୋଭାଯାତ୍ରା ଓ ବିକ୍ଷୋଭ 

ଅଗଷ୍ଟ କ୍ରାନ୍ତି ଦିବସରେ ମିଳିତ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ମାନଙ୍କ ର ଶୋଭାଯାତ୍ରା ଓ ବିକ୍ଷୋଭ 

ମୋଦୀ ସରକାର ଙ୍କ ଜନବିରୋଧୀ, ଶ୍ରମିକ ଓ କୃଷକ ନୀତି ବିରୋଧରେ, ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ଦାବିରେ ଦେଶବ୍ୟାପୀ ପ୍ରତିବାଦ

ରାଉରକେଲା : ଅଗଷ୍ଟ କ୍ରାନ୍ତି ଦିବସ ର ସ୍ମାରକୀ ଦିବସରେ ଦେଶର ସମସ୍ତ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ ସ୍ଵାଧିନ କର୍ମଚାରୀ ଫେଡେରେସନ ମାନଙ୍କ ଆହ୍ୱାନ ରେ ଦେଶବ୍ୟାପୀ କେନ୍ଦ୍ର ମୋଦୀ ସରକାର ଙ୍କ ଜନବିରୋଧୀ, ଶ୍ରମିକ ଓ କୃଷକ ବିରୋଧି ନୀତି ବିରୋଧରେ ଏବଂ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ସମେତ ୧୨ ଦଫା ଦାବିରେ ପ୍ରତିବାଦ ଓ ପ୍ରତିରୋଧ ଆନ୍ଦୋଳନ ପାଇଁ ଆହ୍ୱାନ ଦିଆଯାଇଥିଲା ବେଳେ ରାଉରକେଲା ଠାରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ମାନଙ୍କ ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ଶତାଧିକ ଶ୍ରମିକ ମାନଙ୍କ ଏକ ଶୋଭାଯାତ୍ରା ମହାନଗର ନିଗମ ଅଫିସ ସମ୍ମୁଖରୁ ବାହାରି ଅତିରିକ୍ତ ଜିଲ୍ଲାପାଳ ଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। 

   ୧୨ ଦଫା ଦାବି ମଧ୍ୟରେ କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ଶ୍ରମକୋର୍ଡ ବାତିଲ କରିବା, ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀର ଆକାଶଛୁଆଁ ଦର ବୃଦ୍ଧିକୁ ନିୟନ୍ତ୍ରିତ କରିବା, ସର୍ବନିମ୍ନ ମଜୁରୀ ମାସିକ ୨୬ ହଜାର ଟଙ୍କା କରିବା, ଜାତୀୟ ନ୍ୟାୟ ସଂହିତା ର ୩ ଟି ଅପରାଧୀକ ଆଇନ୍ କୁ ବାତିଲ କରିବା,ପି ଏଫ୍ ରେ ଅର୍ଥ ଜମା କରୁ ନ ଥିବା ମାଲିକ ମାନଙ୍କ ଉପରେ ଜରିମାନା ରାଶି କୁ ବୃଦ୍ଧି କରିବା,ଠିକା ଆଉଟସୋର୍ସିଙ୍ଗ ଯୋଜନ ବନ୍ଦ କରିବା ସହିତ ଖାଲିଥିବା ସରକାରୀ ପଦବୀ ପୂରଣ କରିବା, ସମସ୍ତ ବନ୍ଦ ହୋଇଥିବା କଳକାରଖାନା କୁ ତୁରନ୍ତ ଚାଲୁ କରିବା, ସ୍କିମ୍ ଶ୍ରମିକ ମାନଙ୍କୁ ଶ୍ରମିକ ର ମାନ୍ୟତା ପ୍ରଦାନ କରିବା, ନିର୍ମାଣ ଶ୍ରମିକ ମାନଙ୍କୁ ପଂଜିକରଣ ସହିତ ବେନିଫିଟ ପ୍ରଦାନ କରିବା,ମନେରଗା ରେ ୨ ଶହ ଦିନର କାମ ପ୍ରଦାନ ସହିତ ଦୈନିକ ୬ଶହ ଟଙ୍କା ମଜୁରୀ ପ୍ରଦାନ କରିବା, ଜାତୀୟ ମୁଦ୍ରୀକରଣ ପାଇପଲାଇନ ଜରିଆରେ ବ୍ୟାପକ ଘରୋଇକରଣ ବନ୍ଦ କରିବା,ପ୍ରି ପେଡ ବିଜୁଳି ବିଲ୍ ଫେରସ୍ତ ନେବା,ଇ ଏସ ଆଇ ସି ରାଉରକେଲା ମଡେଲ ହସ୍ପିଟାଲ ରେ ଡାକ୍ତର,ପାରା ମେଡିକାଲ ଷ୍ଟାଫ ଓ ରେଫରାଲ ବ୍ୟବସ୍ଥା କୁ ସୁନିଶ୍ଚିତ କରିବା ଦାବିରେ ଆଜି ଶୋଭାଯାତ୍ରା ଓ ବିକ୍ଷୋଭ କାର୍ଯ୍ୟକ୍ରମ ସଂଗଠିତ ହୋଇଥିଲା। 

