ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଭାସୀ ମାଧ୍ୟମରେ 14ଟି ନୂତନ ସରକାରୀ ସ୍ନାତକ ମହାବିଦ୍ୟାଳୟର ଉଦଘାଟନ

ଆଭାସୀ ମାଧ୍ୟମରେ 14ଟି ନୂତନ ସରକାରୀ ସ୍ନାତକ ମହାବିଦ୍ୟାଳୟର ଉଦଘାଟନ

କୋରାପୁଟ :- ଆଜି ଏହି ଶୁଭ ଅବସରରେ ମାନ୍ୟବର ମନ୍ତ୍ରୀ ଉଚ୍ଚ ଶିକ୍ଷା, କ୍ରୀଡା ଓ଼ ଯୁବ ସେବା, ଓଡ଼ିଆ ଭାଷା, ସାହିତ୍ୟ ଓ଼ ସଂସ୍କୃତି ବିଭାଗଙ୍କ କରକମଳରେ ଓ଼ ଆଭାସୀ ମାଧ୍ୟମରେ 14ଟି ନୂତନ ସରକାରୀ ସ୍ନାତକ ମହାବିଦ୍ୟାଳୟର ଉଦଘାଟନ ହୋଇଯାଇଛି l ପ୍ରତ୍ୟେକ ମହାବିଦ୍ୟାଳୟରେ ପ୍ରାୟ 96 ସିଟ ସହ 3 ଟି ସ୍ନାତକ ବିଭାଗ ଯଥା ଶିକ୍ଷା, ଇତିହାସ ଓ଼ ରାଜନୀତି ବିଜ୍ଞାନ ବିଭାଗରେ ସମ୍ମାନର ଶିକ୍ଷା ଦାନ କରାଯିବ l ଅଭିବକ୍ତ କୋରାପୁଟ ଜିଲ୍ଲାର ନବରଙ୍ଗପୁର ରେ 4 ଟି ରାୟଗଡା ରେ 2 ଟି ଓ଼ କୋରାପୁଟରେ 2 ଟି ମହାବିଦ୍ୟାଳୟ ଆଜି ଉଦଘାଟିତ ହୋଇଛି l କୋରାପୁଟ ଜିଲ୍ଲାର ନାରାୟପାଟଣା ଓ଼ ବନ୍ଧୁଗାଁ ରେ ସ୍ନାତକ ମହାବିଦ୍ୟାଳୟ ନୂତନ ଭାବେ ଖୋଲା ଯାଇଛି l ବନ୍ଧୁଗାଁ ଓ଼ ନାରାୟପାଟଣା ବ୍ଲକରେ ମାନ୍ୟବର ବିଧାୟକ ଲଷ୍ମୀପୂର ଶ୍ରୀଯୁକ୍ତ ପବିତ୍ର ସାଉଁତା ଯୋଗଦେଇ oswan ମାଧ୍ୟମରେ ତାଙ୍କର ଅଭିବକ୍ତ ପ୍ରଦାନ କରିଥିଲେ l କୋରାପୁଟ oswan ହଲରେ ମାନ୍ୟବର ବିଧାୟକ କୋରାପୁଟ ଶ୍ରୀଯୁକ୍ତ ରଘୁରାମ ମାଛ, କୋରାପୁଟ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି. କୀର୍ତି ଭାସନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ଦେବାଶିଷ ପଟନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ, ଆଞ୍ଚଳିକ ଶିକ୍ଷା ନିର୍ଦେଶକ ଶ୍ରୀ ଗୋପାଳ ହାଲଦାର, ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଦୀପକ କୁମାର ପଟନାୟକଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ l ନୂତନ ମହାବିଦ୍ୟାଳୟରେ ଯୋଗଦେଇଥିବା ଛାତ୍ର ଛାତ୍ରୀ ମାନେ ସରକାରଙ୍କ ଏଭଳି ନିଷ୍ପତିର ଉଚ୍ଚ ପ୍ରଶଂସା କରିଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସନ୍ଧିପଡା ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

Odisha Hosts 4th National EMRS Sports Meet 2025

Sunil Chandra Nayak

ନୂଆପଡ଼ା ଉପ ନିର୍ବାଚନ ନେଇ ଆଜି ୬ ଜଣ ପ୍ରାର୍ଥୀ ନେଲେ ପ୍ରାର୍ଥୀପତ୍ର ,ସମୁଦାୟ ୯ ଗୋଟି ଫାର୍ମ ବିକ୍ରି ନେଇ ସୂଚନା

Sunil Chandra Nayak

Leave a Comment

error: Content is protected !!