    ସି ଆଇ ଟି ୟୁ ରାଜ୍ୟ ଉପସଭାପତି ଜାହାଙ୍ଗୀର ଅଲ୍ଲୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବିକ୍ଷୋଭ ରେ ଅନ୍ୟମାନଙ୍କ ମଧ୍ୟରେ ସି ଆଇ ଟି ୟୁ ରାଜ୍ୟ ସଂପାଦକ ବସନ୍ତ ନାୟକ, ଶ୍ରୀମନ୍ତ ବେହେରା, ହୃଦୟାନନ୍ଦ ଯାଦବ, ଶକୁନ୍ତଳା ମହାକୁଡ, ସୁରେନ୍ଦ୍ର ଦାଶ, ରାଜ କିଶୋର ପ୍ରଧାନ, ବି ପି ମହାପାତ୍ର, ଯଯାତି କେଶରୀ ସାହୁ, ଅଜୟ ଶର୍ମା, ଅଜିତ ଏକ୍କା, ଅକ୍ଷୟ ମହାନ୍ତ, ରତ୍ନାକର ନାୟକ, ଲକ୍ଷ୍ମୀଧର ନାୟକ, ପ୍ରଭାତ ମହାନ୍ତି, ବିଶ୍ଵଜିତ ମାଝୀ,ସମ୍ବିତ ସ୍ବାଇଁ, ରଞ୍ଜନ ବେହେରା, କ୍ଷୀରୋଦ ବେହେରା, ଏନ୍ ଏନ୍ ପାଣିଗ୍ରାହୀ, ଚନ୍ଦ୍ରଭାନୁ ଦାସ, ସୁଧାଂଶୁ ଜେନା, ଅଜିତ ଦାସ,ସିଡିଓ ମୁଣ୍ଡା,ଅରୁ ଦାସ, ଦିବାକର ମହାରଣା, ବିଶ୍ଵନାଥ ଲେଙ୍କା,ଏ ଆଇ ୟୁ ଟି ୟୁ ସି ସାଧାରଣ ସମ୍ପାଦକ ଅଜିତ ନାୟକ, ସତ୍ୟପ୍ରିୟ ମହାନ୍ତି, ବିଷ୍ଣୁ ପଣ୍ଡା,ଶେକ୍ ଇସଲାମ,ବିଜୟ ସାହୁ, କ୍ଷେତ୍ରବାସୀ ସେଠୀ, ରଶ୍ମୀ ମଲ୍ଲିକ, ଆଲୋକ ବେହେରା,ମାର୍କଣ୍ଡ ଦାସ,ଏଚ ଏମ୍ ଏସ ସାଧାରଣ ସମ୍ପାଦକ ଦିଗମ୍ବର ମହାନ୍ତି, ବିମଳ ବେଉରିଆ,ଅଜୟ ନାୟକ, ଜ୍ୟୋତି ରଞ୍ଜନ ଜେନା, କ୍ରିଷ୍ଣା ସାହୁ,ଗୈ।ତମ ମହାରଣା ସମେତ ଶ୍ରମିକ ନେତା କାର୍ଯ୍ୟକ୍ରମ ରେ ନେତୃତ୍ବ ନେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

୮୧ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ 

Sunil Chandra Nayak

ସାମ୍ବାଦିକଙ୍କ ମାତୃ ବିୟୋଗ 

masiha

ରାଇଘର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘଠନ ର ନିର୍ବାଚନ

Sunil Chandra Nayak

Leave a Comment

error: Content is protected !!